
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ ବିଭାଗ ଓ ସାତକୋଶିଆର ଲୋକଙ୍କର ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’କୁ ନନ୍ଦନକାନନ ଅଣାଯିବ। ଟ୍ରାଙ୍କୁଲାଇଜ୍ ପରେ ତାକୁ ସାତକୋଶିଆରୁ ନନ୍ଦନକାନନ ଅଣାଯିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଜି ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି,“ବାଘୁଣୀ ସୁନ୍ଦରୀ ଏବେ ଆସନବାହାଲ ଗାଁଠାରୁ ତିନି କିଲୋମିଟର ଦୂରରେ ଅଛି।”
କିଛି ଦିନ ହେବ ବାଘୁଣୀ ସୁନ୍ଦରୀକୁ ନେଇ ଛକାପଞ୍ଝା ଜାରି ରହିଛି। ତାକୁ କାବୁ କରିବା ପାଇଁ ସାତକୋଶିଆ ଅଭୟାରଣ୍ୟରେ ବିଶେଷଜ୍ଞ ଟିମ୍ ଉଦ୍ୟମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ବାଘୁଣୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଂଚ ଜଙ୍ଗଲରୁ ୨ଟି ଟିମ୍ ଆସିଛନ୍ତି।
ଟାଇଁସି ଗାଁରେ ଜଣେ ବ୍ୟକ୍ତିଙ୍କୁ ସୁନ୍ଦରୀ ମାରି ଖାଇବା ପରେ ତାକୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି। ତେବେ ଏଯାଏ ସଫଳତା ମିଳିନାହିଁ।
from Odisha Reporter https://ift.tt/2AwAeNf
No comments:
Post a Comment