
ମୁମ୍ବାଇ: ଚମତ୍କାର ବୋଲିଂ ଓ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ନାମ କମାଇଥିବା ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବି ନିଜ ପିତାଙ୍କ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ସେହି ସ୍ୱପ୍ନନେଇ ଅର୍ଜୁନ ଅଗ୍ରସର ମଧ୍ୟ ହୋଇସାରିଛନ୍ତି।
ଆସାମ ବିରୋଧରେ ୧୯ ବର୍ଷରୁ କମ୍ ବିନୁ ମଙ୍କଡ଼ ଟ୍ରଫିରେ ଅର୍ଜୁନଙ୍କ କମାଲ ଦେଖିବାକୁ ମିଳିଛି। ଆସାମ ବିପକ୍ଷରେ ଅର୍ଜୁନ ୭ ଓଭରରେ ୧୪ ରନ୍ ଦେଇ ୩ ୱିକେଟ୍ ନେଇଛନ୍ତି। ଅର୍ଜୁନଙ୍କ ଆକ୍ରଣାତ୍ମକ ବୋଲିଂରେ ତାଙ୍କ ମୁମ୍ବାଇ ଟିମ୍ ଆସାମ ବିପକ୍ଷରେ ୧୦ ୱିଇକେଟରେ ଜିତିନେଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆସାମ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ଅର୍ଜୁନ ଦିନେଶ ଅହମ୍ମଦଙ୍କୁ ଗୋଟିଏ ରନ୍ରେ ଏଲବିଡବ୍ଲ୍ୟୁ କରି ଆଉଟ୍ କରିଥିବା ବେଳେ ଏମିତି ୨ଟି ୱିଇକେଟ ଅକ୍ତିଆର କରିନେଇଥିଲେ। ଆସାମ ୪୦.୪ ଓଭରରେ ୯୯ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା। ଜବାବରେ ମୁମ୍ବାଇ ୨୧.୫ ଓଭରରେ ବିନା ୱିକେଟରେ ୧୦୨ ରନ୍ କରି ବିଜୟ ହାସଲ କରିନେଇଛି।
from Odisha Reporter https://ift.tt/2yJJ1cz
No comments:
Post a Comment