
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିପ୍ ଡିପ୍ରେସନ୍ରୁ ଭୟଙ୍କର ବାତ୍ୟାର ରୂପ ନେଇଛି ‘ତିତ୍ଲି’। ଆସନ୍ତା ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ।
ଏବେ ଗୋପାଳପୁରଠୁ ୩୭୦ କିମି ଦୂରରେ ରହିଛି ତିତ୍ଲି। ଏହା କଳିଙ୍ଗପଟନମ୍ ଠାରୁ ୩୧୦ କିମି ଦୂରରେ ରହିଛି। ୧୧ ତାରିଖ ସକାଳେ ତିତ୍ଲି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ।
ତିତ୍ଲି ସ୍ଥଳଭାଗ ଛୁଇଁବା ବେଳକୁ ୧୪୫ କିମି ବେଗରେ ପବନ ବହିବ। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷିବ। ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା।
ଏଭଳି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳରେ ଆସନ୍ତାକାଲି ହେବାକୁ ଥିବା କଲେଜ୍ ନିର୍ବାଚନ ବନ୍ଦ ହୋଇପାରେ।
ଏନେଇ ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି,“ ଆସନ୍ତାକାଲି ହେବାକୁ ଥିବା କଲେଜ ନିର୍ବାଚନ ବନ୍ଦ ହୋଇପାରେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ବନ୍ଦ ହୋଇପାରେ।”
ସୂଚନାଯୋଗ୍ୟ, ତିତ୍ଲି ପ୍ରଭାବରେ ଋଷିକୂଲ୍ୟା ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସ୍ଥଳଭାଗ ଛୁଇଁଲା ବେଳକୁ ସମୁଦ୍ରରେ ୧ ମିଟର ଉଚ୍ଚର ଜୁଆର ଆସିବ। ସମସ୍ତ ବନ୍ଦରଗୁଡ଼ିକରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି।
from Odisha Reporter https://ift.tt/2EjtOF4
No comments:
Post a Comment