ଆରବ ସାଗରରେ ‘ଲୁବାନ୍‌’, ବଙ୍ଗୋପସାଗରରେ ‘ତିତ୍‌ଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଆରବ ସାଗରରେ ‘ଲୁବାନ୍‌’, ବଙ୍ଗୋପସାଗରରେ ‘ତିତ୍‌ଲି’

ନୂଆଦିଲ୍ଲୀ: ଦୁଇ ସମୁଦ୍ରରେ ସୃଷ୍ଟି ହୋଇଛି ଦୁଇଟି ବଡ଼ ଝଡ଼। ଆରବ ସାଗରରେ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବାତ୍ୟା ‘ଲୁବାନ୍‌’ ପୂର୍ବ-ଉତ୍ତରପୂର୍ବ ମୁହାଁ ହୋଇ ଭୟଙ୍କର ରୂପ ନେଇଛି।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ୍‌ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ୍‌ର ରୂପ ନେବା ପରେ ବାତ୍ୟାରେ ପରିଣତ ହେବାକୁ ଯାଉଛି । ଏହାର ନାଁ ରହିଛି ତିତ୍‌ଲି। ତେବେ ଲୁବାନ୍‌ର ପ୍ରଭାବ ଭାରତ ପ୍ରତି ନାହିଁ। ଲୁବାନ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇ ଓମାନ୍‌, ୟେମେନ୍‌ ପ୍ରତି ବିପଦ ସୃଷ୍ଟି କରିଛି।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ତିତ୍‌ଲି ଆଜି ସଂଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ରେ ପ୍ରକାଶ ପାଇଛି।

ଏହା ଗୋପାଳପୁରଠାରୁ  ୫୩୦ କିମି ଦୂରରେ ରହିଛି । ତିତ୍‌ଲିର ଘଣ୍ଟାପ୍ରତି ବେଗ ୮ କିମି ରହିଥିବା ବେଳେ ଧୀରେ ଧୀରେ ଏହା  ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ୭୨ ଘଣ୍ଟା ଭିତରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ। ଏହାର ପ୍ରଭାବ ବିଶେଷ କରି ଆନ୍ଧ୍ରର ବିଶାଖାପାଟନାମ୍‌, ବିଜୟନଗରମ, ଶ୍ରୀକାକୁଲମ ଏବଂ ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ  ଅଧିକ ରହିବ ବୋଲି କୁହାଯାଉଛି।



from Odisha Reporter https://ift.tt/2pQVojj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages