ଇୟେ ନେତା ନା ବ୍ୟବସାୟୀ ନା ମିଡିଲ୍‌ମ୍ୟାନ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଇୟେ ନେତା ନା ବ୍ୟବସାୟୀ ନା ମିଡିଲ୍‌ମ୍ୟାନ୍ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ଦଳର ଜଣେ ସିନିୟର ନେତା ବୋଲାଉଥିବା ଜଣେ ବେପାରୀ ବାବୁ ଏବେ କୁଆଡ଼େ ସବୁଠୁ ବେଶୀ ଫାଇଦାରେ ରହିଛନ୍ତି ବୋଲି ଚର୍ଚ୍ଚା।

ଦାମଙ୍କ ବହିଷ୍କାରର ସାଇଡ୍ ଇଫେକ୍ଟର ହିସାବନିକାସ ଏବେ ଦଳ କରୁଥିବାବେଳେ ଏହି ବିଜେଡି ନେତାଜଣକ କୁଆଡ଼େ ତୃତୀୟ ମହଲା ସହ ଘନିଷ୍ଠ ସମ୍ପର୍କ ଥିବାର ଆଳ ଦେଖାଇ ମାସିକ ବଟି ନେବା ଆରମ୍ଭ କରିଦେଇଛନ୍ତି। ପାରାଦୀପରେ ଥିବା ୩୦ରୁ ଅଧିକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଡାକି ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ପାଇଁ ତାଙ୍କ ସହ ଯୋଗାଯୋଗରେ ରହିବା ନିମନ୍ତେ କୁଆଡ଼େ ତାଗିଦ୍ କରିଛନ୍ତି।

ଶୁଣିବାକୁ ମିଳୁଛି, ପାରାଦୀପରେ ଥିବା କମ୍ପାନୀଗୁଡ଼ିକ ସୁରୁଖୁରୁରେ ତାଙ୍କ ବ୍ୟବସାୟ ଚଳାଇବା ପାଇଁ ପ୍ରଶାସନିକ ଓ ରାଜନୀତିକ ପୃଷ୍ଠପୋଷକତା ଆବଶ୍ୟକ କରୁଥିବାରୁ ବାଧ୍ୟବାଧକତାରେ ଏଭଳି ଚାନ୍ଦା ଦେଇଥାନ୍ତି। ପାରାଦୀପ ଉପରେ ଦୀର୍ଘ କିଛିବର୍ଷ ଧରି ଏହି ନେତାଜଣକ କୁଆଡ଼େ ଆଖି ପକାଇଥିଲେ। କିନ୍ତୁ ଦାମଙ୍କ ଯୋଗୁ ତାହା ସମ୍ଭବପର ହୋଇପାରୁନଥିଲା।

ପାରାଦୀପରୁ ବିଭିନ୍ନ ବାଟରେ ମୋଟା ଅଙ୍କର ନିୟମିତ ଚାନ୍ଦା ଆଦାୟ ପାଇଁ ଏବେ ଦାମ ଭୟ ନଥିବାରୁ ସିଏ କୁଆଡ଼େ ଫୁଲଦମରେ ଲାଗିପଡ଼ିଛନ୍ତି। ଅବଶ୍ୟ ଏହି ବାବୁଜଣକ ରାଜନେତା କମ୍ ଓ ବ୍ୟବସାୟୀ ଭାବେ ଅଧିକ ଜଣାଶୁଣା।

ଚର୍ଚ୍ଚା ହେଉଛି, ପାରାଦୀପରେ ଏଭଳି କୌଣସି ଗତିବିଧି କରିବା ପାଇଁ କୁଆଡ଼େ ସମ୍ପୃକ୍ତ ନେତାଙ୍କୁ ଏପର୍ଯ୍ୟନ୍ତ ତୃତୀୟ ମହଲା ଗ୍ରୀନ୍ ସିଗନାଲ ଦେଇନାହିଁ। ମାତ୍ର ସିଏ କୁଆଡ଼େ ତୃତୀୟ ମହଲା ବାବୁଙ୍କ ସହ ନିଜର ଘନିଷ୍ଠ ସମ୍ପର୍କ ଅଛି ବୋଲି ହାୱା କରି ପାରାଦୀପରେ ଥିବା କମ୍ପାନୀଗୁଡ଼ିକୁ ‘ବଟି’ ଦେବା ପାଇଁ ଚାପ ପକାଇବାରେ ଲାଗିଛନ୍ତି। ତୃତୀୟ ମହଲାର ନିର୍ଦ୍ଦେଶ ଅଛି ଓ ଏଭଳି ‘ବଟି’ ଦେବାକୁ ପଡ଼ିବ ବୋଲି କୁଆଡ଼େ କହିବାକୁ ସମ୍ପୃକ୍ତ ନେତାଜଣକ ପଛାଉ ନାହାନ୍ତି।

ବାବୁ କୁଆଡ଼େ ଇତିମଧ୍ୟରେ ନିଜ ଲୋକଙ୍କୁ ପଠାଇ ପାରାଦୀପର ବ୍ୟବସାୟୀଙ୍କ ସହିତ ମୂଲଚାଲ କରିବା ମଧ୍ୟ ଆରମ୍ଭ କରିଛନ୍ତି । ଏହି ନେତାଙ୍କର ଏଭଳି କାରବାରକୁ ଦେଖି ପାରାଦୀପରେ ଥିବା କିଛି ଶ୍ରମିକ ସଂଗଠନ କୁଆଡ଼େ ଏବେ ତାଙ୍କୁ ବିରୋଧ କରିଛନ୍ତି।

ପାରାଦୀପରୁ ତାଙ୍କୁ ଦଳ ଟିକେଟ୍ ଦେବ ବୋଲି କୁଆଡ଼େ ସେ ନିଜର କିଛି ଖାସ୍ ଅନୁଗତଙ୍କୁ ସନ୍ଦେଶ ଦେଇଛନ୍ତି। ଯଦି ତାଙ୍କ ସହ ଏବେଠୁ ମୂଲଚାଲ ନକରିବେ, ତା’ହେଲେ ଆଗାମୀ ଦିନରେ କମ୍ପାନୀଗୁଡ଼ିକ ପାଇଁ ଏସବୁ ଭାରି ମହଙ୍ଗା ପଡ଼ିବ ବୋଲି ଏହି ନେତାଜଣକ ପରୋକ୍ଷରେ ଧମକ ଦେଇଥିବା ଚର୍ଚ୍ଚା।



from Odisha Reporter https://ift.tt/2OS0R4a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages