ତନୁଶ୍ରୀ ଦତ୍ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ତନୁଶ୍ରୀ ଦତ୍ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା

ମୁମ୍ବାଇ: ତନୁଶ୍ରୀ ଦତ୍ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି।  ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମାମଲା କରିବା ପାଇଁ ତାଙ୍କୁ ନୋଟିସ୍ ପଠାଯାଇଛି।  ଏନେଇ ସୂଚନା ଦେଇଛନ୍ତି ବିବେକଙ୍କ ଓକିଲ। ତନୁଶ୍ରୀ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ମୂଳକ ବୋଲି ବିବେକଙ୍କ ଓକିଲ କହିଛନ୍ତି। ତନୁଶ୍ରୀ ଲୋକପ୍ରିୟତା ହାସଲ କରିବା ପାଇଁ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

କିଛି ଦିନ ତଳେ ତନୁଶ୍ରୀ, ନାନା ପାଟେକର, କୋରିଓ ଗ୍ରାଫର ଗଣେଷ ଆଚାର୍ଯ୍ୟ ଏବଂ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଥିଲେ।  ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମ ନିର୍ମାଣ ଚାଲିଥିବା ବେଳେ ନାନା ପାଟେକର, କୋରିଓ ଗ୍ରାଫର ଗଣେଷ ଆଚାର୍ଯ୍ୟ ତାଙ୍କୁ ଖରାପ ବ୍ୟବହାର କରିବା ସହ ନିର୍ଯାତନା ଦେଇଥିବା ସେ କହିଥିଲେ। ଏହାପରେ ସେ ଫିଲ୍ମ ‘ଚକୋଲେଟ୍’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ଅସାଦାଚରଣର ଅଭିଯୋଗ ଆଣିଥିଲେ । ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଉଥିବା ସାକ୍ଷାତକାରରେ ସେ ଏଭଳି ଅଭିଯୋଗ ଆଣିଥିଲେ।

ଏଭଳି ଅଭିଯୋଗକୁ ଅସ୍ୱୀକାର କରିବା ସହ ଖଣ୍ଡନ କରି ନାନା ପାଟେକର ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।  ନାନାଙ୍କ ପରେ ଏବେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତନୁଶ୍ରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ଏହି ଦୁଇ ଜଣଙ୍କ ମାନହାନୀ ମାମଲାର ନୋଟିସ୍ ତନୁଶ୍ରୀଙ୍କୁ ମିଳିଥିବା ସେ ସ୍ୱୀକାର କରିଛନ୍ତି।

 

 



from Odisha Reporter https://ift.tt/2BZEfuH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages