ହୋଟେଲ୍‌ରେ ରୁମ୍‌ ନେବା ବେଳେ ଏସବୁ କଥା ଉପରେ ଦିଅନ୍ତୁ ଧ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ହୋଟେଲ୍‌ରେ ରୁମ୍‌ ନେବା ବେଳେ ଏସବୁ କଥା ଉପରେ ଦିଅନ୍ତୁ ଧ୍ୟାନ

top

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ସମୟରେ ଆପଣ ବାହାରକୁ ଯାଉଥିବେ। ପରିବାର ସହ ହେଉ କି ସାଙ୍ଗସାଥୀଙ୍କ ସହ କେଉଁ ଆଡେ ବୁଲିବାକୁ ଯାଉଥିବେ। ଚାକିରି କି ବ୍ୟବସାୟ କରୁଥିଲେ ବାହାରକୁ ଟୁର୍‌ ପଡ଼ୁଥିବ। ଏଥିପାଇଁ ଆପଣଙ୍କୁ ହୋଟେଲ୍‌ରେ ରୁମ୍‌ ବୁକ୍ କରିବାକୁ ପଡ଼ୁଥିବ।

ତେବେ ହୋଟେଲ୍‌ରେ ରୁମ୍‌ ନେବା ବେଳେ କିଛି ବିଷୟ ଉପରେ ଧ୍ୟାନ ଦିଆଯିବା ଉଚିତ୍‌। ଯାହା ବହୁତ ଲୋକ କରିନଥାନ୍ତି। ଫଳରେ ରୁମ୍‌ ବୁକ୍‌ କରି ରହିବା ପରେ ଅଯଥା ହଇରାଣ ହୋଇଥାନ୍ତି।

ଆସନ୍ତୁ ଜାଣିବା ହୋଟେଲ୍‌ରେ ରୁମ୍‌ ବୁକ୍‌ କରିବା ବେଳେ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍‌।

hotelହୋଟେଲ୍‌ ଛାଡ଼ିବାରେ ବିଳମ୍ବ

ହୋଟେଲ୍‌ରେ ରୁମ୍‌ ବୁକିଂ ବେଳେ କର୍ମଚାରୀଙ୍କ ସହ କଥା ହୋଇଯାଆନ୍ତୁ, ଯଦି ଚେକ୍‌ ଆଉଟ୍‌ (ଛାଡିବା ସମୟ)ରେ ସାମାନ୍ୟ ବିଳମ୍ବ ହେବ ଚଳିବ କି ? କାରଣ ଆପଣ ଫେରିବାକୁ ଥିବା ଗାଡ଼ି କି ଫ୍ଲାଇଟ୍‌ ଲେଟ୍‌ ହୋଇଗଲେ ଆପଣଙ୍କୁ ରହିବାକୁ ପଡ଼ିପାରେ। ଏଥିପାଇଁ ହୋଟେଲ୍‌ କର୍ମଚାରୀଙ୍କ ସହ ଆରାମରେ କଥା ହୁଅନ୍ତୁ। ଯଦି ଚେକ୍‌ ଆଉଟ୍‌ରେ ବିଳମ୍ବ ହୁଏ, କେତେ ଟଙ୍କା ଦେବାକୁ ପଡ଼ିବ ସେକଥା ମଧ୍ୟ ଆଲୋଚନା କରିନିଅନ୍ତୁ।

hotel2ଆଖପାଖ ଉପରେ ଧ୍ୟାନ ଦିଅନ୍ତୁ

ହୋଟେଲ୍‌ରେ ରୁମ୍‌ ନେବା ବେଳେ ଆଖପାଖ ସମ୍ପର୍କରେ ସୂଚନା ସଂଗ୍ରହ କରନ୍ତୁ। ବେଳେ ବେଳେ ଏମିତି ହୁଏ, ହୋଟେଲ୍‌ର ରୁମ୍‌ କମ୍ଫଟେବଲ୍ ହୋଇଥାଏ। ହେଲେ ଏହାର ପରିସର ଅପରିଷ୍କାର ରହିଥାଏ। ଏହି କାରଣରୁ ଧୂଳି ଉଡ଼ିବା ସହ ଦୁର୍ଗନ୍ଧ ମଧ୍ୟ ହୋଇଥାଏ। ଫଳରେ ଆପଣ ରୁମ୍‌ରେ ଠିକ୍‌ରେ ଆରାମ କରିପାରି ନଥାନ୍ତି। ତେଣୁ ରୁମ୍‌ ବୁକ୍‌ କରିବା ପୂର୍ବରୁ ହୋଟେଲ୍‌ ପରିସର ଭଲ ଭାବେ ପରଖି ନିଅନ୍ତୁ।

hotel3ଏକ୍ସଟ୍ରା ଚାର୍ଜ

ବହୁ ସମୟରେ ହୋଟେଲ୍‌ ବୁକିଂ ସମୟରେ ଏକ୍ସଟ୍ରା ଚାର୍ଜ, ଯେପରି କି ସିଟି ଟ୍ୟାକ୍ସ ଓ ଭ୍ୟାଟ୍‌ ବିଷୟରେ କୌଣସି ସୂଚନା ଦିଆଯାଇ ନଥାଏ। ହେଲେ ଫାଇନାଲ୍‌ ପେମେଣ୍ଟ୍‌ ବେଳେ ଏସବୁ ଚାର୍ଜ ବିଲ୍‌ରେ ଯୋଡ଼ା ଯାଇଥାଏ। ଫଳରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ। କେବେ କେବେ ଏହାକୁ ନେଇ ଗ୍ରାହକ ଓ ହୋଟେଲ୍‌ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହେବାର ମଧ୍ୟ ନଜିର ରହିଛି।

ଏପରି ସମସ୍ୟାରେ ନ ପଡ଼ିବାକୁ ଚାହୁଁଥିଲେ, ବୁକିଂ ସମୟରେ କାଉଣ୍ଟର୍‌ରେ ଏସବୁ ବିଷୟରେ ପଚାରି ବୁଝି ନିଅନ୍ତୁ। ୱାଇଫାଇ, ପାର୍କିଂ, ଖବରକାଗଜ, ବ୍ରେକ୍‌ଫାଷ୍ଟ୍‌ ଓ ରୁମ୍‌ରେ ଏଣ୍ଟରଟେନ୍‌ମେଣ୍ଟ୍‌ ପାଇଁ ମିଳୁଥିବା ସୁବିଧା ଫ୍ରି କି ନୁହେଁ ପଚାରି ବୁଝି ନେବା ଉଚିତ୍‌।

hotel4ଏକ୍ସଟ୍ରା ସୁବିଧା

କିଛି ହୋଟେଲ୍‌ରେ ନିଜସ୍ୱ ସ୍ପା, ସ୍ୱିମିଙ୍ଗ ପୁଲ୍‌ ଓ ଜିମ୍ ସୁବିଧା ନଥାଏ। ହେଲେ କେତେକ ହୋଟେଲରେ ଏସବୁ ସୁବିଧା ହୋଟେଲ୍‌ ପରିସରରେ ରହିଥାଏ। ଆପଣ ଭାବି ନେବେ ନାହିଁ ବୁକିଂ କରିଥିବା ଟଙ୍କାରେ ଏସବୁ ସୁବିଧା ମିଳିଯିବ। ଯଦି ଆପଣ ଏସବୁ ଏକ୍ସଟ୍ରା ସୁବିଧା ନେବାକୁ ଚାହୁଁଛନ୍ତି, ତେବେ କେତେ ଟଙ୍କା ଦେବାକୁ ପଡ଼ିବ ବୁକିଂ ସମୟରେ ପଚାରି ବୁଝିନିଅନ୍ତୁ।

bathroomବାଥ୍‌ରୁମ୍‌ ସାମଗ୍ରୀ

ହୋଟେଲ୍‌ ଗୁଡ଼ିକରେ ବାଥରୁମ୍‌ରେ ବ୍ୟବହାର ହେଉଥିବା ସବୁ ସାମଗ୍ରୀ ଯଥା, ସାବୁନ୍, ଶାମ୍ପୁ, ଟୁଥବ୍ରଶ୍‌, ଟିସୁ ପେପର୍‌ ରହିଥାଏ। ଅବଶ୍ୟକ ବେଳେ ଏସବୁ ଦ୍ରବ୍ୟ ଆପଣ ଅଧିକ ମଗାଇ ପାରିବେ। ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ।

ଯଦି ଆପଣ ନିଜ ଟୟେଲଟ୍ରି ବ୍ୟାଗ୍‌ ଆଣିବା ଭୁଲି ଯାଇଛନ୍ତି କିମ୍ବା ଭୁଲରେ କେଉଁଠି ଛାଡ଼ି ଦେଇଛନ୍ତି, ତେବେ ରୁମ୍‌ ବୁକିଂ କରିବା ବେଳେ ରିସେପ୍ସନ୍‌ରେ କହି ଦିଅନ୍ତୁ। କାରଣ ରୁମ୍‌ ନେବା ପରେ ଏସବୁ ଜିନିଷ ହୋଟେଲ୍‌ ତରଫରୁ ଆପଣଙ୍କୁ ଯୋଗାଇ ଦିଆଯାଇ ପାରିବ।

roomଅଧିକ ବେଡ୍‌

ବେଳେ ବେଳେ ହଠାତ୍‌ ଅଧିକ ବେଡ୍‌ର ଆବଶ୍ୟକତା ପଡ଼ିଯାଇଥାଏ। ଯାହା ସମସ୍ୟାର କାରଣ ପାଲଟି ଥାଏ। ଏପରି ସମସ୍ୟାରୁ ବଞ୍ଚିବାକୁ ଚାହୁଁଥିଲେ, ରୁମ୍‌ ବୁକ୍‌ ସମୟରେ ଏକ୍ସଟ୍ରା ବେଡ୍‌ ସୁବିଧା ଅଛି କି ନାହିଁ ବୁଝି ନିଅନ୍ତୁ। ଯଦି ଏହି ସୁବିଧା ଥିବ ତ ଭଲ କଥା। ଯଦି ନଥିବ ତେବେ ସେମାନେ ଅଧିକ ଟଙ୍କା ନେଇ ବେଡ୍ ଦେଇଦେବେ। ତେବେ ଏନେଇ ପୂର୍ବରୁ କଥା ହୋଇଯିବାଟା ଉଚିତ୍‌ ହେବ।



from Odisha Reporter https://ift.tt/2xfxlhO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages