ଭୂତ ହିତାଧିକାରୀଙ୍କ ନାଁରେ ଉଠୁଛି ଚାଉଳ, ଗୁମର ଖୋଲିଲେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଭୂତ ହିତାଧିକାରୀଙ୍କ ନାଁରେ ଉଠୁଛି ଚାଉଳ, ଗୁମର ଖୋଲିଲେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୂତ ହିତାଧିକାରୀଙ୍କ ନାଁରେ ମାସ ମାସ ଧରି ବାଟମାରଣା ହେଉଛି ରାସନ ସାମଗ୍ରୀ। ଶହେ କି ହଜାରେ ନୁହେଁ, ୨ଲକ୍ଷରୁ ଅଧିକ ମୃତ ହିତାଧିକାରୀଙ୍କ ନାଁରେ ଉଠୁଛି ଚାଉଳ ଓ ଗହମ। ଏଭଳି ସାଙ୍ଘାତିକ ତଥ୍ୟକୁ ନେଇ ଜିଲ୍ଲାପାଳମାନଙ୍କୁ ତାଗିଦ କରିଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ୍‌। ଯାହା ଖାଦ୍ୟ ସୁରକ୍ଷା ଯୋଜନାରେ ହେଉଥିବା ଦୁର୍ନୀତିକୁ ପଦାକୁ ଆଣିଛି।

ଟଙ୍କାଏରେ ହିତାଧିକାରୀଙ୍କୁ ମିଳୁଛି ଚାଉଳ। କେନ୍ଦ୍ରୀୟ ସ୍କିମ୍‌ରେ ଗରିବଙ୍କୁ ଚାଉଳ ଦେଇ ବାହାବା ନେଉଛନ୍ତି ରାଜ୍ୟ ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଜିଲ୍ଲାପାଳମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଲେଖିଥିବା ଏହି ଚିଠି ଗୁମର ଖୋଲିଛି।

ମୃତ୍ୟୁ ପରେ ମଧ୍ୟ ହିତାଧିକାରୀଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ। ଏଭଳି ପ୍ରାୟ ୨ ଲକ୍ଷରୁ ଅଧିକ ମୃତ ହିତାଧିକାରୀଙ୍କ ନାଁ ଗଡୁଛି ତାଲିକାରେ। ସେମାନଙ୍କ ନାଁରେ ମାସ ମାସ ଧରି ବାଟମାରଣା ହେଉଛି ଚାଉଳ ଓ ଗହମ। ଗୋଟିଏ ପରିବାରରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ ମଧ୍ୟ ତାଲିକାରୁ କଟୁନି ନାଁ।

ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାରେ ମୃତ୍ୟୁ ପରେ କୌଣସି ହିତାଧିକାରୀଙ୍କ ନାଁ ତାଲିକାରୁ ବାଦ ପଡ଼ିନାହିଁ। ସବୁଠାରୁ ଚମକାଇଲା ଭଳି ତଥ୍ୟ ଆସିଛି ବରଗଡ, ଝାରସୁଗୁଡା, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରୁ। ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୈମାସିକ ସମୀକ୍ଷାରୁ ଏହି ୪ ଜିଲ୍ଲାରେ ହିତାଧିକାରୀଙ୍କ ମଧ୍ୟରେ କେହି ଜଣେ ବି ମୃତବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ଏହାକୁ ନେଇ କମିଶନ୍ ଅଧ୍ୟକ୍ଷ ଉଦବେଗ ପ୍ରକାଶ କରିବା ସହ ନଭେମ୍ବର ଶେଷ ସୁଦ୍ଧା ଭୂତ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିଛନ୍ତି।

ପ୍ରଶ୍ନ ଉଠୁଛି କାହିଁକି ମୃତକଙ୍କ ନାଁରେ ଉଠୁଛି ଚାଉଳ? ଏହା ସରକାରଙ୍କ ଖାମଖିଆଲି ମନୋଭାବ ନା ଏଥିରେ ବି ହେଉଛି ଦୁର୍ନୀତି? ସେପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କିନ୍ତୁ ଦୁର୍ନୀତିକୁ ମାନିବାକୁ ନାରାଜ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଭୂତ ଲୋକ କେହି ଚାଉଳ ପାଉନାହାନ୍ତି। ଯଦି କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଏ, ସେହି ବ୍ୟକ୍ତିଙ୍କ ଚାଉଳ ସେହି ଅଞ୍ଚଳର ଲୋକଙ୍କୁ ଯୋଗାଇ ଦିଆଯାଉଛି। ମାତ୍ର ଚାଉଳ ଯୋଗାଣରେ ଦୁର୍ନୀତି ହୋଇନାହିଁ।”



from Odisha Reporter https://ift.tt/2Swgu3l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages