
ଭୁବନେଶ୍ୱର: ଚାଇନା ମୋଟର୍ ସାଇକେଲ୍ ନିର୍ମାତା କମ୍ପାନୀ ‘ସୁନ୍ରା’ ଏକ ନୂଆ ଡିଜାଇନ୍ର ଇଲେକ୍ଟ୍ରିକ୍ ସ୍କୁଟର୍ ତିଆରି କରିଛି। ଯାହାର ନାମ ହେଉଛି Miku Max । ଖାସ୍ କରି ସହରୀ ଲୋକଙ୍କ ସୁବିଧା ପାଇଁ ଏହି ବାଇକ୍ ତିଆରି କରାଯାଇଛି। ବାଇକ୍ଟି ଛୋଟ ହୋଇଥିବାରୁ ଏହା ସହରର ଅଣଓସାରିଆ ଗଳିରେ ସହଜରେ ଚଲାଇ ହେବ। ଏଥିସହିତ ସିଟ୍ ତଳେ ଜିନିଷପତ୍ର ରଖିବାକୁ ସୁବିଧା ମଧ୍ୟ ଦିଆଯାଇଛି।
ଏଥିରେ କ’ଣ ସବୁ ସୁବିଧା ରହିଛି ଆସନ୍ତୁ ଜାଣିବା।
ଏହି ସ୍କୁଟର୍ରେ Bosch କମ୍ପାନୀ ଦ୍ୱାରା ତିଆରି ହୋଇଥିବା ବିଶେଷ ଧରଣର ୮୦୦ ୱାଟ୍ର ମୋଟର୍ ଲାଗିଛି।
ଏହାର ଘଣ୍ଟା ପ୍ରତି ବେଗ ୪୫ କିମି ରହିଛି।
ଏଥିରେ ଲାଗିଥିବା ବ୍ୟାଟେରିକୁ ଫୁଲ୍ ଚାର୍ଜ୍ କଲେ ଏହି ସ୍କୁଟର୍ଟି ୬୦ କିମି ପର୍ଯ୍ୟନ୍ତ ଚାଲିବ।
ଗ୍ରାହକଙ୍କ ସୁବିଧା ପାଇଁ ୟୁଏସ୍ବି ଚାର୍ଜିଂ ପଏଣ୍ଟ୍ ମଧ୍ୟ ଦିଆଯାଇଛି।
ଋଷିଆରେ ଏହି ସ୍କୁଟର୍ ଦାମ୍ ଭାରତୀୟ ମୁଦ୍ରା ଅନୁସାରେ ୮୩ ହଜାର ଟଙ୍କା ରହିଛି। ତେବେ ଖୁବ୍ଶୀଘ୍ର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏହି ବାଇକ୍ ବିକ୍ରି ହେବ।
from Odisha Reporter https://ift.tt/2O7Hy6r
No comments:
Post a Comment