ମୋବାଇଲ୍‌ ମଗାଇଲେ ପହଞ୍ଚିଲା ସାବୁନ୍‌, ଆମାଜନ୍‌ ନାମରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ମୋବାଇଲ୍‌ ମଗାଇଲେ ପହଞ୍ଚିଲା ସାବୁନ୍‌, ଆମାଜନ୍‌ ନାମରେ ମାମଲା

ନଏଡା: ପ୍ରମୁଖ ଅନ୍‌ଲାଇନ୍‌ ଶପିଂ କମ୍ପାନୀ ଆମାଜନ୍‌ରୁ ମୋବାଇଲ୍‌ ମଗାଇଥିଲେ ମଧ୍ୟ ସାବୁନ୍‌ ଡେଲିଭରୀ ହେବାପରେ ଆମାଜନ୍‌ ମୁଖ୍ୟଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଜଣେ ଗ୍ରାହକ। ଗ୍ରେଟର୍‌ ନଏଡା ଅଞ୍ଚଳରେ ଏପରି ଘଟିଥିବା ଅଭିଯୋଗ ହୋଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି, ଆମାଜନ୍‌ ସମସ୍ତ ଠକେଇ ଘଟଣାକୁ ଗୁରୁତ୍ୱର ସହିତ ବିଚାର କରିଥାଏ ଏବଂ ଏହି ମାମଲାରେ ମଧ୍ୟ ପୁଲିସର ସହଯୋଗ ମଗାଯାଉଛି।

ପୁଲିସ୍‌ ସୂଚନା ଅନୁଯାୟୀ, ବିସ୍ରାଖ୍‌ ପୁଲିସ୍‌ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଆମାଜନ୍‌ର ୱେବ୍‌ସାଇଟ୍‌ ଜରିଆରେ ମୋବାଇଲ୍‌ ଫୋନ୍‌ ମଗାଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ୨୭ ତାରିଖରେ ଏହା ଆସି ପହଞ୍ଚିଥିଲା। କିନ୍ତୁ ପାର୍ସଲ ଖୋଲି ସେ ଦେଖନ୍ତି ତ ଭିତରେ ମୋବାଇଲ ନୁହେଁ, ବରଂ ମୋବାଇଲ ମାପର ଏକ ସାବୁନ୍‌ ଥିଲା।

ଏହି ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଆମାଜନ୍‌ର ଭାରତ ମୁଖ୍ୟ ଅମିତ ଅଗ୍ରୱାଲ, ଲଜିଷ୍ଟିକ୍‌ ଫାର୍ମ ଦର୍ଶିତା ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ପ୍ରଦୀପ କୁମାର ଏବଂ ରବୀଶ୍‌ ଅଗ୍ରୱାଲଙ୍କ ସହିତ ଡେଲିଭରୀ ବୟ ଅନୀଲଙ୍କ ନାମରେ ଏଫ୍‌ଆଇଆର ରୁଜୁ ହୋଇଛି।



from Odisha Reporter https://ift.tt/2AzeVdV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages