ସେକ୍ସ ପାଇଁ ମନା କରିବାରୁ ମଡେଲ୍‌ଙ୍କୁ ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ସେକ୍ସ ପାଇଁ ମନା କରିବାରୁ ମଡେଲ୍‌ଙ୍କୁ ମାରି ଦେଲେ

70

ମୁମ୍ବାଇ: ସେକ୍ସ ପାଇଁ ରାଜି ନହେବାରୁ ମୁମ୍ବାଇରେ ଜଣେ ମଡେଲ୍‌ଙ୍କୁ ହତ୍ୟା କରାଯାଇଛି। ଏକଥା ନିଜେ ଅଭିଯୁକ୍ତ ପୁଲିସ୍‌ ଆଗରେ କହିଛି।
ମୃତ ମଡେଲ୍‌ଙ୍କ ନାଁ ମାନସୀ ଦୀକ୍ଷିତ (୨୦)। ଅଭିଯୁକ୍ତର ନାଁ ମୁଜ୍ଜାମ୍ମିଲ ସୟିଦ (୧୯)। ଦୁହେଁ ପରସ୍ପରକୁ ଜାଣିଥିଲେ।

ପୁଲିସ୍ କହିବା ଅନୁଯାୟୀ, ଗତ ରବିବାର ରାତିରେ ମାନସୀ ମୁମ୍ବାଇର ମଲଦ ଅଞ୍ଚଳରେ ରହୁଥିବା ସୟିଦକୁ ଭେଟିବାକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ମାନସୀଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ କହିଥିଲା। ତେବେ ମାନସୀ ଏଥିରେ ରାଜି ହୋଇ ନଥିଲେ। ଏହା ପରେ ଅଭିଯୁକ୍ତ ରାଗି ଯାଇଥିଲା ଓ ଏକ ଷ୍ଟୁଲ୍‌ରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ତା’ପରେ ସେ ଏକ ଦଉଡ଼ିରେ ତାଙ୍କ ତଣ୍ଟିକୁ ଚିପି ଦେଇଥିଲେ।

ମାନସୀଙ୍କ ମୃତ ଦେହକୁ ସୟିଦ ସୁଟ୍‌କେସ୍‌ରେ ଭର୍ତ୍ତି କରିଥିଲା ଓ ଟ୍ୟାକ୍ସି ଭଡ଼ା କରି ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ତେବେ ବାଟରେ ସେ ଟ୍ୟାକ୍ସିକୁ ମାଇଣ୍ଡସ୍ପେସ୍‌ ଦେଇ ଯିବାକୁ କହିଥିଲା। ମାଇଣ୍ଡସ୍ପେସ୍‌ ହେଉଛି ପାଣି,କାଦୁଅ ଓ ବୁଦାରେ ଭର୍ତ୍ତିରେ ଏକ ଅଞ୍ଚଳ।

ସୟିଦ ସେଠାରେ ସୁଟ୍‌କେସ୍‌କୁ ଫୋପାଡ଼ି ଦେଇଥିଲା। ତା’ପରେ ସେ ଟ୍ୟାକ୍ସି ଛାଡ଼ି ଏକ ଅଟୋ ଭଡ଼ା କରିଥିଲା।

ସୟିଦ୍‌ ସୁଟ୍‌କେଶ୍ ଫୋପାଡ଼ିବା ଦେଖି ଟ୍ୟାକ୍ସି ଡ୍ରାଇଭରଙ୍କର ସନ୍ଦେହ ହୋଇଥିଲା। ସେ ସଙ୍ଗେ ସଙ୍ଗେ ପୁଲିସ୍‌କୁ ଖବର ଦେଇଥିଲେ।

ଖବର ପାଇବାର କିଛି ଘଣ୍ଟା ପରେ ପୁଲିସ୍ ସୟିଦକୁ ଧରିଥିଲା। ପଚରାଉଚରା ବେଳେ ସେ ସବୁ କଥା କହିଥିଲା। ଏହା ପରେ ପୁଲିସ୍ ଉକ୍ତ ସ୍ଥାନକୁ ଯାଇ ସୁଟ୍‌କେସ୍‌ଟିକୁ ପାଇଥିଲା। ମାନସୀଙ୍କ ମୃତଦେହକୁ ସେଥିରୁ କଢ଼ା ଯାଇ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା।

ସୂଚନାଯୋଗ୍ୟ, ମାନସୀଙ୍କ ଘର ରାଜସ୍ଥାନରେ। ସେ ମୁମ୍ବାଇରେ ଜଣେ ମଡେଲ୍ ଭାବେ କାର୍ଯ୍ୟ କରୁଥିଲେ। ତା’ସହିତ ଫିଲ୍ମରେ କାମ ପାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ।



from Odisha Reporter https://ift.tt/2RW3tzM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages