କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ପୂର୍ବରୁ ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ପୂର୍ବରୁ ତିତଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ତିତଲି’ ଜନିତ କ୍ଷୟକ୍ଷତିର ୧୮ଦିନ ପରେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ସେପଟେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି।

ଚାଷୀଙ୍କ ପାଇଁ ଇନପୁଟ ସବସିଡି ସହ ୨୦୧୮ ଖରିଫର ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀକୁ ପରିବର୍ତ୍ତନ, ଚଳିତବର୍ଷ ଫସଲ ଋଣ ଶୁଝିବା ଅବଧିକୁ ୨୦୧୯ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି, ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ଼ ଆଦି ଘୋଷଣା ହୋଇଛି। ତେବେ ଏସବୁ ସହାୟତା ପାଇବା ପାଇଁ ଅତିକମରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଜରୁରୀ। ଏହାବ୍ୟତୀତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମସ୍ତ ଦେୟ ଓ ପରୀକ୍ଷା ଫି ଛାଡ଼ ସହ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ମାଗଣାରେ ଅତିରିକ୍ତ ଦୁଇହଳ ସ୍କୁଲ ୟୁନିଫର୍ମ ଓ ପାଠ୍ୟପୁସ୍ତକ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି କ୍ଷତିପୂରଣ ପ୍ୟାକେଜ୍ ଘୋଷଣା ହୋଇଛି।

୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଅଣ ଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୬୮୦୦ଟଙ୍କା ଓ ଜଳସେଚିିତ ଜମି ପାଇଁ ୧୩,୫୦୦ ଟଙ୍କା, ସବୁଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛା ୧୮ହଜାର ଟଙ୍କାର ଇନପୁଟ ସବସିଡି ପ୍ରକୃତ ଚାଷୀଙ୍କୁ ହିଁ ଦିଆଯିବ। ଏସବୁ ଇନପୁଟ ସବସିଡି ସବୁଦିନିଆ ଫସଲ କ୍ଷେତ୍ରରେ ଅତିକମରେ ୨ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ହଜାରେ ଟଙ୍କାରୁ କମ୍ ହେବ ନାହିଁ। ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨ଲକ୍ଷ ସ୍ୱତନ୍ତ୍ର ମିନି କିଟ୍ (୧ଲକ୍ଷ ୨୦ହଜାର ଡାଲି ଜାତୀୟ ଶସ୍ୟବୀଜ, ୩୦ହଜାର ତୈଳବୀଜ,୫୦ହଜାର ପନିପରିବା ମଞ୍ଜି କିଟ୍ )ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଗୁହାଳର ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ୧.୧୩ଲକ୍ଷ ଟଙ୍କା ଲେଖାଏ , ଛେଳି ଗୁହାଳ ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ୪୪ହଜାର ଟଙ୍କା ଲେଖାଏ, କୁକୁଡ଼ା ପାଳନ ଫାର୍ମ ପାଇଁ ୨୦ହଜାର ଟଙ୍କା ଲେଖାଏ ସହାୟତା ମିଳିବ।



from Odisha Reporter https://odishareporter.in/odisha/odisha-govt-announces-compensation-package-for-titli-affected-people-a-day-ahead-of-central-teams-visit-295506

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages