ରାହୁଲଙ୍କ ରୋଡ୍ ଶୋ’ରେ ବିସ୍ଫୋରଣ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ରାହୁଲଙ୍କ ରୋଡ୍ ଶୋ’ରେ ବିସ୍ଫୋରଣ, ଦେଖନ୍ତୁ ଭିଡିଓ

rahul

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଜବଲପୁରରେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରୋଡ୍ ଶୋ’ ବେଳେ ଅଚାନକ ଏମିତି କିଛି ଘଟିଗଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ରାହୁଲ ଏକ ମିନି ବସ୍‌ରେ ସବାର ହୋଇଥିଲେ। ତାଙ୍କଠାରୁ ପ୍ରାୟ ଦଶ ପାଦ ଦୂରରେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ନିଆଁ ହୁତୁ ହୁତୁ ହୋଇ ଜଳି ଥିଲା।

ତେବେ ଜାଣିଛନ୍ତି, ଏ ବିସ୍ଫୋରଣ କେମିତି ହେଲା? ରାହୁଲଙ୍କୁ ବନ୍ଦାପଣା କରି ପାଛୋଟି ନେବା ପାଇଁ ଏକ ଥାଳି ଦୀପ ଜାଳି ଅଣାଯାଉଥିଲା। ଏତିକି ବେଳେ ଗ୍ୟାସ୍ ଭର୍ତ୍ତି ବେଲୁନ୍‌ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ଫାଟି ଯାଇଥିଲା ଓ ନିଆଁ ଲାଗି ଯାଇଥିଲା।

ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି। ବିସ୍ଫୋରଣ ଏତେ ବଡ଼ ନଥିଲା। ନିଆଁ ବି ଅଧିକ ମାତ୍ରାରେ ବ୍ୟାପି ନଥିଲା। ଆଖି ପିଛୁଳାକେ ସବୁ କିଛି ଘଟି ଯାଇଥିଲା। ବିସ୍ଫୋରଣରେ ରାହୁଲ ବି ଚମକି ପଡ଼ିଥିଲେ।

ଏ ଘଟଣା ପରେ ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
(ଭିଡିଓ ସୌଜନ୍ୟ- ଅମର ଉଜାଲା)



from Odisha Reporter https://ift.tt/2O7aKOW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages