ଟ୍ରେନ୍ ଧକ୍କାରେ ମରିବା ପୂର୍ବରୁ ୮ ଜଣଙ୍କ ଜୀବନ ବଞ୍ଚାଇଥିଲେ ‘ରାବଣ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଟ୍ରେନ୍ ଧକ୍କାରେ ମରିବା ପୂର୍ବରୁ ୮ ଜଣଙ୍କ ଜୀବନ ବଞ୍ଚାଇଥିଲେ ‘ରାବଣ’

track

ଅମୃତସର: ଦଲ୍‌ବୀର ସିଂହ। ବୟସ ୩୨। ସେ ସେହି ୫୯ ଜଣଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଅମୃତସରରେ ରାବଣପୋଡ଼ି ବେଳେ ଟ୍ରେନ୍ ମାଡ଼ି ଯିବାରୁ ପ୍ରାଣ ହରାଇଛନ୍ତି।

ଦୁଇଟି କାରଣ ଯୋଗୁ ଦଲ୍‌ବୀର ସବୁଦିନ ପାଇଁ ଅମୃତସରବାସୀଙ୍କ ପାଇଁ ମନେ ରହିବେ। ପ୍ରଥମ- ‘ରାମ ଲୀଲା’ରେ ରାବଣ ଭୂମିକାରେ ନିଜର ଅଭିନୟ ପାଇଁ ଓ ଦ୍ୱିତୀୟ- ଟ୍ରେନ୍ ଧକ୍କାରେ ମରିବା ପୂର୍ବରୁ ପ୍ରାୟ ୮ ଜଣଙ୍କ ଜୀବନ ବଞ୍ଚାଇଥିବାରୁ।

ଦଲ୍‌ବୀରଙ୍କ ଜଣେ ସାଙ୍ଗ ରାଜେଶ କହିଛନ୍ତି,“ରେଳ ଟ୍ରାକ୍‌ରେ ଦଲ୍‌ବୀର ଓ ମୁଁ ଅଳ୍ପ ଦୂରତାରେ ଛିଡ଼ା ହୋଇଥିଲୁ। ଟ୍ରେନ୍ ଆସିବା ପରେ ସେ ଜୋରରେ ପାଟି କରିବା ସହିତ ପ୍ରାୟ ୮ ଜଣ ଲୋକଙ୍କୁ ଟ୍ରାକ୍‌ ବାହାରକୁ ଠେଲି ଦେଇଥିଲେ। ତେବେ ସେ ନିଜେ ଟ୍ରେନ୍‌ରେ ପିଟି ହୋଇଯାଇଥିଲେ।”

ଶୁକ୍ରବାର ସନ୍ଧ୍ୟାରେ ଅମୃତସରର ଜୋରା ଫାଟକ ନିକଟସ୍ଥ ଧୋବିଘାଟ ଅଞ୍ଚଳରେ ରାବଣପୋଡ଼ି ବେଳେ ଜଳନ୍ଧର-ଅମୃତସର ଡିଏମ୍‌ୟୁ ମାଡ଼ି ଯିବାରୁ ୫୯ ଲୋକଙ୍କ ଜୀବନ ଚାଲି ଯାଇଥିଲା। ରାବଣପୋଡ଼ିର କିଛି ସମୟ ପୂର୍ବରୁ ଦଲ୍‌ବୀର ସେଠାରେ ମଞ୍ଚରେ ଅଭିନୟ କରିଥିଲେ। ଅଭିନୟ ସାରିବା ପରେ ସେ ରେଳ ଟ୍ରାକ୍ ଅପରପାର୍ଶ୍ୱରେ ଥିବା ତାଙ୍କ ଘରକୁ ଯାଇ ପୋଷାକ ବଦଳାଇ ଥିଲେ। ତା’ପରେ ରାବଣପୋଡ଼ି ଦେଖିବା ପାଇଁ ଆସିଥିଲେ ଓ ରେଳ ଟ୍ରାକ୍ ନିକଟରେ ଛିଡ଼ା ହୋଇଥିଲେ।

ଟ୍ରାକ୍‌ରେ ଟ୍ରେନ୍‌ ଆସୁଥିବା ଦେଖି ସେ ଅଧିକରୁ ଅଧିକ ଲୋକଙ୍କୁ ଟ୍ରାକ୍‌ରୁ ଠେଲି ବଞ୍ଚାଇବାକୁ ଉଦ୍ୟମ କରିଥିଲେ।

ଦଲବୀର ଗତ ବର୍ଷ ବାହା ହୋଇଥିଲେ। ତାଙ୍କର ଏକ ଆଠମାସର ଝିଅ ଅଛି। ନିକଟରେ ସେ ସୋଶାଲ୍ ମିଡିଆରେ ତାଙ୍କ ଝିଅର ଫଟୋ ପୋଷ୍ଟ୍ କରିଥିଲେ।

ତାଙ୍କର ଜଣେ ପଡ଼ୋଶୀ କ୍ରିଷ୍ଣା ଲାଲ୍ କହିଛନ୍ତି,“ସେ ପ୍ରତିବର୍ଷ ସ୍ଥାନୀୟ ଅଞ୍ଚଳରେ ରାମ ଲୀଲାରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ତେଣୁ ଆମେ ମଜାରେ ତାଙ୍କୁ ଲଙ୍କେଶ୍‌ ଡାକୁଥିଲୁ। କିନ୍ତୁ ଶୁକ୍ରବାର ଦିନ ସେ ଯେଉଁ ସାହସ ଦେଖାଇଲେ, ତାହା ତାଙ୍କୁ ପୂରା ହିରୋ କରି ଦେଇଛି।”

ଦଲ୍‌ବୀରଙ୍କ ମା’ ଓ ପତ୍ନୀ ରାଜ୍ୟ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି। କାରଣ ଦଲ୍‌ବୀର ଘରେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତା’ସହିତ ଏ ଦୁର୍ଘଟଣା ପାଇଁ ରାଜ୍ୟ ସରକାର ନିଜକୁ ଦାୟୀ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।



from Odisha Reporter https://ift.tt/2ySlg2l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages