କଂଗ୍ରେସକୁ ପୁଣି ମାୟାବତୀଙ୍କ ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

କଂଗ୍ରେସକୁ ପୁଣି ମାୟାବତୀଙ୍କ ଝଟ୍‌କା

ନୂଆଦିଲ୍ଲୀ: ଛତିଶଗଡ଼ ପରେ ବିଏସ୍‌ପି ସୁପ୍ରିମୋ ସୁଶ୍ରୀ ମାୟାବତୀ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସକୁ ବଡ଼ ଝଟ୍‌କା ଦେଇଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାସୀନ ବିଜେପିକୁ ପରାସ୍ତ କରିବା ପାଇଁ ବିଏସ୍‌ପି ସହ ମେଣ୍ଟ କରିବାକୁ ଯୋଜନା କରୁଥିଲେ ହେଁ ମାୟାବତୀ କିନ୍ତୁ ଏଥିରେ ରାଜି ହୋଇନାହାନ୍ତି। ବିଏସ୍‌ପି ଉଭୟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଆଜି ମାୟାବତୀ ଘୋଷଣା କରିଛନ୍ତି।

ଖାଲି ସେତିକି ନୁହେଁ, ମାୟାବତୀ କଂଗ୍ରେସ ଉପରେ ଜୋରଦାର ହମ୍‌ଲା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ନିଜର ଫାଇଦା ପାଇଁ ବିଏସ୍‌ପିକୁ ଅତିକ୍ରମ କରି ଚାଲିଯିବାକୁ ଚେଷ୍ଟା କରୁଛି। କଂଗ୍ରେସ କାହିଁକି ବିଜେପିକୁ ପରାସ୍ତ କରିବାକୁ ଚାହୁଁଛି ସେକଥା ମଧ୍ୟ ମାୟାବତୀ କହିଛନ୍ତି।

ସେ କହିଛନ୍ତି, “ କଂଗ୍ରେସ ନେତା ଦିଗବିଜୟ ସିଂହ କଂଗ୍ରେସ-ବିଏସ୍‌ପି ମେଣ୍ଟ ହେଉ ବୋଲି ଚାହୁଁନାହାନ୍ତି। ସେମାନେ କେବଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଭଳି ତଦନ୍ତ ଏଜେନ୍ସିକୁ ଭୟ କରୁଛନ୍ତି। ଦିଗବିଜୟ ସିଂହ ବିଜେପିର ଜଣେ ଏଜେଣ୍ଟ। ମାୟାବତୀ କେନ୍ଦ୍ର ସରକାରଙ୍କ ଚାପରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁନାହାନ୍ତି ବୋଲି ସେ ଜାଣିଶୁଣି କହୁଛନ୍ତି। ଏଥିରୁ ତାଙ୍କର ମତିଗତି କଣ, ତାହା ସ୍ପଷ୍ଟ ହେଉଛି। ମୁଁ ଭାବୁଛି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି କଂଗ୍ରେସ-ବିଏସ୍‌ପି ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ କିଛି କଂଗ୍ରେସ ନେତା ଏହି ମେଣ୍ଟକୁ ପଛପଟୁ ଛୁରା ମାରିବାକୁ ଚେଷ୍ଟା କରୁଛନ୍ତି।”

ମାୟାବତୀ ସିଧାସଳଖ କହିଛନ୍ତି, କଂଗ୍ରେସ ଏବେ ଅଂହକାର ପ୍ରଦର୍ଶନ କରୁଛି। ଦଳ ଭାବୁଛି ସେମାନେ ଏକାକୀ ବିଜେପିକୁ ହରାଇ ପାରିବେ। କିନ୍ତୁ ସେମାନେ ବୁଝି ପାରୁନାହାନ୍ତି, ଲୋକମାନେ ବିଜେପି ଉପରେ ଯେତିକି ରାଗୁଛନ୍ତି ଠିକ୍‌ ଅନୁରୂପ ଭାବେ କଂଗ୍ରେସକୁ ମଧ୍ୟ ସେତିକି ନାପସନ୍ଦ କରୁଛନ୍ତି। ଗୁଜରାଟ୍‌ ନିର୍ବାଚନ ପରେ କଂଗ୍ରେସ୍‌ କିଛି ଶିଖିଲାନାହିଁ ବୋଲି ସେ କହିଛନ୍ତି।

ପୂର୍ବରୁ ମାୟବତୀଙ୍କ ବିଏସ୍‌ପି ଛତିଗଡ଼ରେ ଅଜିତ ଯୋଗୀଙ୍କ ସହ ମିଶି ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ।



from Odisha Reporter https://ift.tt/2zPaxav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages