
ନୂଆଦିଲ୍ଲୀ: ପୁଣିଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀକ୍ତତା ତୀବ୍ର ହୋଇଛି। ପାକିସ୍ତାନ ସେନା ସହାୟତାରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଥିବାରୁ ନୂଆଦିଲ୍ଲୀ ପକ୍ଷରୁ ଏଭଳି ସମନ୍ସ ପଠାଯାଇଛି। ନୂଆଦିଲ୍ଲୀରେ ଅବସ୍ଥିତ ପାକ୍ ଦୂତାବାସ ନିକଟରେ ମଧ୍ୟ ଭାରତ ଏହି ଘଟଣା ପାଇଁ ପ୍ରତିବାଦ ଜଣାଇଛି। ଦୁଇ ଦିନ ତଳେ ଜମ୍ମୁ-କଶ୍ମୀରର ସୁନ୍ଦରବେନୀ ସେକ୍ଟର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଡେଉଁ ପାକିସ୍ତାନ ସୀମାରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରିଥିଲେ। ତେବେ ଭାରତୀୟ ସେନା ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ଭାରତ ୩ ଜଣ ବୀର ଯବାନଙ୍କୁ ହରାଇଥିଲା।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଭାରତକୁ ଉସକାଇବା ପାଇଁ ପାକିସ୍ତାନ ଯେଉଁଭଳି କାର୍ଯ୍ୟ କରୁଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ଭାରତ ଶାନ୍ତି ଚାହୁଁଥିବା ବେଳେ ପାକିସ୍ତାନ ବାରମ୍ବାର ଆତଙ୍କବାଦୀଙ୍କୁ ସୀମା ଡେଇଁ ଭାରତକୁ ପଠାଇବାକୁ ଚାହୁଁଛି। ପଡ଼ୋଶୀ ରାଷ୍ଟ୍ରର ଏଭଳି ଆଭିମୁଖ୍ୟ କେବେ ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ଏଥିରେ କୁହାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ପାକ୍ ହାଇକମିଶନ ଅଧିକାରୀଙ୍କ ନିକଟରେ ପ୍ରତିବାଦ ମଧ୍ୟ ଜଣାଇଛି।
from Odisha Reporter https://ift.tt/2S8VEqC
No comments:
Post a Comment