ଗୋବିନ୍ଦାଙ୍କ ସହ ଏହି ଦୁଇ ସେଲିବ୍ରିଟି ଦେବେ ୮.୧ ଲକ୍ଷ ଟଙ୍କା କ୍ଷତିପୂରଣ, କାହିଁକି ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଗୋବିନ୍ଦାଙ୍କ ସହ ଏହି ଦୁଇ ସେଲିବ୍ରିଟି ଦେବେ ୮.୧ ଲକ୍ଷ ଟଙ୍କା କ୍ଷତିପୂରଣ, କାହିଁକି ପଢ଼ନ୍ତୁ

ଭଦୋଦରା: ଗୁଜରାଟର ଭଦୋଦରାରେ ଥିବା ଖାଉଟି ଅଦାଲତ ବଲିଉଡ୍‌ ଅଭିନେତା ଗୋବିନ୍ଦା, ରବି କିଶନ୍‌ ଏବଂ କ୍ରିକେଟ୍‌ ତାରକା କପିଲ୍‌ ଦେବଙ୍କୁ ୮.୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଦାଲତ ଏପରି ନିର୍ଦ୍ଦେଶ ଦେବାର କାରଣ କ’ଣ ଜାଣନ୍ତି ? ହୁଏତ ଆପଣ ଜାଣି ନ ଥିବେ, ତା’ହେଲେ ପଢ଼ନ୍ତୁ।

ଏହି ତିନି ତାରକା ସନ୍‌ଷ୍ଟାର୍‌ ଇଲେକ୍ଟ୍ରିକ୍‌ ବଲ୍‌ଭ୍‌ କମ୍ପାନୀର ସଦସ୍ୟ ଥିଲେ । ଏହି ବଲ୍‌ଭ୍‌ର ବିଜ୍ଞାପନରେ ନିଜର ଫୋଟୋ ଲଗାଇବା ପାଇଁ ଏମାନେ ଅନୁମତି ଦେଇଥିଲେ। କିନ୍ତୁ ପରେ ଏହି କମ୍ପାନୀ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି କୋର୍ଟ ଏହି ତିନି ତାରକାଙ୍କୁ କ୍ଷତିପୂରଣ ଦେବାକୁ କହିଛନ୍ତି।

ସୂଚନା ଅନୁଯାୟୀ, ୨୦୧୭ରେ ସନ୍‌ଷ୍ଟାର୍‌ କମ୍ପାନୀ ବିରୋଧରେ ଠକାମି ଅଭିଯୋଗ ଆଣି ୧୮ ଜଣ ଉପଭୋକ୍ତା ମାମଲା ଦାୟର୍‌ କରିଥିଲେ। ପରେ କମ୍ପାନୀର ପ୍ରମୋଟର୍‌ ରମନ କପୁର୍‌ ଓ ତାଙ୍କ ସ୍ତ୍ରୀ ସୀମା ଏବଂ ଅନ୍ୟ ତିନି ତାରକାଙ୍କ ନାମରେ ମାମଲା ଦାୟର୍‌ ହୋଇଥିଲା।

ଅଭିଯୋଗ କରିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ୨୦୧୬ରୁ ଏହି କମ୍ପାନୀ ଲୋକଙ୍କୁ ଠକିବା ଆରମ୍ଭ କରିଥିଲା। ଏହି କମ୍ପାନୀରେ ମେମ୍ୱର ହେବା ପାଇଁ ଉପଭୋକ୍ତାଙ୍କଠାରୁ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ଆଦାୟ କରାଯାଇଥିଲା ଏବଂ ମେମ୍ୱରସିପ୍‌ ବଦଳରେ ତାଙ୍କୁ ମାଗଣାରେ ବଲ୍‌ଭ୍‌ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। କେବଳ ଏତିକି ନୁହେଁ, ଆହୁରି ଅନେକ ଲାଭ ମିଳିବ ବୋଲି ଉପଭୋକ୍ତାଙ୍କୁ କମ୍ପାନୀ ଲୋଭ ଦେଖାଇଥିଲା। କିନ୍ତୁ ପରେ ତାଙ୍କୁ ଏହି ସବୁ ସୁବିଧା ମିଳି ନ ଥିଲା।

ଏଥିପାଇଁ ଉପଭୋକ୍ତା ସଂଘ ଏବଂ ଜାଗ୍ରତ ନାଗରିକ ସଂଘ କମ୍ପାନୀ ବିରୋଧରେ ମାମଲା ଦାୟର୍‌ କରିଥିଲା।
ଉପଭୋକ୍ତାଙ୍କର କହିବା ଅନୁଯାୟୀ, ଏହି ଅନୁଚିତ ବ୍ୟବସାୟକୁ ଆଗକୁ ନେବା ପାଇଁ କପିଲ୍‌ ଦେବ, ଗୋବିନ୍ଦା ଓ ରବି କିଶନ୍‌ ବିଜ୍ଞାପନ ଜରିଆରେ ସାହାଯ୍ୟ କରିଥିଲେ। ଏଣୁ ଅଭିଯୋଗକାରୀଙ୍କ ଆବେଦନକୁ ଆଧାର କରି ଭଦୋଦରା ଖାଉଟି ଅଦାଲତ ଏହି ତିନି ତାରକା ପ୍ରତ୍ୟେକ ୧୫,୦୦୦ ଟଙ୍କା ଲେଖାଏ ୧୮ ଜଣ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ରାଶି ବାବଦରେ ଦେବାକୁ ନିର୍ଦ୍ଦେଶ  ଦେଇଛନ୍ତି।



from Odisha Reporter https://ift.tt/2PPEcWs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages