
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ଆମ ଚଳଣିରେ ମିଠାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂଜାରେ ଭୋଗ ଲାଗିବାଠୁ ଆରମ୍ଭ କରି ପ୍ରାୟ ସମସ୍ତେ ବିଭିନ୍ନ ଉତ୍ସବ, ପର୍ବପର୍ବାଣୀ ତଥା ଖୁସିର ମୁହୂର୍ତ୍ତରେ ମିଠା ଖାଇଥା’ନ୍ତି ଓ ଅନ୍ୟଙ୍କୁ ଖୁଆଇଥା’ନ୍ତି। ବନ୍ଧୁବାନ୍ଧବଙ୍କ ଘରକୁ ଗଲେ ମଧ୍ୟ, ଆମେ ନାନା ପ୍ରକାର ମିଠା ନେଇ ଯାଉ। ତେବେ ବାହାର ଜନିଷ ଖାଇବାକୁ ସମସ୍ତେ ଭଲ ପାଆନ୍ତି ନାହିଁ। ତେଣୁ ଆପଣ ନିଜ ଘରେ କିପରି ସ୍ୱାଦିଷ୍ଟ ‘କାଲାକନ୍ଦ’ ମିଠା ପ୍ରସ୍ତୁତ କରିପାରିବେ, ଆଜି ଆମେ ତାହାର ଉପାୟ ବତାଇବୁ।
ଆବଶ୍ୟକ ସାମଗ୍ରୀ: ଖୁଆ, ଛେନା, କ୍ରିମ୍, କ୍ଷୀର, ପେଶା ଚିନି, ଡାଲଚିନି ଗୁଣ୍ଡ, କଟା ବାଦାମ୍ ଓ ଘିଅ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନା ଓ ଖୁଆକୁ ଭଲଭାବେ ଏକାଠି ପେଶି ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ, ଛେନା ଓ ଖୁଆର ମିଶ୍ରଣ ସହ କ୍ରିମ୍ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ।
ଏହାକୁ ଲଗାତାର ଭାବେ ଗୋଳାନ୍ତୁ ଯେପରି ଏହା ତଳେ ଲାଗି ନଯାଏ। ଏହାକୁ ସେତେବେଳ ଯାଏ ଫୁଟାନ୍ତୁ, ଯେତେବେଳ ଯାଏ ଏହା ଶୁଖିଲା ନହୋଇଛି।
ଏହା ଶୁଖା ହୋଇଯିବା ପରେ ଏଥିରେ ଚିନି ଓ ଡାଲଚିନି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଓ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏକ ଗହୀରିଆ ଥାଳିରେ ହାଲକା ଭାବେ ଘିଅ ଲଗାଇ ଏଥିରେ ଏହି ମିଶ୍ରଣକୁ ଢାଳି ଦିଅନ୍ତୁ।
ଏବେ ଏହା ଉପରେ କଟା ବାଦାମ୍ ପକାଇ ଟିକେ ଚାମଚ ସାହାଯ୍ୟରେ ଚାପି ଦିଅନ୍ତୁ। ପରେ ଏହାକୁ ମନପସନ୍ଦର ଆକୃତିରେ କାଟି ଦିଅନ୍ତୁ।
ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ କାଲାକନ୍ଦ। ଆପଣ ଚାହିଁଲେ ଏଥିରେ ଖାଦ୍ୟ ଉପଯୋଗୀ ସିଲଭର୍ ପେପର ମଧ୍ୟ ଲଗାଇପାରିବେ।
from Odisha Reporter https://ift.tt/2Or8e2k
No comments:
Post a Comment