ବ୍ୟାଙ୍କ ଋଣ କାହାଠୁ ନିଏ ଆଉ କେତେ ସୁଧ ଦିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ବ୍ୟାଙ୍କ ଋଣ କାହାଠୁ ନିଏ ଆଉ କେତେ ସୁଧ ଦିଏ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶବ୍ଦଟା ଭାରି ଖିଟିମିଟିଆ। କାଦୁଅକୁ ଯିବି କାହିଁକି? ଗୋଡ଼ ଧୋଇବି କାହିଁକି? ଯେତିକି ଚୁନା, ସେତିକି ଚକୁଳି। କେତେକ ଏଭଳି ଭାବନ୍ତି। କିନ୍ତୁ ଆଉ କେତେକ ଭାବନ୍ତି ଲାଭ କରିବାକୁ ହେଲେ ରିସ୍କ ନେବାକୁ ପଡ଼ିବ। ଋଣ କରିବାକୁ ପଡ଼ିବ। ନିବେଶ କରିବାକୁ ପଡ଼ିବ। ଆଉ ଋଣ କରିବେ ତ ସୁଧ ଗଣିବାକୁ ପଡ଼ିବ।
ଖାଲି ଯେ, ସାଧାରଣ ଲୋକେ ଋଣ କରନ୍ତି ତାହା ନୁହେଁ। ସରକାର ବି ଋଣ କରନ୍ତି। ଏଭଳିକି ଋଣ ଦେଉ ଥିବା ବ୍ୟାଙ୍କ ବି ଋଣ କରନ୍ତି। ଆମ ରାଜ୍ୟତ ଋଣରେ ଋଣରେ ଚାଲିଛି। ଏଠି ଋଣ କରି ରାଜନେତା ଘିଅ ମହୁରେ ଭାଷୁଛନ୍ତି। କିନ୍ତୁ କିଏ ତୋରାଣି ମନ୍ଦେ ବି ପାଉନି। ଛାଡ଼ନ୍ତୁ, ସେ ତ ଭିନ୍ନ ପ୍ରସଙ୍ଗ।

ତେବେ ବ୍ୟାଙ୍କ କାହାଠୁ ଋଣ କରେ ଏବଂ ସେ କି ପ୍ରକାର ସୁଧ ଦିଏ, ଆସନ୍ତୁ ଜାଣିବା।

–   ଭାରତରେ ସାଧାରଣତଃ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏବଂ ବାକି ଯେତେ ରହିଲେ ସବୁ ବାଣିଜ୍ୟିକ ବ୍ୟାଙ୍କ।

–  ଏହି ବାଣିଜ୍ୟିକ ବ୍ୟାଙ୍କଗୁଡିକର ଯେତେବେଳେ ଆବଶ୍ୟକତା ପଡ଼େ, ସେତେବେଳେ ସେମାନେ ଆରବିଆଇ ଠାରୁ ଋଣ କରନ୍ତି। ଯେଉଁ ସୁଧ ପ୍ରଦାନ କରନ୍ତି, ତାହାକୁ ରେପୋ ରେଟ୍ ବୋଲି କୁହାଯାଏ।

–  ପ୍ରତି ଦୁଇ ମାସରେ ଥରେ ଆରବିଆଇ ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକରେ ସୁଧହାର ବଢ଼ାଇବ ନା କମାଇବ ସେ ସମ୍ପର୍କରେ ଆଲୋଚନା କରେ।

–   ଅକ୍ଟୋବର ୫ରେ ଏହାର ଏକ ବୈଠକ ସରିଛି। ବହୁ ନିବେଶକ ଭାବିଥିଲେ ରେପୋ ରେଟ ବଢ଼ିବ। କିନ୍ତୁ ଆରବିଆଇ ରେପୋରେଟ ୬.୫ରେ ଅପରିବର୍ତ୍ତିତ  ରଖିଲା।

କାହିଁ କି ଅପରିବର୍ତ୍ତିତ ରଖିଲା ଆସନ୍ତୁ ପଢିବା

-ସୁଧହାର ନ ବଢ଼ି ଯଦି ଅପରିବର୍ତ୍ତିତ ରହିଲା ତାହାଲେ ତୁଳନାତ୍ମକ ଭାବେ କମିଲା ବୋଲି କୁହାଯିବ।

-ଅର୍ଥାତ ବାଣିଜ୍ୟିକ ବ୍ୟାଙ୍କଗୁଡିକ କମ ସୁଧରେ ଋଣ ପାଇବେ।

-ବାଣିଜ୍ୟିକ ବ୍ୟାଙ୍କ କମ ସୁଧରେ ଋଣ ପାଇଲେ ସେମାନେ ମଧ୍ୟ ନିବେଶକଙ୍କୁ କମ ସୁଧରେ ଋଣ ଦେବେ।

– ଫଳରେ ବଜାରରେ ପୁଞ୍ଜି ପ୍ରବାହ ବା ମନି ସପ୍ଲାଏ ବଢ଼ିବ।

– ମନି ସପ୍ଲାଏ ବଢ଼ିଲେ ଚାହିଦା ବଢ଼ିବ।

– ନିବେଶ ବଢିବ। ଉତ୍ପାଦନ ବଢ଼ିବ। ଉତ୍ପାଦନ ବଢିଲେ ଶ୍ରମିକମାନଙ୍କର ମଜୁରି ବଢ଼ିବ। ସେମାନେ ଅଧିକ କ୍ରୟ କରିପାରିବେ। ସେମାନଙ୍କ ଜୀବନ ଧାରଣା ମାନରେ ଉନ୍ନତି ଆସିବ। ଏହା ଗୋଟିଏ ଦିଗ।

ଏହାର ନକାରାତ୍ମକ ଦିଗ ବି ରହିଛି। ସେ ବିଷୟରେ ପରେ କେବେ ଆଲୋଚନା କରିବା।



from Odisha Reporter https://ift.tt/2OGnJGZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages