ବିନା ବରରେ ବିବାହ କଲେ ଯୁବତୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ବିନା ବରରେ ବିବାହ କଲେ ଯୁବତୀ!

ନୂଆଦିଲ୍ଲୀ: ବିବାହ ପାଇଁ ସାଧାରଣତଃ ଜଣେ ସାଥୀର ଆବଶ୍ୟକ ହୋଇଥାଏ। କିନ୍ତୁ ବିନା ବରରେ ବିବାହ କରିଥିବା କେଉଁ ମହିଳାଙ୍କୁ ଆପଣ ଦେଖିଛନ୍ତି ଅବା ତାଙ୍କ ସମ୍ପର୍କରେ ଶୁଣିଛନ୍ତି କି ! ଆଜ୍ଞା ହଁ, ଆଶ୍ଚର୍ଯୟ ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ଯୁବତୀ ବିନା ବରରେ ନିଜ ସହିତ ବିବାହ କରିଛନ୍ତି। ଏହା ସୋଶାଲ୍‌ ଏବେ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ଯୁବତୀ ହେଉଛନ୍ତି ଅକ୍ସଫୋର୍ଡ ୟୁନିଭର୍ସି‌ଟିର ଛାତ୍ରୀ ଲୁଲୁ ଜେମିମା। ଲୁଲୁଙ୍କର ବୟସ ୩୨ ବର୍ଷ। ତାଙ୍କୁ ଅନେକ ଦିନ ଧରି ପରିବାର ସଦସ୍ୟ ଏବଂ ସାଙ୍ଗସାଥୀମାନେ ବିବାହ ପାଇଁ ବାଧ୍ୟ କରି ଆସୁଥିଲେ।
କିନ୍ତୁ ଉଚ୍ଚତର ଶିକ୍ଷା ସହ ଜୀବନର ଲକ୍ଷ୍ୟ ହାସଲ ପାଇଁ ସେ ବିବାହ କରିବାକୁ ମନା କରି ଆସୁଥିଲେ।

ଜେମିମା ମଧ୍ୟ ଜଣେ ଲେଖିକା। ବିବାହକୁ ଏକ ସମସ୍ୟା ବୋଲି ଭାବୁଥିବା ଅକ୍ସଫୋର୍ଡ ୟୁନିଭର୍ସି‌ଟିର ଏହି ଛାତ୍ରୀ ଏଥିରୁ ମୁକ୍ତି ପାଇବା ପାଇଁ ଏପରି ଅଭିନବ ପ୍ରୟାସ ଆପଣାଥିବା କହିଛନ୍ତି।

ତେବେ  ନିଜ ସହିତ ନିଜେ ବିବାହ ପାଇଁ ପ୍ରଥମେ ସେ ଏକ ସ୍ୱତନ୍ତ୍ର ୱେଡିଂ ଗାଉନ୍‌ ପ୍ରସ୍ତୁତ କଲେ। ନିଜ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ବିବାହ ମଣ୍ଡପକୁ ନିମନ୍ତ୍ରଣ କଲେ। ବିବାହ ଦିନ ସମସ୍ତେ ମଣ୍ଡପରେ ଉପସ୍ଥିତ ହୋଇଥିଲେ ଏବଂ ଜେମିମା ମଧ୍ୟ କନ୍ୟା ବେଶରେ ଆସି ପହଞ୍ଚିଲେ। ସମସ୍ତେ ବରକୁ ଅପେକ୍ଷା କରିଥିବାବେଳେ ସମସ୍ତଙ୍କୁ ଚକିତ କରାଇ ବିବାହ ବେଦିରେ ଏକୁଟିଆ ବସିଥିଲେ ଜେମିମା। ସେଠାରେ ସେ ଘୋଷଣା କରିଥିଲେ ଯେ, ସେ କୌଣସି ବ୍ୟକ୍ତିଙ୍କୁ ନୁହେଁ, ନିଜକୁ ବିବାହ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ “ଘରୁ ବାହାର ଯାଏ, ସମସ୍ତଙ୍କ ବିବାହ ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇବାକୁ ଯାଇ ମୁଁ ଏଭଳି ପଦକ୍ଷେପ ନେଇଛି।”

ଜେମିମାଙ୍କ କହିବା ଅନୁସାରେ, “ତାଙ୍କର ନିଜେ ନିଜକୁ ଏଭଳି ବିବାହ କରିବାର ନିଷ୍ପତ୍ତି ସାଙ୍ଗସାଥୀ ଏବଂ ପ୍ରିୟଜନଙ୍କୁ ନିରାଶ କରିଛି। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ତାଙ୍କ ଶିକ୍ଷା ଓ ଲକ୍ଷ୍ୟ ହାସଳ ପାଇଁ ଏକ ପ୍ରତିଜ୍ଞା।“
ସେ ଆହୁରି ମଧ୍ୟ କହିଛନ୍ତି, “ନିଜର ପଢା ଶେଷ ନ କରିବା ପର୍ଯ୍ୟନ୍ତ ସେ ଅନ୍ୟ କାହାକୁ ବିବାହ କରିବେ ନାହିଁ। “

 



from Odisha Reporter https://ift.tt/2RNwBcz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages