
କଟକ (ଓଡ଼ିଶା ରିପୋର୍ଟର): କୁକୁର ମୁହଁରେ ମଣିଷ ଛୁଆର ମୁଣ୍ଡ। ଝୁଣି ଖାଇବାକୁ ୩ରୁ ୪ କୁକୁରଙ୍କ ମଧ୍ୟରେ ଟଣା ଓଟଣା। ଗୋଟେ କୁକୁର ଶିଶୁର ମୁଣ୍ଡଟିକୁ ନେଇ ପଳାଉଛି ତ ଆଉ ଗୋଟେ ତା’ ପାଖରୁ ଛଡ଼ାଇ ନେବାକୁ ଝାମ୍ପ ମାରୁଛି। ଗତକାଲି ଏହାଥିଲା କଟକ ଶିଶୁ ଭବନ ପରିସରର ଦୃଶ୍ୟ। ଦେଖଣାହାରୀଙ୍କ ରୁମଟାଙ୍କୁରାଇ ଦେବା ପରି ଏହି ଦୃଶ୍ୟ ଯେତିକି ହୃଦୟ ବିଦାରକ ଥିଲା, ତା’ଠାରୁ ଢେର ଅଧିକ ଭୟାନକ ଥିଲା।
ଗତକାଲି ଦୁଇ ଦୁଇଟି ଘଟଣା ଏସ୍ସିବିର ପ୍ରତିଷ୍ଠାରେ କଳଙ୍କ ଲଗାଇ ଦେଇଛି। ମେଡିସିନ୍ ଓ୍ୱାର୍ଡ ଆଗରେ ଜଣେ ଅସହାୟ ବୃଦ୍ଧଙ୍କ ମୃତଦେହ ଘଣ୍ଟା ଘଣ୍ଟା ପଡ଼ି ରହି ପୋକମାଛି ସାଲୁବାଲୁ ହେଉଥିଲେ ବି କେହି ନଉଠାଇବା ଓ କୁକୁର ପଲ ଶିଶୁର ମୁଣ୍ଡକୁ ଝୁଣି ଖାଇବା ଏସ୍ସିବିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ତେବେ ଶିଶୁର ମୁଣ୍ଡ କେଉଁଠୁ ଆସିଲା, ସେ ସମ୍ପର୍କରେ କିଛି ଜଣାପଡ଼ନି।
ଏନେଇ ଶିଶୁଭବନ ସୁପରିଟେଣ୍ଡେଣ୍ଟ କହିଛନ୍ତି, “ଘଟଣାର ଅନୁଧ୍ୟାନ କରାଯାଉଛି।”
ଏସ୍ସିବିରେ ଅସହାୟକଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ କରିବାରୁ ନିଷ୍ପତ୍ତି ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ଶିଶୁ ଭବନରେ ପୁଣି ଏପରିକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
from Odisha Reporter https://ift.tt/2yT09gc
No comments:
Post a Comment