ଏମିତି ହୋଇଥିଲା ଶିଳ୍ପୀକୂଳର ସୃଷ୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଏମିତି ହୋଇଥିଲା ଶିଳ୍ପୀକୂଳର ସୃଷ୍ଟି

ଭୁବନେଶ୍ୱର(ଓଡ଼ିଶା): ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପୀ କୂଳର ଦେବତା। ପୁରାଣ ମତେ ସେ ହେଉଛନ୍ତି ଅଷ୍ଟମ ବସୁ ପ୍ରଭାସ ଓ ଯୋଗସିଦ୍ଧାଙ୍କ ସନ୍ତାନ।

କିନ୍ତୁ ଆଉ କିଛି ମତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ୱକର୍ମାଙ୍କ ଜନ୍ମ ।

ରୂପ ବର୍ଣ୍ଣନାରେ ତାଙ୍କୁ ଚତୁର୍ଭୁଜ ବୋଲି ବର୍ଣ୍ଣନା କରାଯାଇଛି। କିନ୍ତୁ ଆୟୁଧ ବର୍ଣ୍ଣନାରେ ଭିନ୍ନ ଭିନ୍ନ ଭାବେ ପ୍ରଦର୍ଶିତ ହୋଇଛନ୍ତି ଏହି ଦେବତା। ଦୁଇ ଉପର ହାତରେ ବଟାଳି ଓ ବାମ ତଳ ମାର୍ତ୍ତୁଲି ଧାରଣ କରନ୍ତି ବୋଲି କେତେକ ଶାସ୍ତ୍ର କହୁଥିବା ବେଳେ ଅନ୍ୟ କେତେକ ଭିନ୍ନ ମତ ଦିଅନ୍ତି। ଏପରିକି ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହସ୍ତ ଆଶିର୍ବାଦ ମୁଦ୍ରାରେ ରହୁଥିବାରୁ ଏହାଙ୍କୁ ଭଗବାନ ବିଷ୍ଣୁଙ୍କ ତୁଲ୍ୟ ପରିକଳ୍ପନା କରାଯାଏ। ଏହାଙ୍କ ବାହନ ହେଉଛି ହସ୍ତୀ।

ପୁରାଣ ମତେ କନ୍ୟା ସଂକ୍ରାନ୍ତିରେ ଏହାଙ୍କ ଆଗମନ ହୋଇଥିଲା। ସେ ସମସ୍ତ ଦେବତାଙ୍କ ଆୟୂର ନିର୍ମାଣ କରିଥିଲେ। ସ୍ୱର୍ଗର ଅମରାବତୀ ହେଉଛି ଭଗବାନ ବିଶ୍ୱକର୍ମାଙ୍କର ସବୁଠାରୁ ଉତ୍କୃଷ୍ଟ କୃତୀ।

କାହିଁକି ସେ ହେଲେ ଶିଳ୍ପୀ କୂଳର ଦେବତା

ଦେବଶିଳ୍ପୀ ବିଶ୍ୱକର୍ମା ଏକଦା ସ୍ୱର୍ଗରେ ବିଚରଣ କରୁଥିବା ବେଳେ ଘୃତାଚୀ ନାମ୍ନୀ ଜଣେ ଅପ୍‌ସୀରାଙ୍କୁ ଭେଟିଥିଲେ। ସ୍ୱର୍ଗର ନିୟମାନୁଯାୟୀ ଯେଉଁ ଅପ୍‌ସରା ଯେଉଁ ଦେବାତାଙ୍କୁ ପତି ରୂପେ ବରଣ କରିବାକୁ ଚାହିଁବେ କେବଳ ତାଙ୍କ ସହ ହିଁ ସେ ସମୟ ବିତାଇ ପାରିବେ। ଘୃତାଚୀ ସେହି ସମୟରେ କାମଦେବଙ୍କ ନିକଟକୁ ରତି କ୍ରିଡା ଅର୍ଥରେ ଯାଉଥିବା ବେଳେ ବିଶ୍ୱକର୍ମା ତାଙ୍କ ପଥରୋଧ କରିଥିଲେ ଆଉ ନିଜ ଯୌନ ଲାଳସା ଚୀରିତାର୍ଥ କରିବାକୁ କହିଥିଲେ। ଘୃତାଚୀ ବିଶ୍ୱକର୍ମଙ୍କୁ ସ୍ୱର୍ଗର ଶୃଙ୍ଖଳା ସମ୍ପର୍କରେ ମନେପକାଇ ତହିଁ ପରଦିନ ତାଙ୍କ ନିକଟକୁ ଯିବାକୁ ପ୍ରତିଶ୍ରୁତି ଦେଲେ। ମାତ୍ର ବିଶ୍ୱକର୍ମା ଏହାକୁ ନିଜର ଅପମାନ ଭାବି ଘୃତାଚୀଙ୍କୁ ମର୍ତ୍ତ୍ୟରେ ଏକ ଶୁଦ୍ର ପରିବାରେ ଜନ୍ମ ନେବାକୁ ଅଭିଷାପ ଦେଇଥିଲେ। ନିଜର କିଛି ଦୋଷ ନ ଥିବାରୁ ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତରେ ଜନ୍ମ ନେବାକୁ ପାଲଟା ଅଭିଶାପ ଦେଇଥିଲେ।

ଘୃତାଚୀ ମର୍ତ୍ତରେ ଶୁଦ୍ରନାରୀ ଭାବେ ଓ ବିଶ୍ୱକର୍ମା ବ୍ରାହ୍ମଣ ଭାବେ ଜନ୍ମ ଗ୍ରହଣ କରିଥିଲେ। ଗଙ୍ଗାରେ ସ୍ନାନ କରୁଥିବା ବେଳେ ମାନବରୂପୀ ବିଶ୍ୱକର୍ମା ଘୃତାଚୀଙ୍କୁ ଚିହ୍ନି ପାରିଥିଲେ। ଉଭୟ ପିତାମହ ବ୍ରହ୍ମାଙ୍କ କଥାକୁ ମନେପକାଇ ସାପ୍ୟ ମୁକ୍ତି ପାଇଁ ମଳୟ ବନରେ ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ଏକତ୍ର ବିତାଇଥିଲେ। ଉଭୟଙ୍କ ଔରଷରୁ ଜନ୍ମ ହୋଇଥିଲେ ୯ ସନ୍ତାନ। ସେମାନେ ହେଉଛନ୍ତି ମାଳାକାର(ପୁଷ୍ପଶିଳ୍ପ), କର୍ମକାର(ଲୁହା ଶିଳ୍ପି), କଂସାରି(କଂସା ଶିଳ୍ପି), ଶଙ୍ଖାରି(ଶଙ୍ଖା ନିର୍ମାଣକାରୀ), କୁମ୍ଭକାର(କୁମ୍ଭାର), କୁନ୍ଦବିକ(କାଠ ଶିଳ୍ପି), ସୂତ୍ରଧର(ସିଲେଇ କର୍ମ), ସ୍ୱର୍ଣ୍ଣକାର(ବଣିଆ) ଓ ଚିତ୍ରକର(ଚିତ୍ରଶିଳ୍ପି) ।

ଏହି ଆଧାରରେ ସମସ୍ତ ଶିଳ୍ପକୂଳକୁ ଭଗବାନ ବିଶ୍ୱକର୍ମାଙ୍କ ସନ୍ତାନ ଭାବେ ପରିକଳ୍ପନା କରାଯାଇଛି।

ମହାଭାରତରେ ବିଶ୍ୱକର୍ମାଙ୍କ କଥା ରହିଛି। ସେ ପାଣ୍ଡବଙ୍କ ନିମନ୍ତେ ଇନ୍ଦ୍ରପ୍ରସ୍ତ ଓ ଭଗବାନ କୃଷ୍ଣଙ୍କ ନିମନ୍ତେ ଦ୍ୱାରକା ନିର୍ମାଣ କରିଥିଲେ। ଉତ୍କଳୀୟ ଭାବଧାରାରେ ସେ ନମସ୍ୟ। ମହାପ୍ରଭୁ ଜଗନ୍ନାଥାଦି ଦାରବି ବିଗ୍ରହଙ୍କ ମୂର୍ତ୍ତି କଳ୍ପନା ମଧ୍ୟ ସେ କରିଥିଲେ ବୋଲି କୁହାଯାଏ। ଏଣୁ ଆଜି ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥଙ୍କ ଛତିଶା ନିଯୋଗ ସେବାରେ ବିଭନ୍ନ ସେବାୟତଙ୍କ ମଧ୍ୟରେ ବିଶ୍ୱକର୍ମା(ସେବକ ବିଶେଷ)ଙ୍କ ନାମ ରହିଛି।



from Odisha Reporter https://ift.tt/2xicxq3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages