ଆଜାଦ୍‌ ହିନ୍ଦ୍‌ ସରକାର ଗଢ଼ା ହୋଇଥିଲା କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଆଜାଦ୍‌ ହିନ୍ଦ୍‌ ସରକାର ଗଢ଼ା ହୋଇଥିଲା କାହିଁକି

ନୂଆଦିଲ୍ଲୀ: ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଗଠନ ହୋଇଥିଲା ଆଜାଦ୍‌ ହିନ୍ଦ୍‌ ସରକାର ଏବଂ ଆଜି ଏହାର ୭୫ ତମ ବର୍ଷ ପୂର୍ତ୍ତି ପାଳିତ ହେଉଛି। ଆଜାଦ୍‌ ହିନ୍ଦ୍‌ ଅର୍ଥାତ ସ୍ୱାଧୀନ ହିନ୍ଦୁସ୍ତାନ/ଭାରତର ପରିକଳ୍ପନା ନେଇ ଆଜାଦ୍‌ ହିନ୍ଦ୍‌ ଫୌଜ୍‌ର କମାଣ୍ଡର ହିସାବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହି ନାମରେ ଅସ୍ଥାୟୀ ସରକାର ଗଠନ କରିଥିଲେ। ଆଉ ଏହାକୁ ଜର୍ମାନୀ, ଜାପାନ, ଫିଲିପାଇନ୍ସ, କୋରିଆ, ଚୀନ୍‌, ଇଟାଲୀ ଏବଂ ଆୟର୍ଲାଣ୍ଡ ପ୍ରମୁଖ ଦେଶ ମାନ୍ୟତା ମଧ୍ୟ ଦେଇଥିଲେ।

କେବଳ ସଶସ୍ତ୍ର ବିଦ୍ରୋହ ହିଁ ଇଂରେଜ ସରକାରଙ୍କଠାରୁ କ୍ଷମତା ଛଡ଼ାଇ ଆଣିବାର ଏକମାତ୍ର ମାର୍ଗ ବୋଲି ନେତାଜୀ ବିଚାର କରୁଥିଲେ। ୧୯୨୧ ମସିହାରେ ଭାରତୀୟ ପ୍ରଶାସନିକ ସେବାର ଉଚ୍ଚ ପଦବୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ନେତାଜୀଙ୍କ ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀତା ଦେବି’ ଡାକରାରେ ସମଗ୍ର ଦେଶରୁ ଯୁବକମାନେ ‘ଆଜାଦ୍‌ ହିନ୍ଦ୍‌ ଫୌଜ୍‌’ର ସ୍ୱାଧୀନତାର ଲଢ଼େଇରେ ଯୋଗ ଦେଇଥିଲେ। ଏଥିପାଇଁ ସେ ସମଗ୍ର ବିଶ୍ୱରୁ ସମର୍ଥନ ଏକାଠି କରିବା ଆରମ୍ଭ କରିଥିଲେ।

ନେତାଜୀ ସୁଭାଷ ଜର୍ମାନୀରୁ ଏକ ୟୁ ବୋଟ୍‌ ଜରିଆରେ ଦକ୍ଷିଣ ଏସିଆ ଆସି ଜାପାନ୍‌ ଯାଇଥିଲେ ଏବଂ ପରେ ସିଙ୍ଗାପୁର ଚାଲିଯାଇଥିଲେ। ସିଙ୍ଗାପୁରଠାରେ ହିଁ ସେ ‘ଆଜାଦ୍‌ ହିନ୍ଦ ସରକାର’ ପ୍ରତିଷ୍ଠା କରିଥିଲେ, ଯାହାକି ଇଂରେଜ ସରକାରଙ୍କ ନିଦ ହଜାଇ ଦେଇଥିଲ। ସମଗ୍ର ବିଶ୍ୱରୁ ୧୧ଟି ଦେଶ ‘ଆଜାଦ୍‌ ହିନ୍ଦ ସରକାର’କୁ ସ୍ୱୀକୃତି ଦେଇଥିଲେ। ବୋଷଙ୍କ ନେତୃତ୍ୱରେ ବର୍ମା ସୀମାରୁ ଆଜାଦ୍‌ ହିନ୍ଦ ଫୌଜ ବ୍ରିଟିଶ ସରକାରଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲା।

ଆଜାଦ ହିନ୍ଦ ସରକାରର ବ୍ୟାଙ୍କ ଏବଂ ଲକ୍ଷେ ଟଙ୍କିଆ ନୋଟ୍‌

ଆଜାଦ୍‌ ହିନ୍ଦ ସରକାରର ନିଜର ବ୍ୟାଙ୍କ ଥିଲା ଯାହାର ନାମ ଥିଲା ଆଜାଦ୍‌ ହିନ୍ଦ ବ୍ୟାଙ୍କ। ଏହାର ସ୍ଥାପନା ମଧ୍ୟ ୧୯୪୩ ମସିହାରେ ହୋଇଥିଲା। ଏହି ବ୍ୟାଙ୍କ ୧ ଟଙ୍କିଆ ମୂଦ୍ରାଠାରୁ ଆରମ୍ଭ କରି ଲକ୍ଷେ ଟଙ୍କିଆ ନୋଟ୍‌ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମୁଦ୍ରା ଜାରି କରିଥିଲା। ଆଉ ଲକ୍ଷେ ଟଙ୍କିଆ ନୋଟ୍‌ରେ ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ।

ଆଜାଦ ହିନ୍ଦ ଫୌଜର ଡାକଟିକଟ

ସୁଭାଷ ଚନ୍ଦ୍ର ବୋଷ ତ ଜର୍ମାନୀ ଏବଂ ଜାପାନ୍‌ ସାହାଯ୍ୟରେ ଆଜାଦ୍‌ ହିନ୍ଦ ସରକାରଙ୍କ ନୋଟ୍‌ ଛପାଇଥିଲେ। ଏଥିସହିତ ଡାକଟିକଟ ମଧ୍ୟ ଜାରି କରିଥିଲେ। ଏହାକୁ ଆଜାଦ ଡାକ ଟିକଟ କୁହାଯାଉଥିଲା। ଏହି ଡାକ ଟିକଟ ଆଜିବି ସ୍ୱାଧୀନତା ସଂଗ୍ରାମ କାଳର ଡାକ ଟିକଟ ମଧ୍ୟରେ ସ୍ଥାନ ପାଇଛି।

କେବେ ଏବଂ କାହିଁକି ଆଜାଦ୍‌ ହିନ୍ଦ ଫୌଜ୍‌?

୧୯୪୨ ମସିହାରେ ଜାପାନ୍‌ର ଟୋକିଓଠାରେ ରାସବିହାରୀ ବୋଷ ପ୍ରତିଷ୍ଠା କରିଥିଲେ ‘ଆଜାଦ୍‌ ହିନ୍ଦ ଫୌଜ୍‌’। ଏହାର ଉଦ୍ଦେଶ୍ୟ ଥିଲା ଭାରତରେ ଇଂରେଜଙ୍କ ଦୟାର ପାତ୍ର ହୋଇ ରହିବା ବଦଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରି ସ୍ୱାଧୀନତା ହାସଲ କରିବା। ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହାର ନେତୃତ୍ୱ ନେଇଥିଲେ। ୧୯୪୩ ମସିହାରେ ସୁଭାଷ ଟୋକିଓରୁ ରେଡିଓରେ ଘୋଷଣା କରିଥିଲେ, “ଇଂରେଜମାନେ ନିଜେ ନିଜେ ଦେଶ ଛାଡ଼ିଦେବେ ଭାବିବା ବୋକାମି ହେବ। ଆମକୁ ଭାରତ ବାହାରୁ ଏବଂ ଭିତରୁ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ହେବ।”



from Odisha Reporter https://ift.tt/2PbRsaP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages