ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ

bhadrak,,,,

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ବନ୍ତସ୍ଥିତ ଡିଆରଡିଏ ନିକଟରେ ଜଣେ ମଦ ଦୋକାନ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୩ ଦୁର୍ବୃତ୍ତ।

ଆହତ ଦୋକାନ କର୍ମଚାରୀଙ୍କ ନାଁ ଦୀନବନ୍ଧୁ ନାୟକ (୩୬)। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୀନବନ୍ଧୁ  ଭଦ୍ରକର କଚେରି ଛକ ଠାରେ ଥିବା ଏକ ବିଦେଶୀ ମଦ ଦୋକାନରେ କାର୍ଯ୍ୟ କରନ୍ତି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେ ଦୋକାନ ବନ୍ଦ କରି ଟଙ୍କା ଧରି ବାଇକ୍ ଯୋଗେ ଡଗମୁଣ୍ଡା ସ୍ଥିତ ତାଙ୍କ ଘରକୁ ଯାଉଥିଲେ।

ଡିଆରଡିଏ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ଏକ କଳା ପଲ୍‌ସର୍‌ରେ ଆସିଥିଲେ।  ସେମାନେ ଦୀନବନ୍ଧୁଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ସେ ବ୍ୟାଗ୍‌ଟିକୁ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ। ତା’ପରେ ଜଣେ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ତାଙ୍କ କାନ୍ଧ ଓ ହାତରେ ଚାରି ଚୋଟ ପକାଇ ଥିଲେ। ତା’ପରେ ଟଙ୍କା ବ୍ୟାଗ୍ ନେଇ ଚାଲି ଯାଇଥିଲେ।



from Odisha Reporter https://ift.tt/2p00BEM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages