
ଇସ୍ଲାମାବାଦ୍: ଭାରତ-ପାକିସ୍ତାନ ୨୦୧୭ ମସିହା ଚାମ୍ପିୟନସ୍ ଟ୍ରଫି ଫାଇନାଲ୍ ମୁକାବିଲା କଥା ସମସ୍ତଙ୍କର ମନେଥିବ।
ଏହି ମ୍ୟାଚ୍ରେ ଭାରତକୁ ହରାଇ ପାକିସ୍ତାନ ବାଜିମାତ୍ କରିଥିଲା। ଯାହାକୁ ନେଇ ସାରା ଦେଶରେ ନିରାଶା ମଧ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ଚାମ୍ପିୟନସ୍ ଟ୍ରଫି ଫାଇନାଲ୍ ହାରିବା ପରେ ମଧ୍ୟ ପୁରସ୍କାର ବିତରଣ ବେଳେ ବିରାଟ୍ କୋହଲି ଓ ଯୁବରାଜ ସିଂହ ପାକିସ୍ତାନ ଖେଳାଳିଙ୍କ ସହ ମିଶି ହସୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା।
ତେବେ ଆଜି ଦୀର୍ଘ ଗୋଟିଏ ବର୍ଷ ପରେ ପାକିସ୍ତାନ ବ୍ୟାଟସ୍ମ୍ୟାନ୍ ତଥା ଭାରତୀୟ ଟେନିସ୍ ତାରକା ଶୋଏବ ମାଲିକ ଏହା ଉପରୁ ପର୍ଦ୍ଦା ହଟାଇଛନ୍ତି।
ଏହାର କାରଣ କହିବା ପୂର୍ବରୁ ଆପଣଙ୍କୁ ଆଉ ଗୋଟିଏ ଘଟଣା ମନେପକାଇ ଦେବାକୁ ଚାହୁଁଛୁ। ପାକିସ୍ତାନ ବୋଲର୍ ସୟିଦ ଅଜମଲଙ୍କ ବିଷୟରେ ଆପଣ ବେଶ ଭଲ ଭାବେ ଜାଣିଥିବେ।

ଗୋଟିଏ ମ୍ୟାଚ୍ରେ ଶୋଏବ ଓ ସୟିଦ ମଧ୍ୟରୁ କିଏ କ୍ୟାଚ୍ ଧରିବ ଏହା ଭାବି ବଲ୍ଟିକୁ ଉଭୟ ବେଶ ନାଟକୀୟ ଢଙ୍ଗରେ ଛାଡ଼ିଦେଇଥିଲେ।
ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଥିଲା। ଯାହାକୁ ଦେଖି ଲୋକମାନେ ହସିହସି ବେଦମ ହୋଇଯାଇଥିଲେ।
ଚାମ୍ପିୟନସ୍ ଟ୍ରଫି ପୁରସ୍କାର ବିତରଣ ବେଳେ ଶୋଏବ ସେକଥା ପୁଣିଥରେ ବିରାଟ୍ ଓ ଯୁବରାଜ ସିଂହଙ୍କ ସହ ଆଲୋଚନା କରିଥିଲେ। ଉକ୍ତ କ୍ୟାଚ୍କୁ ମନେପକାଇ ବିରାଟ୍, ଯୁବରାଜ, ଶୋଏବ, ବୋଲିଂ କୋଚ୍ ଆଜାର ମେହମ୍ମୁଦ ହସିବା ଆରମ୍ଭ କରିଥିଲେ।
ବିରାଟ୍ ଏହି ସମୟରେ ଶୋଏବଙ୍କୁ ପଚାରିଥିଲେ, କ୍ୟାଚ୍ ମିସ୍ ହେବା ପରେ ଆଜମଲ କ’ଣ କହିଥିଲେ? ଶୋଏବ କହିଥିଲେ, ସେହି କ୍ୟାଚ୍ଟି ୱେଷ୍ଟଇଣ୍ଡିଜ୍ ବ୍ୟାଟସ୍ମ୍ୟାନ୍ କ୍ରିସ୍ ଗେଲ୍ଙ୍କର ଥିଲା।
ମୁଁ ତାଙ୍କୁ କହିଥିଲି, ଯଦି ତୁମେ କ୍ୟାଚ୍ ଧରିବାକୁ ପୋଜିସନ୍ ନେଇଥିଲ, ତା’ହେଲେ ଧରିଲନାହିଁ କାହିଁକି? ଏହାର ଉତ୍ତରରେ ଆଜମଲ କହିଥିଲେ, ମୁଁ ଭାବିଲି ତୁମେ ଧରିବ। ଯଦି ତୁମ ହାତରୁ ଖସିବ, ତା’ହେଲେ ପଡ଼ିଆରେ ପଡ଼ିବା ପୂର୍ବରୁ ମୁଁ ଏହାକୁ ଧରିବି। ଏହି କଥାକୁ ନେଇ ସମସ୍ତେ ହସିବାକୁ ଲାଗିଥିଲେ।

ଚାମ୍ପିୟନସ୍ ଟ୍ରଫିରେ ଭାରତକୁ ପାକିସ୍ତାନ ୧୮୦ ରନ୍ରେ ହରାଇଥିଲା।
ଦେଖନ୍ତୁ ଭିଡିଓ:
In the latest episode of Voice of Cricket @realshoaibmalik joins @ZAbbasOfficial and narrates what Saeed Ajmal said after the dropped catch, his last wish before retirement, what Sialkot Stallions means to him and much more!
Watch the full episode on YT: https://t.co/VEDTaULMm0 pic.twitter.com/dtB5DIxQEW— Cricingif (@_cricingif) October 15, 2018
#SpiritOfCricket #CT17 #PAKvIND pic.twitter.com/G2wAmKkmxO
— ICC (@ICC) June 18, 2017
from Odisha Reporter https://ift.tt/2pX25QK
No comments:
Post a Comment