କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ନାଁରେ ମାମଲା ରୁଜୁ; ଦେଇଥିଲେ ଏମିତି ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ନାଁରେ ମାମଲା ରୁଜୁ; ଦେଇଥିଲେ ଏମିତି ଧମକ

babul1

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ନାଁରେ ମାମଲା ଦାଏର ହୋଇଛି। ତାଙ୍କ ନିର୍ବାଚନମଣ୍ଡଳୀ ଆସନସୋଲରେ ହିଁ ତାଙ୍କ ନାଁରେ ମାମଲା ଦାଏର ହୋଇଛି। ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଏହି ମାମଲା ଦାଏର ହୋଇଛି।

ଏହି ବ୍ୟକ୍ତି ଜଣଙ୍କ ଦୁଇଟି ଏଫ୍‌ଆଇଆର୍ ଦେଇଥିଲେ। ଗୋଟିଏ ବର୍ଣ୍ଣପୁର ରେଲୱେ ଷ୍ଟେସନ୍‌ ଥାନାରେ ଓ ଦ୍ୱିତୀୟଟି ଆସନସୋଲ୍ ପୁଲିସ୍ ଷ୍ଟେସନ୍‌ରେ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦିବ୍ୟାଙ୍ଗମାନଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବୁଲ ସୁପ୍ରିୟୋ ଏହି ବ୍ୟକ୍ତିଙ୍କୁ ଗୋଡ଼ ଭାଙ୍ଗି ଦେବେ ବୋଲି ଧମକ ଦେଇଥିଲେ। ତା’ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ସେ ତାଙ୍କ ଏଫ୍‌ଆଇଆର୍‌ରେ ଲେଖିଥିଲେ ଯେ ମାନନୀୟ ମନ୍ତ୍ରୀ ତାଙ୍କ ସହିତ ଯେମିତି ବ୍ୟବହାର ପ୍ରଦର୍ଶନ କଲେ ଓ ଯେଉଁଭଳି ଢଙ୍ଗରେ ତାଙ୍କର ଗୋଡ଼ ଭାଙ୍ଗି ଦେବେ ବୋଲି ଧମକ ଦେଲେ, ତା’ର ସମାଧାନ ଆଇନ ଅନୁଯାୟୀ ହେଉ।

କାର୍ଯ୍ୟକ୍ରମ ବେଳେ ସେ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ,“ଭାଇ ଆପଣଙ୍କର କିଛି ଅସୁବିଧା ହେଉଛି କି? ମୁଁ ଆପଣଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଦେଇପାରିବି। ଆପଣ ଏଠାକୁ ଆସି ସାଇଡ୍‌ରେ ଛିଡ଼ା ହୁଅନ୍ତୁ।”

ତେବେ ଏତିକିରେ ଅଟକି ନଥିଲେ କେନ୍ଦ୍ର ମନ୍ତ୍ରୀ। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀଙ୍କୁ ସେ କହିଥିଲେ ଯେ ସେହି ବ୍ୟକ୍ତି ଜଣଙ୍କ ଆଉ ଥରେ ହଲିଲେ, ତା’ର ଗୋଟିଏ ଗୋଡ଼ ଭାଙ୍ଗି ଦେବ। ତାଙ୍କୁ ମୁଁ ଗୋଟିଏ ବାଡ଼ି ଦେଇ ଦେବି।”

ଆଉ ସେ ସମୟର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଲୋକେ ବାବୁଲ ସୁପ୍ରିୟୋଙ୍କୁ ଗାଳି ଦେଉଛନ୍ତି।

ସୋଶାଲ ମିଡିଆରେ ସମାଲୋଚିତ ହେବା ପରେ ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ତାଙ୍କୁ ଲୋକେ ଜାଣିଛନ୍ତି। ସେ ଏ ପ୍ରସଙ୍ଗରେ ସଫେଇ ଦେବା ଆବଶ୍ୟକ ନାହିଁ। ଏଭଳି ପ୍ରସଙ୍ଗକୁ କେମିତି ମ୍ୟାନେଜ୍ କରିବାକୁ ପଡ଼ିବ, ତାହା ସେ ଜାଣନ୍ତି।

ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କୁ ମଜାରେ ଗୋଡ଼ ଭାଙ୍ଗି ଦେବେ ବୋଲି ସେ କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି କଲେ କିଛି ଲାଭ ନାହିଁ।

ଦେଖନ୍ତୁ ଭିଡିଓ (ସୌଜନ୍ୟ- ଏଏନ୍‌ଆଇ)



from Odisha Reporter https://ift.tt/2DeC9tq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages