ଅଖ୍‌ତାର ଅଲ୍ଲୀରୁ ଧରମ୍‌ ସିଂହ: ସମ୍ପ୍ରଦାୟର ଅବହେଳାରୁ ୧୩ ଜଣଙ୍କ ଧର୍ମ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଅଖ୍‌ତାର ଅଲ୍ଲୀରୁ ଧରମ୍‌ ସିଂହ: ସମ୍ପ୍ରଦାୟର ଅବହେଳାରୁ ୧୩ ଜଣଙ୍କ ଧର୍ମ ପରିବର୍ତ୍ତନ

ମିରଟ୍‌ (ଓଡ଼ିଶା ରିପୋର୍ଟର): ପୁଲିସ୍‌ ଏବଂ ନିଜ ସମ୍ପ୍ରଦାୟର ଅବହେଳା କାରଣରୁ ଗୋଟିଏ ପରିବାରର ୧୩ ଜଣ ସଦସ୍ୟ ଧର୍ମ ପରିବର୍ତ୍ତନ କରିଛନ୍ତି। ଗତକାଲି ମୁସଲିମ୍‌ ଥିବା ଅଖତାର୍‌ ଅଲ୍ଲୀ ଆଜିଠାରୁ ଧରମ୍‌ ସିଂହ ନାମରେ ପରିଚୟ ଦେବେ।

ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟ୍‌ରେ। ବର୍ତ୍ତମାନ ଧରମ୍‌ ସିଂହ ନାମରେ ପରିଚିତ ଅଖ୍‌ତାର୍‌ଙ୍କ କହିବା ଅନୁଯାୟୀ, ତାଙ୍କର ୨୮ ବର୍ଷର ପୁଅଙ୍କ ହତ୍ୟା କରାଯିବା ସମୟରେ ନା ତାଙ୍କ ସମ୍ପ୍ରଦାୟ ନା ସ୍ଥାନୀୟ ପୁଲିସ୍, କେହି ବି ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇନଥିଲେ।

ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହା ଧର୍ମ ପରିବର୍ତ୍ତନ ନୁହେଁ, ବରଂ ଘର ବାହୁଡ଼ା। ଅଖ୍‌ତାର୍‌ଙ୍କ ପରିବାରର ୫-୬ ପୂର୍ବ ପିଢ଼ି ହିନ୍ଦୁ ଥିଲେ ବୋଲି ସେ ଦର୍ଶାଇଛନ୍ତି। ଧରମ୍‌ଙ୍କ ତିନିପୁଅ ଦିଲ୍‌ଶାଦ୍‌, ନୌସାଦ୍‌ ଏବଂ ଇର୍ଶାଦ୍‌ ବର୍ତ୍ତମାନ ଯଥାକ୍ରମେ ଦିଲ୍ଲର୍‌, ନରେନ୍ଦ୍ର ଏବଂ କୱି ନାମରେ ପରିଚିତ ହେବେ।

ଏତଦ୍‌ବ୍ୟତୀତ ତାଙ୍କର ୩ ବୋହୂ, ୨ ନାତି ଏବଂ ୪ ଜଣ ନାତୁଣୀ ମଧ୍ୟ ଧର୍ମ ପରିବର୍ତ୍ତନ କରିଛନ୍ତି। ତାଙ୍କର ଆଉ ଜଣେ ପୁଅ ଗୁଲଶନ୍‌କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଝୁଲାଇ ଦିଆଯାଇଥିଲା। ତାଙ୍କ ପରିବାରର ସମର୍ଥନରେ କେହି ମଧ୍ୟ ବାହାରିନଥିଲେ। ବରଂ ମୁସଲିମ୍‌ ପଞ୍ଚାୟତ ଡାକି ତାଙ୍କୁ ଅପମାନିତ କରାଯାଇଥିଲା। ତେଣୁ ସେ ହିନ୍ଦୁ ଧର୍ମ ଆପଣାଇଥିଲେ ବୋଲି କହିଛନ୍ତି।



from Odisha Reporter https://ift.tt/2OzVs4G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages