
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଥୀର ମୃତ୍ୟୁ ପରେ ଝୁରି ଝୁରି ଅନ୍ୟ ଜଣେ ସାଥୀର ମୃତ୍ୟୁ ହେବା ଆପଣ ଅନେକ ସମୟରେ ଶୁଣିଥିବେ। ସେ ପୁଅ ହୁଅନ୍ତୁ କିମ୍ୱା ଝିଅ। ହେଲେ କେବେ ପ୍ରଶ୍ନ କରିଛନ୍ତି, କାହିଁକି ଏମିତି ହୁଏ ବୋଲି । ଏହାର କାରଣ କେବଳ ଦୁଃଖ ନା ଆଉ କିଛି?
ଏ ସବୁ ପ୍ରଶ୍ନର ଉତ୍ତର ଆସିଯାଇଛି। କ’ଣ କୁହେ ଏ ସମ୍ପର୍କିତ ଗବେଷଣା ଆସନ୍ତୁ ଜାଣିବା।
ନିକଟରେ ସାଇକୋନ୍ୟୁରେଣ୍ଡୋକ୍ରିନୋଲୋଜି (Psychoneuroendocrinology)ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ନିଜର ସାଥୀକୁ ହରେଇବା ପରେ ମହିଳା ବା ପୁରୁଷଙ୍କ ରକ୍ତରେ ଇନ୍ଫେକ୍ସନ୍(pro-inflammatory cytokines) ହେବା ସହିତ ହାର୍ଟ ବିଟ୍ (lower heart rate) କମିବାରେ ଲାଗିଥାଏ।
ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଏହି ବ୍ୟକ୍ତିମାନେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ହୋଇ ପଡ଼ିଥାନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ।
ଏଥିପାଇଁ ଆମେରିକାର Rice University ର ବୌଜ୍ଞାନିକମାନେ ୯୯ଜଣ ବ୍ୟକ୍ତି, ଯେଉଁମାନେ ନିଜର ସାଥୀଙ୍କୁ ହରାଇଥିଲେ, ସେମାନଙ୍କ ରକ୍ତ ପରୀକ୍ଷା କରିଥିଲେ। ସେଥିରୁ ଜଣା ପଡ଼ିଥିଲା ଯେ, ଅନ୍ୟ କୌଣସି ବ୍ୟକ୍ତି ଯେଉଁମାନେ ଦୁଃଖରେ ରହିଥାନ୍ତି, ସେମାନଙ୍କ ତୁଳନାରେ ସାଥୀକୁ ହରାଇଥିବା ବ୍ୟକ୍ତିଙ୍କ ଶରୀରରେ ୧୭ ଗୁଣା ଅଧିକ ଅସୁସ୍ଥତାର ଲକ୍ଷଣ ଦେଖାଯାଉଛି। ଏଥିପାଇଁ ସେମାନଙ୍କୁ କ୍ୟାନସର୍ ଓ ଡାଇବେଟିସ୍ ହେବାରେ ଦେଖାଯାଉଛି।
ବରିଷ୍ଠ ବୈଜ୍ଞାନିକ Chris Fagundesଙ୍କର କହିବା ଅନୁସାରେ, ବୟସ ହୋଇଗଲେ ବ୍ୟକ୍ତି ଶରୀରରେ ବିଭିନ୍ନ ରୋଗ ଯୋଗୁ ଇନ୍ଫେକ୍ସନ୍ର ମାତ୍ରା ବଢ଼ି ଯାଇଥାଏ। କିନ୍ତୁ ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସ୍ୱାମୀ କିମ୍ୱା ସ୍ତ୍ରୀକୁ ହରାଇବା ପରେ ବ୍ୟକ୍ତି ଶରୀରରେ ଇନ୍ଫେକ୍ସନ୍ର ମାତ୍ରା ମଧ୍ୟ ବଢ଼ିଥାଏ। ଯାହା ଯୋଗୁ ଡିପ୍ରେସନ୍, ହାର୍ଟ ଆଟାକ୍, ଷ୍ଟ୍ରୋକ୍ ଏବଂ ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ।
from Odisha Reporter https://ift.tt/2JnvVGS
No comments:
Post a Comment