
ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଲଛିମିପୁର ଗାଁରେ।
ତେବେ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ଏଠାରେ ନିଜେ ଆମ୍ବୁଲାନ୍ସର ଡ୍ରାଇଭର ପ୍ରଦୀପ ମଣ୍ଡଳ ପ୍ରସୂତିଙ୍କୁ ଭାରରେ ବୋହି ନେଇଥିବା ଦେଖିବାକୁ ମିଳିଥିଲା।
ଗାଁର ତୁଲା ଖରାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ଆମ୍ବୁଲାନ୍ସ ଆସିଥିଲା, ହେଲେ ଗାଁ ଭିତରକୁ ଯିବାକୁ ରାସ୍ତା ନଥିବାରୁ ଆଖ ଗାଁରେ ଅଟକି ଥିଲା।
ଏହାପରେ ଆମ୍ବୁଲାନ୍ସ ଡ୍ରାଇଭର୍ ଗାଁର ଆଶା ଦିଦିଙ୍କୁ ଡାକି ପାହାଡ଼ିଆ ରାସ୍ତାରେ ଲଛିମିପୁର ଗାଁରେ ପହଞ୍ଚି ଥିଲେ। ତା’ପରେ ପ୍ରସୂତିଙ୍କୁ ପ୍ରାୟ ୫ କିମି ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର ବି ପ୍ରସୂତିଙ୍କୁ ବୋହିବାରେ ସାହାଯ୍ୟ କରିଥିଲେ।
ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ତାଙ୍କର ଅଧିକ ସମ୍ପର୍କୀୟ ନଥିଲେ। ତେଣୁ ନିଜେ ଆମ୍ବୁଲାନ୍ସ ଡ୍ରାଇଭର ଆଶା ଦିଦିଙ୍କ ସହ ମିଶି ତାଙ୍କୁ ଭାରରେ ବୋହି ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ଏପରି ସହଯୋଗକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
from Odisha Reporter https://ift.tt/2OFw8u9
No comments:
Post a Comment