ମେଜର ଜେନେରାଲ୍‌ଙ୍କ ସମେତ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ମେଜର ଜେନେରାଲ୍‌ଙ୍କ ସମେତ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ

indian-army

ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପୁରୁଣା ଏକ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ସେନା କୋର୍ଟ ଦଣ୍ଡ ବିଧାନ ଶୁଣାଇଛନ୍ତି। ମେଜର ଜେନେରାଲ୍ ଏକେ ଲାଲ୍‌ଙ୍କ ସହିତ ୭ ଜଣ ସେନା କର୍ମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅନ୍ୟମାନେ ହେଲେ କର୍ଣ୍ଣେଲ୍‌ ଥାମସ୍‌ ମିଥ୍ୟୁ, ଆରଏମ୍‌ଏସ୍‌ ସୋବେରିନ୍‌, ଦିଲ୍ଲୀପ ସିଂହ, କ୍ୟାପଟେନ୍‌ ଜଗଦେବ ସିଂହ, ନାୟକ ଅଲବିନ୍ଦର ସିଂହ ଓ ନାୟକ ଶିବେନ୍ଦ୍ର ସିଂହ।

୧୯୯୪ ମସିହାରେ ଏହି ମିଥ୍ୟା ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ମାର୍ଶାଲ କରାଯାଇଥିଲା।

ସୂଚନାଯୋଗ୍ୟ, ୧୯୯୪ ମସିହା ଫେବ୍ରୁଆରୀ ୧୮ ତାରିଖରେ ଏକ ଚା’ ବଗିଚାର ଉଚ୍ଚ ଅଧିକାରୀଙ୍କୁ  ହତ୍ୟା କରାଯିବା ଆଶଙ୍କାରେ ୯ ଜଣ ଯୁବକଙ୍କୁ ସେନା ଆସାମର ତିନ ସୁକିୟା ଜିଲ୍ଲାରୁ ଧରିଥିଲା। ପରେ  ୪ ଜଣ ଯୁବକଙ୍କୁ ଛାଡ଼ି ଦେଇଥିଲା। ହେଲେ ଅନ୍ୟମାନଙ୍କ ସଂପର୍କରେ କିଛି ଜଣାପଡ଼ିଲାନି। ସେମାନେ ନିଖୋଜ ହୋଇଗଲେ।

ନିଖୋଜ ଯୁବକଙ୍କ ସଂପର୍କରେ ସୂଚନା ପାଇବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଜଗଦୀଶ ଭୂୟାଁ ସେହି ବର୍ଷ ଫେବ୍ରୁଆରୀ ୨୨ ତାରିଖରେ ଗୁଆହାଟୀ ହାଇକୋର୍ଟରେ ଏକ ଆବେଦନ କରିଥିଲେ।

ଅଲ୍ ଆସାମ୍‌ ଷ୍ଟୁଣ୍ଡେଣ୍ଟ୍‌ ୟୁନିୟନ୍‌ର ସମସ୍ତ ନେତାଙ୍କୁ ନିକଟସ୍ଥ ଥାନାରେ ହାଜର କରିବାକୁ ହାଇକୋର୍ଟ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ  ସେନା ପକ୍ଷରୁ ଧୌଲା ଥାନାରେ ୫ ଜଣ ଯୁବକଙ୍କ ଶବ ଉପସ୍ଥାପନ କରାଯାଇଥିଲା। ଉଲ୍‌ଫା ଉଗ୍ରବାଦୀମାନେ ସେମାନଙ୍କୁ ହତ୍ୟା କରିଥିଲେ ବୋଲି ସେନା ପକ୍ଷରୁ ଦର୍ଶାଯାଇଥିଲା। ତେବେ ଏହା ଏକ ମିଥ୍ୟା ଏନ୍‌କାଉଣ୍ଟର ଥିଲା ବୋଲି ଜଣାପଡ଼ିଥିଲା।

ଜୁଲାଇ ୧୬ ତାରିଖ ଠାରୁ ସେନା କର୍ମଚାରୀଙ୍କ କୋର୍ଟ ମାର୍ଶଲ୍‌ ଆରମ୍ଭ ହୋଇଥିଲା। ଜୁଲାଇ ୨୭ ମାମଲାର ବିଚାର କରାଯାଇ ରାୟ ସଂରକ୍ଷିତ ରଖାଯାଇଥିଲା। ଶନିବାର ଦିନ ରାୟ ଶୁଣାଯାଇ ଦଣ୍ଡବିଧାନ କରା ଯାଇଥିଲା। ରବିବାର ସେନା ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।

ଏନେଇ ବିଜେପି ନେତା  ଜଗଦୀଶ ଭୁୟାଁ କହିଛନ୍ତି,“ସେନା କୋର୍ଟ ଏହି ମାମଲାର ଶୁଣାଣି କରି ନ୍ୟାୟତନ୍ତ୍ର, ଲୋକତନ୍ତ୍ର ଓ ସେନାରେ ଅନୁଶାସନ ଓ ନିରପେକ୍ଷତାକୁ ଶକ୍ତ କରିଛି।”



from Odisha Reporter https://ift.tt/2NHhs9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages