
ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ସାଥିବାଙ୍କୁଡ଼ା ନଦୀ ବନ୍ଧ ଦବି ଯାଇଛି।
ସାଥିବାଙ୍କୁଡ଼ାରେ ନୂଆ କରି ତିଆରି ହେଉଥିବା ୨୫୦ ଫୁଟ୍ର ନଦୀ ବନ୍ଧ ଗତକାଲି ରାତିରେ ୫ରୁ ୧୦ ଫୁଟ୍ ଦବି ଯାଇଛି।
ତେଣୁ ନଦୀର ଜୁଆର ପାଣି ଜମିକୁ ମାଡ଼ିବା ଆସିବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି।
ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଉମାକାନ୍ତ ବିଶ୍ୱାଳ କହିଛନ୍ତି,“ଗତକାଲି ସନ୍ଧ୍ୟାରେ ନଦୀ ବନ୍ଧରେ ଅଳ୍ପ ଫାଟ ସୃଷ୍ଟି ହୋଇଥିଲା। ସୁପରଭାଇଜର୍ ମାଟି ପକାଇ ଫାଟ ବନ୍ଦ କରି ଦେଇଥିଲେ। ତେବେ ରାତିରେ ନଦୀବନ୍ଧ ୫ରୁ ୧୦ ଫୁଟ୍ ଦବି ଯାଇଛି।”
from Odisha Reporter https://ift.tt/2Ru37Ac
No comments:
Post a Comment