ମିଟିଂ ଚାଲିଥିବା ବେଳେ ଛାତରୁ ପଡ଼ିଲା ସାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ମିଟିଂ ଚାଲିଥିବା ବେଳେ ଛାତରୁ ପଡ଼ିଲା ସାପ

SNAKE

ନୂଆଦିଲ୍ଲୀ: ସବୁ ଦିନ ପରି ମିଟିଂ ଚାଲିଥିଲା। ମିଟିଂ ଚାଲିଥିବା ବେଳେ ହଠାତ୍ ଛାତରୁ ଏକ ସାପ ପଡ଼ିଲା। ପୁଣି ଏମିତି ସେମିତି ସାପ ନୁହେଁ, ଅଜଗର ପଡ଼ିଥିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଭୟରେ କର୍ମଚାରୀମାନେ ସେଠାରୁ ଦୌଡ଼ି ପଳାଇଥିଲେ।

ଏ ଘଟଣାଟି ଚୀନ୍‌ର ଏକ ବ୍ୟାଙ୍କରେ ଘଟିଛି।

ଚୀନ୍‌ର ନୈନିଙ୍ଗ୍‌ ସ୍ଥିତ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍ କମର୍ସିଆଲ୍ ବ୍ୟାଙ୍କରେ ଏହି ଘଟଣା ଘଟିଛି। କୁହାଯାଉଛି, ଜଣେ ମହିଳା କର୍ମଚାରୀଙ୍କ ପାଖରେ ସାପଟି ପଡ଼ିଥିଲା। ଏହି ଅଜଗରର ଓଜନ ୫ କିଲୋ ବୋଲି ଜଣାପଡ଼ିଛି।

ବ୍ୟାଙ୍କ୍‌ କର୍ମଚାରୀମାନେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍ ଆସି ପହଞ୍ଚିବା ପରେ ଅଜଗରକୁ ଉଦ୍ଧାର କରାଯାଇ ୱାଇଡ୍‌ଲାଇଫ୍‌ ପ୍ରୋଟେକ୍ସନ ସେଣ୍ଟରକୁ ପଠାଇ ଦିଆଯାଇଥିଲା।

ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଚୀନ୍‌ରେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।



from Odisha Reporter https://ift.tt/2NGGUeZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages