
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅନେକ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରାଜନେତା ତାଙ୍କର ଶେଷ ଦର୍ଶନ କରିଛନ୍ତି।
ସେ ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ କଟକ ସଦର ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ଥିଲେ। ଏହାସହ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ସେ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ ରହିଥିଲେ।
ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ସେ ଜେଲ୍ ଦଣ୍ଡ ମଧ୍ୟ ଭୋଗିଥିଲେ। ସେ କଟକ ଓ ବ୍ରହ୍ମପୁର ସେଣ୍ଟ୍ରାଲ୍ ଜେଲ୍ରେ ୩ ବର୍ଷ ୨ମାସ ରହିଥିଲେ।
ତାଙ୍କର ୪ ପୁଅ, ୩ଝିଅ ଓ ଧର୍ମପତ୍ନୀ ଅଛନ୍ତି। ଦୋଳଗୋବିନ୍ଦଙ୍କ ଇଚ୍ଛା ଅନୁସାରେ ତାଙ୍କର ପୈତୃକ ବାସଭବନ ଗତିରାଉତପାଟଣା ନିକଟସ୍ଥ ଡିହସାହିରେ ଆଜି ଅପରାହ୍ନ ୫ଟାରେ ଶେଷକୃତ୍ୟ ସଂପନ୍ନ କରାଯିବ।
from Odisha Reporter https://ift.tt/2Nj0Fya
No comments:
Post a Comment