କମିବାର ୨ ଦିନ ନ ପୁରୁଣୁ ପୁଣି ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

କମିବାର ୨ ଦିନ ନ ପୁରୁଣୁ ପୁଣି ବଢ଼ିଲା

ନୂଆଦିଲ୍ଲୀ: ତୈଳ ଦରରେ କେନ୍ଦ୍ର ସରକାର ଶୁଳ୍କ ଛାଡ଼ କରିବା ପରେ ପୁଣି ଥରେ ଦର ବୃଦ୍ଧି ହୋଇଛି। ଆଜି ରାଜଧାନୀ ଦିଲ୍ଲୀ ସମେତ ବାଣିଜ୍ୟ ନଗରୀ ମୁମ୍ବାଇ ଓ ମେଟ୍ରୋ ସହର ଗୁଡ଼ିକରେ ତୈଳ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର  ୧୪ ପଇସା ବଢି ୮୧ ଟଙ୍କା ୮୨ ପଇସା ଥିବାବେଳେ ଡିଜେଲ ଦର ୨୯ ପଇସା ବଢି ୭୩ ଟଙ୍କା  ୫୩ ପଇସା ରହିଛି  ।

ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ୨୯ ପଇସା ଥିବା ବେଳେ ଡିଜେଲ ଦର ୩୧ ପଇସା ବଢି ୭୭ ଟଙ୍କା ୬ ପଇସା ରହିଛି । ତୈଳ ଦର ଶୁଳ୍କ ହ୍ରାସ କରିବାର ୨ ଦିନ ନ ପୁରୁଣୁ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

ସେପଟେ କେନ୍ଦ୍ର ସରକାର ତୈଳ ଦର କମାଇବା ପରେ ଏବେ ରାଜ୍ୟମାନଙ୍କ ଉପରେ ତୈଳ ଦର ହ୍ରାସ ପାଇଁ ଦାବି ଜୋର ଧରୁଛି । ଦେଶର ରାଜଧାନୀ ଦିଲ୍ଲୀରେ ତେଲ ଦର ହ୍ରାସ ହୋଇ ନଥିବାରୁ ଅଭିନବ ଢଙ୍ଗରେ ବିକ୍ଷୋଭ କରିଥିଲା ବିଜେପି ।

ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋୟଲ ବଳଦ ଗାଡିରେ ଆସି ବିକ୍ଷୋଭ କରିଥିଲେ । କେନ୍ଦ୍ର ସରକାର ତୈଳ ଦର ୨ ଟଙ୍କା ୫୦ ପଇସା କମାଇବା ପରେ ଦିଲ୍ଲୀ ସରକାର ବି ତେଲ ଦର କମାଇବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି।



from Odisha Reporter https://ift.tt/2pH2p6a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages