ମୋହନ ଭାଗବତଙ୍କ ‘ସିଂହ ଏବଂ କୁକୁର’ ବୟାନକୁ ନେଇ ଉଠିଲା ବିବାଦ, କିଏ ଉଠାଇଲେ ଆପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ମୋହନ ଭାଗବତଙ୍କ ‘ସିଂହ ଏବଂ କୁକୁର’ ବୟାନକୁ ନେଇ ଉଠିଲା ବିବାଦ, କିଏ ଉଠାଇଲେ ଆପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ( ଆର୍‌ଏସ୍‌ଏସ) ମୁଖ୍ୟ ମୋହନ ଭାଗବତଙ୍କ ବିବାଦୀୟ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆମେରିକାରେ ସିକାଗୋରେ ଚାଲିଥିବା  ବିଶ୍ୱ ହିନ୍ଦୁ କଂଗ୍ରେସ ସଭାରେ ମୋହନ ଭାଗବତ ଦେଇଥିବା ଏକ ଟିପ୍ପଣିକୁ ନେଇ  ଆପତ୍ତି ଉଠିଛି। ମୋହନ ଭାଗବତଙ୍କ ‘କୁକୁର ଏବଂ ସିଂହ’ ସମ୍ବୋଧନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

AIMIM ପ୍ରମୁଖ ଅସଦୁଦ୍ଦିନ୍‌ ୱେଏସି ଏବଂ ଭାରତୀୟ ବହୁଜନ ମହାଜନ ସଂଘର ନେତା  ପ୍ରକାଶ ଆମ୍ବେଦକର ମୋହନ ଭାଗବତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଭୟେ ୱେଏସି ଏବଂ ପ୍ରକାଶ ଆମ୍ବେଦକର କହିଛନ୍ତି ଯେ, ମୋହନ ଭାଗବତଙ୍କ ଏହି ବୟାନରେ ସିଂହ ହେଉଛି ‘ସଂଘ ଏବଂ କକୁର’ ଆକ୍ଷେପ ବିପକ୍ଷ ଦଳକୁ ଇସାରା କରୁଛି। ୱେଏସି କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଅନୁସାରେ ସମସ୍ତେ ହେଉଛନ୍ତି ମଣିଷ।

ଏଠି କାହାକୁ ସିଂହ କିମ୍ବା କୁକୁର ବୋଲି କୁହାଯାଇ ନାହିଁ। ସଂଘ କେବେ ଭାରୀତୀୟ ସମ୍ବିଧାନକୁ ମାନେ ନାହିଁ। ସଂଘ ନିଜକୁ ସିଂହ ଏବଂ ବାକି ସମସ୍ତଙ୍କୁ କୁକୁର ବୋଲି ମାନେ। ନିଜେ ଶକ୍ତିଶାଳି ଏବଂ ବାକି ସମସ୍ତେ ଦୁର୍ବଳ ବୋଲି ସଂଘ ମନେ କରେ ବୋଲି ଭାଗବତ କହିଥିଲେ।

କ’ଣ କହିଥିଲେ ଭାଗବତ

ଶୁକ୍ରବାର ଦେଇଥିବା ଭାଷଣରେ ଭାଗବତ କହିଥିଲେ ଯେ, ପ୍ରଭୂତ୍ୱ ବିସ୍ତାର କରିବା ହିନ୍ଦୁଙ୍କର ଆଶା, ଆଂକାକ୍ଷା ନୁହେଁ । ସେ କହିଥିଲେ ଯେ, ଯଦି ଗୋଟିଏ ସିଂହ ଏକୁଟିଆ ଅଛି ତେବେ ଏକ ଜଙ୍ଗଲୀ କୁକୁର ତାକୁ ଆକ୍ରମଣ କରି ମାରିପାରେ।

କିନ୍ତ ଏହା ଭୁଲିଯିବା ଉଚିତ୍‌ ନୁହେଁ ଯେ, ବିଶ୍ୱକୁ ସର୍ବଶ୍ରେଷ୍ଠ ଭାବେ ଗଠନ କରିବା ଆମର ଲକ୍ଷ୍ୟ।  ପ୍ରଭୁତ୍ୱ ବା ସାମ୍ରାଜ୍ୟ ବିସ୍ତାରର ଲାଳସା ଆମ ମନରେ ନାହିଁ। ଆମର ଇଚ୍ଛା ବିଜୟ ପ୍ରାପ୍ତି କିମ୍ବା ଔପନିବେଶବାଦ ନୁହଁ।



from Odisha Reporter https://ift.tt/2MZerFV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages