
ହାଇଦ୍ରାବାଦ: ଦୁହେଁ ୧୦ମ ଶ୍ରେଣୀରେ ପଢ଼ୁଥିଲେ। ଦୁହେଁ ପ୍ରେମରେ ପଡ଼ି ଯାଇଥିଲେ। ତେବେ ଦୁହେଁ ଗୋଟିଏ ଝିଅକୁ ଭଲ ପାଉଥିଲେ। ଏହା ଜଣାପଡ଼ିବା ପରେ ହୋଇଥିଲା ସମସ୍ୟା। ଆଉ ଚାଲି ଗଲା ଦୁଇ ଜଣ ସହପାଠୀ ଙ୍କର ଜୀବନ। ଏମିତି ଏକ ଘଟଣା ଘଟିଛି ତେଲେଙ୍ଗାନାର ଜଗତିୟାଲ୍ ସହରରେ।
ମୃତ ଛାତ୍ର ଦ୍ୱୟ ହେଉଛନ୍ତି କେ ମହେନ୍ଦର ଓ ରବି ତେଜା। ଏମାନେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ପୋଲିସ୍ କହିବା ଅନୁଯାୟୀ, ରବିବାର ରାତିରେ ଏ ଘଟଣା ଘଟିଛି। ପ୍ରଥମେ ସେମାନଙ୍କ ଦେହରେ ପେଟ୍ରୋଲ ଢଳା ଯାଇଛି। ତା’ପରେ ନିଆଁ ଲଗାଯାଇଛି। ହୋଇପାରେ ଛାତ୍ର ଦ୍ୱୟ ପରସ୍ପର ଦେହରେ ନିଆଁ ଲଗାଇ ଦେଇଥିଲେ। ମଦ ପିଇବା ପରେ ସେମାନେ ଏମିତି କାମ କରିଥିଲେ। ଘଟଣାସ୍ଥଳରୁ ବିଅର ବୋତଲ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ତାହା ଏଯାଏ ସ୍ପଷ୍ଟ ହୋଇନି। କାରଣ ସେଠାରେ ଆଉ ଜଣେ ଛାତ୍ର ବି ଉପସ୍ଥିତ ଥିଲେ ବୋଲି ଉଭୟଙ୍କ ପରିବାର ଲୋକେ ଦାବି କରିଛନ୍ତି।
କେ ମହେନ୍ଦରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ରବି ତେଜା ଡାକ୍ତରଖାନାରେ ପ୍ରାଣ ହରାଇ ଥିଲେ।
ପୁଲିସ୍ ମୃତ ଛାତ୍ରଙ୍କ ମୋବାଇଲ୍ ଫୋନ୍ର କଲ୍ ରେକର୍ଡକୁ ଯାଞ୍ଚ କରୁଛି।
from Odisha Reporter https://ift.tt/2OYwPM5
No comments:
Post a Comment