ପ୍ରଥମ ଦିନରୁ ବିଭ୍ରାଟ; ଧାଡ଼ି ମାନିଲେନି ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ପ୍ରଥମ ଦିନରୁ ବିଭ୍ରାଟ; ଧାଡ଼ି ମାନିଲେନି ଭକ୍ତ

puri

ପୁରୀ(ମଧୁସୂଦନ ମିଶ୍ର): ଆଜିଠାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ପ୍ରଥମ ଦିନରୁ ବିଭ୍ରାଟ ଦେଖାଦେଇଛି। ଆଜି ଭୋରରୁ ଯେତେବେଳେ ଶ୍ରୀମନ୍ଦିର ଦ୍ୱାର ଖୋଲା ହେଲା, ଭକ୍ତମାନେ ଧାଡ଼ି ନ ମାନି ଆଗରୁ ଯେମିତି ମନ୍ଦିରରେ ପ୍ରବେଶ କରୁଥିଲେ, ସେମିତି ପ୍ରବେଶ କରିଥିଲେ। ମହିଳା ଭକ୍ତମାନେ ବି ଧାଡ଼ି ମାନି ନଥିଲେ।

ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ମହିଳା ଭକ୍ତମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି, ଭିଡ଼ ଥିବା ବେଳେ ଧାଡ଼ି କରାଯିବା କଥା। ଭିଡ଼ ନ ଥିବା ବେଳେ କାହିଁକି ଧାଡ଼ିରେ ଯିବୁ?

templeଅନ୍ୟପକ୍ଷରେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ।

ସେ କହିଛନ୍ତି,“ପ୍ରଶାସନର ପ୍ରଚେଷ୍ଟାକୁ ବିଫଳ କରିବା ଠିକ୍ ହେଲାନି। ଧାଡ଼ି ଭାଙ୍ଗି କିଏ ଧଷେଇ ପଶିଲେ ସିସିଟିଭି ଫୁଟେଜ୍‌ରୁ ଯାଞ୍ଚ ହେବ। ବିଭ୍ରାଟର କାରଣ ଓ ନିରାକରଣ ନେଇ ଆଲୋଚନା ହେବ।”

ନିଷ୍ପତ୍ତି ହୋଇଥିଲା ଯେ, ଆଜିଠାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ। ସିଂହଦ୍ୱାର ଦେଇ ସମସ୍ତ ଭକ୍ତ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ସିଂହଦ୍ୱାର ଆଗରେ ସ୍ଥାୟୀ ବାରିକେଡ୍ ମଧ୍ୟ ତିଆରି ହୋଇଛି।

temple2ଏହି ବ୍ୟବସ୍ଥା ପ୍ରତିଦିନ କରା ନଯାଇ ସପ୍ତାହର ଗୋଟିଏ ଦିନ କରାଯିବ। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଯଦି କିଛି ତ୍ରୁଟି କିମ୍ବା ଭକ୍ତମାନଙ୍କର ଅସୁବିଧା ପରିଲକ୍ଷିତ ହୁଏ, ତେବେ ସେଥିରେ ଆବଶ୍ୟକ ସୁଧାର ଅଣାଯାଇ କାର୍ତ୍ତିକ ମାସ ପରେ ପ୍ରତିଦିନ କାର୍ଯ୍ୟକାରୀ କରାଯିବ। ଦର୍ଶନ ପାଇଁ ଭକ୍ତମାନେ ଯେପରି ଅସୁବିଧାର ସମ୍ମୁଖୀନ ହେବେନାହିଁ, ସେଥିପ୍ରତି ଗୁରୁତ୍ୱ ଦିଆଯିବ।

ତେବେ ପ୍ରଥମ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ଧାଡ଼ି ଦର୍ଶନକୁ ସେବାୟତ, ଭକ୍ତ ଓ ସ୍ଥାନୀୟ ଲୋକ ଆଗରୁ ମଧ୍ୟ ବିରୋଧ କରୁଥିଲେ।



from Odisha Reporter https://ift.tt/2xQ2skr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages