ମଡେଲଙ୍କ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଅଭିଯୁକ୍ତ ପୁଅ କହିଲା ମା’ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ମଡେଲଙ୍କ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଅଭିଯୁକ୍ତ ପୁଅ କହିଲା ମା’ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା !

ମୁମ୍ବାଇ: ମୁମ୍ବାଇର ଫେଶନ୍‌ ଡିଜାଇନର ତଥା ମଡେଲ ସୁନିତା ସିଂହଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ରହସ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଅଭିଯୁକ୍ତ ତାଙ୍କ ପୁଅ ଲକ୍ଷ୍ୟ ସିଂହଙ୍କୁ ଜେରା ବେଳେ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଜେରା ବେଳେ ପୁଅ ଲକ୍ଷ୍ୟ କହିଛନ୍ତି ଯେ, ତାଙ୍କ ମା’ଙ୍କୁ ସବୁବେଳେ ତାଙ୍କ ବାପାର ଆତ୍ମା ସବାର ହେଉଥିଲା।

ଏଥିରେ ସେ ବିଭିନ୍ନ ପ୍ରକାର ଅସ୍ୱାଭାବିକ୍‌ ବ୍ୟବହାର କରୁଥିଲେ। ଏମିତିକି  ତାଙ୍କ ମା ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଚାପ ପକାଉଥିଲେ।  ଏହି ମାମଲାରେ ମୃତଆତ୍ମା କଥା ଉଠିବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ଲକ୍ଷ୍ୟ କହିଛନ୍ତି ଯେ, ତାଙ୍କ ମା’ଙ୍କ ଉପରେ ମୃତ ପିତାର ଆତ୍ମା ଆସୁଥିଲା। ଏହି କାରଣରୁ ତାଙ୍କ ମା’ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିଲେ।

କେବେ ମଦ ମାଗୁଥିଲେ ତ’ କେବେ ଟଙ୍କା ପଇସା ମାଗୁଥିଲେ। ଏହାବ୍ୟତୀତ ଅନେକ ଅଜବ ଜିନିଷ ଆଣିବା ପାଇଁ ଦାବି କରୁଥିଲେ। ଅଭିଯୁକ୍ତଙ୍କ କହିବା ଅନୁଯାୟୀ ଘଟଣାଦିନ ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ସହ ପାର୍ଟି କରୁଥିଲେ। ଏହି ସମୟରେ ତାଙ୍କ ମା’ ତାଙ୍କୁ ଖୁବ୍‌ ହଇରାଣ କରିଥିଲେ।  ସେ ତାଙ୍କ ମା’ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

କିନ୍ତୁ ତାଙ୍କ ମା’ ତାଙ୍କ କଥା ଶୁଣି ନଥିଲେ।  ଏଥିରେ ଉତକ୍ଷିପ୍ତ ହୋଇ ସେ ମାଙ୍କୁ ଧକ୍କା ମାରି ବାଥରୁମ୍‌ରେ ବନ୍ଦ କରିଦେଇଥିଲେ। ପରଦିନ ସକାଳେ ସେ ଯେତେବେଳେ ବାଥରୁମ୍‌ ଖୋଲିଲେ ତାଙ୍କ ମା’ ବେହୋସ ହୋଇ ପଡ଼ିଥିଲେ । ତାଙ୍କୁ କପୁର ହସପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଖବର ପାଇବା ପରେ ଲକ୍ଷ୍ୟଙ୍କୁ ଗିରଫ କରିଥିଲା। ପୁଲିସ କହିବା ଅନୁଯାୟୀ ସୁନିତାଙ୍କ ପୁଅ ନିଷିଦ୍ଧ ଡ୍ରଗ୍‌ସ ସେବନ କରୁଥିଲା।

ଯେଉଁ ଡ୍ରଗସ୍‌କୁ ଯୌନ ସମ୍ବନ୍ଧ ଏବଂ ବଡି ତିଆରି ପାଇଁ ବ୍ୟବହାର କରାଯାଏ। ଏବେ ପୁଲିସ ଆଇପିସି ଧାରା ୩୦୫ ଦଫାରେ ଲକ୍ଷ୍ୟଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ମୁମ୍ବାଇର ଓସିୱାରା ଇଲାକାରେ  ୪୫ ବର୍ଷୀୟ ଫେଶନ୍ ଡିଜାଇନର ସୁନିତା ସିଂହଙ୍କ ମୃତ ଦେହକୁ  ଶୁକ୍ରବାର ଏକ ବାଥ୍‌ ରୁମରୁ ଉଦ୍ଧାର କରିଥିଲା।

ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା। ତାଙ୍କୁ କପୁର ହସ୍‌ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ କହିବା ଅନୁଯାୟୀ ମା’ ପୁଅଙ୍କ ମଧ୍ୟରେ କୌଣସି ପ୍ରକାର ବଡ଼ଧରଣର ଗଣ୍ଡଗୋଳ ହୋଇଥିଲା। ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ମା’କୁ ମାରି ବାଥ୍‌ ରୁମ୍‌ରେ ଭର୍ତ୍ତି କରିଦେଇଥିଲେ।  ଯେଉଁଥି ପାଇଁ ସୁନିତାଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।

ସୌଜନ୍ୟ: ଆଜ୍‌ତକ୍‌



from Odisha Reporter https://ift.tt/2IH9rjM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages