ରାହୁଲଙ୍କ ସମକକ୍ଷ ହେଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ରାହୁଲଙ୍କ ସମକକ୍ଷ ହେଲେ ରାହୁଲ

60

ଓଭାଲ୍‌: ରାହୁଲ ଦ୍ରାବିଡ଼ଙ୍କ ରେକର୍ଡର ସମକକ୍ଷ ହେଲେ ଲୋକେଶ ରାହୁଲ। କ୍ରିକେଟ୍‌ରେ ‘ଦ ୱାଲ୍‌’ ନାଁରେ ପରିଚିତ ଦ୍ରାବିଡ଼ ୧୩ ବର୍ଷ ତଳେ ଯେଉଁ ରେକର୍ଡ କରିଥିଲେ, ତା’ର ସମକକ୍ଷ ହୋଇଛନ୍ତି ଲୋକେଶ ରାହୁଲ।

ଓଭାଲ୍‌ରେ ଚାଲିଥିବା ପଞ୍ଚମ ଟେଷ୍ଟର ଦ୍ୱିତୀୟ ଦିନରେ ଗତକାଲି ମିଡ୍ ଅନ୍ ଅଞ୍ଚଳରେ ଲୋକେଶ ରାହୁଲ ଏକ ଚମତ୍କାର କ୍ୟାଚ୍ ଧରିଥିଲେ। ବଲ୍‌ଟି ତାଙ୍କ ମୁଣ୍ଡ ଉପର ଦେଇ ଯାଉଥିବା ବେଳେ ସେ ଏହାକୁ ଧରି ନେଇଥିଲେ। ଫଳରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଥିଲେ। ଏହି କ୍ୟାଚ୍ ସହିତ ଚଳିତ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ଲୋକେଶ ରାହୁଲ ଏଯାବତ୍ ୧୩ଟି କ୍ୟାଚ୍ ଧରି ସାରିଲେଣି। ଗତକାଲିର କ୍ୟାଚ୍ ପରେ ସେ ରାହୁଲ ଦ୍ରାବିଡ଼ଙ୍କ ସମକକ୍ଷ ହୋଇଯାଇଛନ୍ତି।

୧୩ ବର୍ଷ ତଳେ ୨୦୦୪-୦୫ରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍‌ରେ ଦ୍ରାବିଡ଼ ୧୩ଟି କ୍ୟାଚ୍ ଧରିଥିଲେ। ଭାରତୀୟ ଖେଳାଳି ଭାବେ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ସେ ସର୍ବାଧିକ କ୍ୟାଚ୍ ନେଇ ଏହି ରେକର୍ଡ କରିଥିଲେ। ଦ୍ରାବିଡ଼ ୪ଟି ଟେଷ୍ଟରୁ ଏହି ସଫଳତା ପାଇଥିଲେ।

rahulଦ୍ରାବିଡ଼ଙ୍କ ଏହି ରେକର୍ଡକୁ ଭାଙ୍ଗିବାକୁ ଲୋକେଶ ରାହୁଲଙ୍କ ନିକଟରେ ସୁଯୋଗ ଅଛି। କାରଣ ଏହି ଟେଷ୍ଟ୍ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍ ବାକି ଅଛି।

ପୂର୍ବରୁ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ୧୩ଟି କ୍ୟାଚ୍‌ ଧରିବାରେ ରାହୁଲ ଦ୍ରାବିଡ଼ ବିଶ୍ୱର ଏକ ମାତ୍ର ଖେଳାଳି ନଥିଲେ। ୱେଷ୍ଟ୍ ଇଣ୍ଡିଜ୍‌ର ବ୍ରେନ୍ ଲାରା ଓ ଅଷ୍ଟ୍ରେଲିଆର ବବ୍ ସିମ୍ପସନ୍ ମଧ୍ୟ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ୧୩ଟି ଲେଖାଏ ୱିକେଟ୍ ନେଇଛନ୍ତି। ଏହି ଦୁଇ ଜଣ ଖେଳାଳି ଦୁଇ ଥର ଲେଖାଏ ୧୩ଟି କ୍ୟାଚ୍ ନେଇଛନ୍ତି।

ବ୍ରେନ୍ ଲାରା ୧୯୯୭-୯୮ରେ ଇଂଲଣ୍ଡ ବିପକ୍ଷରେ ଓ ୨୦୦୬ରେ ଭାରତ ବିପକ୍ଷରେ ଏହି ସଫଳତା ପାଇଥିଲେ। ସେହିପରି ସିମ୍ପସନ୍‌ ୧୯୫୭-୫୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ ୧୯୬୦-୬୧ରେ ୱେଷ୍ଟ୍‌ ଇଣ୍ଡିଜ୍ ବିପକ୍ଷରେ ଏହି ସଫଳତା ପାଇଥିଲେ।

ତେବେ ଗୋଟିଏ ସିରିଜ୍‌ରେ ସର୍ବାଧିକ କ୍ୟାଚ୍‌ ନେବାର ରେକର୍ଡ ଅଷ୍ଟ୍ରେଲିଆର ଜ୍ୟାକ୍ ଗ୍ରିଗୋରୀଙ୍କ ନାଁରେ ଅଛି। ୧୯୨୦-୨୧ରେ ଆଶେସ୍ ସିରିଜ୍‌ରେ ସେ ୧୫ଟି ୱିକେଟ୍‌ ନେଇଥିଲେ। ସେହିପରି ୧୯୭୪-୭୫ରେ ଆଶେସ୍ ସିରିଜ୍‌ରେ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍ ଇଂଲଣ୍ଡ ବିପକ୍ଷରେ ୧୪ଟି ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2wWbxI2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages