
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୦୦ଟି ଅନ୍ତର୍ଜାତୀୟ ଶତକ ମାରିଛନ୍ତି। ୨୦୦ଟି ଟେଷ୍ଟରୁ ସେ ୫୧ଟି ଶତକ କରିଥିବା ବେଳେ ୪୬୩ଟି ଦିନିକିଆରୁ ୪୯ ଶତକ ହାସଲ କରିଛନ୍ତି। ତେବେ ସେ ତାଙ୍କର ୧୦୦ତମ ଶତକ କେବେ ଓ କାହା ବିପକ୍ଷରେ ମାରିଥିଲେ ଆପଣମାନଙ୍କର ମନେ ଅଛି? ଯଦି ମନେ ନାହିଁ, ଆମେ ମନେ ପକାଇ ଦେଉଛୁ।
୨୦୧୨ ଏସିଆ କପ୍ରେ ସଚିନ ତାଙ୍କର ‘ସେଞ୍ଚୁରୀ ଅଫ୍ ସେଞ୍ଚୁରୀଜ୍’ ମାରିଥିଲେ। ଢାକାର ଶେର୍ ଇ ବଙ୍ଗାଲ୍ ନ୍ୟାସ୍ନାଲ୍ କ୍ରିକେଟ୍ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ସେ ଏହି ଶତକ ହାସଲ କରିଥିଲେ।
ଏହି ମ୍ୟାଚ୍ରେ ସେ ୧୪୭ ବଲ୍ରୁ ୧୧୪ ରନ୍ କରିଥିଲେ।
ଗୌତମ ଗମ୍ଭୀରଙ୍କ ସହ ମ୍ୟାଚ୍ ଓପନ୍ କରିବାକୁ ଆସିଥିବା ତେନ୍ଦୁଲକର ୧୨ଟି ଚୌକା ଓ ଗୋଟିଏ ଛକ୍କା ମାରିଥିଲେ।
ତେନ୍ଦୁଲକରଙ୍କ ୧୧୪ ରନ୍ ସହିତ ବିରାଟ କୋହଲିଙ୍କ ୬୬ ଓ ସୁରେଶ ରୈନାଙ୍କ ୫୧ ରନ୍ ଦଳର ସ୍କୋରକୁ ୨୮୯ ରନ୍ରେ ପହଞ୍ଚିଥିଲା। ଧୋନୀ ଏହି ମ୍ୟାଚ୍ରେ ୧୧ଟି ବଲ୍ରୁ ୨୧ ରନ୍ କରିଥିଲେ।
ତେବେ ଐତିହାସିକ ଶତକ ସଚିନଙ୍କୁ ଖୁସି ଦେଇ ପାରି ନଥିଲା। କାରଣ ଏହି ମ୍ୟାଚ୍ ବାଂଲାଦେଶ ଜିତି ଥିଲା। ଚାରିଟି ବଲ୍ ବାକି ଥାଇ ଦଳ ଭାରତକୁ ୫ ୱିକେଟ୍ରେ ପରାସ୍ତ କରିଥିଲା।
from Odisha Reporter https://ift.tt/2xKIOq2
No comments:
Post a Comment