ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ୍‌ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ୍‌ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

pm-inauguration

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ଡାକ ବିଭାଗ ଅଧୀନରେ ଆଜି ଦେଶବ୍ୟାପୀ ‘ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ସ ବ୍ୟାଙ୍କ୍’ (ଆଇପିପିବି) ସେବା ଆରମ୍ଭ ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସମାରୋହରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଦେଶର ଜନସାଧାରଣଙ୍କୁ ସହଜ, ସୁଲଭ ଓ ବିଶ୍ୱସନୀୟ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇଦେବା ସହିତ ବ୍ୟାଙ୍କ୍ ସେବାରୁ ବଞ୍ଚିତ ଥିବା ଲୋକମାନଙ୍କୁ ଦେଶର ଆର୍ଥିକ ପ୍ରଗତିରେ ସାମିଲ୍ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।

ପ୍ରଥମ ପର୍ଯ୍ୟାୟରେ ଦେଶର ୬୫୦ଟି ଶାଖାରେ ଏବଂ ୩୨୫୦ଟି ଏକ୍‌ସେସ୍‌ ପଏଣ୍ଟ୍ ସାଧାରଣ ଡାକଘରରେ ଆଇପିପିବି ବ୍ୟାଙ୍କ୍‌ ସେବା ଏକାସାଙ୍ଗରେ ଉଦ୍‌ଘାଟିତ ହୋଇଛି। ଆଗାମୀ ୩୧ ଡିସେମ୍ୱର ୨୦୧୮ ସୁଦ୍ଧା ଏହି ସେବା ଦେଶର ସମସ୍ତ ୧.୫୫ ଲକ୍ଷ ଡାକଘର ମାଧ୍ୟମରେ ଯୋଗାଇ ଦେବାକୁ ଯୋଜନା ରଖାଯାଇଛି।

dharmendra pradhan

ଓଡ଼ିଶାରେ ମଧ୍ୟ ଏହି ଆଇପିପିବି ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଡାକ ପରିମଣ୍ଡଳ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ୩୦ ଜିଲ୍ଲାର ସଦର ମହକୁମା ପ୍ରଧାନ ଡାକଘରରେ ଏହି ସେବା ଆରମ୍ଭ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ଗଞ୍ଜାମର ଭଞ୍ଜନଗର ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର (୩୩ଟି) ଶାଖା ଏବଂ ୧୬୫ଟି ଡାକଘରରେ ଆଇପିପିବି ସେବା ଖୋଲାଯାଇଛି। ଆଗାମୀ ୩୧ ଡିସେମ୍ୱର ୨୦୧୮ ସୁଦ୍ଧା ରାଜ୍ୟର ଅବଶିଷ୍ଟ ୮୦୫୦ ଡାକ ଘରେ ଏହି ସେବା ଉପଲବ୍ଧ ହେବ।

ଏହାଦ୍ୱାରା ୧୩୬୭ ଜଣ ପୋଷ୍ଟ୍‌ମ୍ୟାନ୍‌ ଏବଂ ୭୦୦୯ ଜଣ ଡାକ ବିତରକଙ୍କ ମାଧ୍ୟମରେ ଓଡ଼ିଶାରେ ଡୋର୍‌-ଷ୍ଟେପ୍ ବ୍ୟାଙ୍କିଙ୍ଗ୍‌ ସେବା ବା ଘରପାଖରେ ବ୍ୟାଙ୍କ୍‌ ସେବା ଯୋଗାଇ ଦିଆଯିବ।

ଏଥିରେ ଗ୍ରାହକ ଆଧାର କାର୍ଡ ଏବଂ ବାୟୋମେଟ୍ରିକ୍‌ ପ୍ରମାଣୀକରଣ ସାହାଯ୍ୟରେ ନିଜର କାଗଜ ବିହୀନ ସଂଚୟଖାତା ଖୋଲି ପାରିବେ। କ୍ୟୁ-ଆର୍‌ କୋଡ଼ ସାହାଯ୍ୟରେ ଗ୍ରାହକମାନେ ଖୁବ୍‌ ସହଜରେ ଅର୍ଥ ବିନିମୟ କରିପାରିବେ। ଏଥିପାଇଁ ସେମାନଙ୍କୁ ଆକାଉଣ୍ଟ୍ ନମ୍ୱର୍‌ କିମ୍ବା ପିନ୍‌ ନମ୍ୱର୍‌ ମନେ ରଖିବାକୁ ପଡ଼ିବ ନାହିଁ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ- ଜମାଖାତା, ମନି ଟ୍ରାନ୍ସଫର, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି), ବିଲ୍‌ ଏବଂ ବ୍ୟବସାୟୀଙ୍କୁ ଅର୍ଥ ପୈଠ ଆଦି ସେବା ଆଇପିପିବି ବ୍ୟାଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ। ପେମେଣ୍ଟ୍‌ସ ବ୍ୟାଙ୍କ୍‌ ନିୟମାବଳୀ ଅନୁଯାୟୀ ଆଇପିପିବି ପକ୍ଷରୁ ଅନ୍ୟାନ୍ୟ ଆର୍ଥିକ ସେବା ଯଥା ଋଣ, ଛୋଟ ନିବେଶ ଏବଂ ବୀମା ଆଦି ସୁବିଧା ମିଳିବ ବୋଲି ଶ୍ରୀ ପ୍ରଦାନ କହିଛନ୍ତି।

ଭାରତୀୟ ଡାକ ବିଭାଗ ମାଧ୍ୟମରେ ୧.୫୫ ଲକ୍ଷ ଡାକ ଘରେ ଆଇପିପିବି ସେବା କାର୍ଯ୍ୟକାରୀ ହେବ। ସେଥିମଧ୍ୟରୁ ୧,୩୦,୦୦୦ ଡାକ ଘର ଗ୍ରାମାଞ୍ଚଳରେ ବ୍ୟାଙ୍କ୍‌ ସେବା ଯୋଗାଇଦେବ। ୩,୦୦,୦୦୦ ପୋଷ୍ଟମ୍ୟାନ୍‌ ଏବଂ ଗ୍ରାମୀଣ ଡାକ ସେବକଙ୍କ ଦ୍ୱାରା ଏହି ବ୍ୟାଙ୍କିଙ୍ଗ୍‌ ସେବା ଦେଶର ସମସ୍ତ ସହର, ଗ୍ରାମ ଏବଂ ଦୂରବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ଘରେ ପହଞ୍ଚାଇ ଦିଆଯିବ।

 

 



from Odisha Reporter https://ift.tt/2LNJwH8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages