ପ୍ରେମିକାଙ୍କ ସହ ଆତ୍ମହତ୍ୟା କଲେ ହାଇଦ୍ରାବାଦର ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ପ୍ରେମିକାଙ୍କ ସହ ଆତ୍ମହତ୍ୟା କଲେ ହାଇଦ୍ରାବାଦର ଯୁବକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ସ୍ତ୍ରୀ ଥିଲେ, ହେଲେ ପର ଝିଅ ମନରେ କିଣିଥିଲା ଜାଗା। ଚୋରା ପୀରତି ଚାଲିଥିଲା ଚୋରାରେ। କିନ୍ତୁ ସୋଶାଲ ମିଡ଼ିଆ ସବୁ ବିଗାଡି ଦେଲା। ହ୍ୱାଟସ୍‌ ଆପ୍‌ ଚାଟିଂ କାଳ ହେଲା। ତାଙ୍କ ସ୍ୱାମୀ ଏବେ ଆଉ କାହାର ଏ କଥା ଜାଣିଗଲେ ପତ୍ନୀ। ଆଉ ତା’ ପରେ ଯାହା ହେଲା ଆପଣ ଶୁଣି ଅଶ୍ଚର୍ଯ୍ୟ ହେବେ।

‘ପରକୀୟା ପ୍ରୀତି ଏଣିକି ଆଉ ଅପରାଧ ନୁହେଁ।’ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟକୁ ଦେଶବ୍ୟାପୀ ଅନେକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଥିଲେ। ଏପରିକି ଏହି ରାୟର ପୁର୍ନର୍ବିଚାର ଲାଗି ମଧ୍ୟ ବିଭିନ୍ନ ସ୍ଥାନରେ ଦାବି ହୋଇଥିଲା। ସୋଶଲ ମିଡିଆରେ ମଧ୍ୟ ଏହି ବହୁଚର୍ଚ୍ଚିତ ରାୟ ଟ୍ରୋଲ ହୋଇଥିଲା।

ହେଲେ ଏବେ ପରକୀୟା ପ୍ରୀତିକୁ ନେଇ ଯେଉଁ ଘଟଣାଟି ସାମ୍ନାକୁ ଆସିଛି, ତାକୁ କିଛି ଲୋକେ ଏହି ନିଷ୍ପତ୍ତିର ପ୍ରତିଫଳନ ବୋଲି କହିଲେଣି।

କାରଣ ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶିତ ହେବାର ୨ ଦିନ ନ ପୂରୁଣୁ ହାଇଦ୍ରାବାଦ୍‌ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା। ହ୍ୱାଟସ୍‌ଆପ୍‌ରେ ମହିଳା ବନ୍ଧୁଙ୍କ ସହ ପରକୀୟା ପ୍ରୀତିରେ ଲିପ୍ତ ଜଣେ  ଯୁବକଙ୍କୁ ତାଙ୍କ ପତ୍ନୀ ଧରି ପକାଇବା ପରେ, ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି।  ଖାଲି ଯୁବକ ନୁହେଁ ତାଙ୍କ ପ୍ରେମିକା ମଧ୍ୟ ଆତ୍ମହତ୍ୟା କରିଛନ୍ତି।

ଘଟଣା ଏପରି: ହାଇଦ୍ରାବାଦ୍‌ର ୨୭ ବର୍ଷ ବୟସର ଯୁବକ କେ. ଶିବ କୁମାର। ପେଶାରେ ସେ ଜଣେ ଇଲେକ୍ଟ୍ରିସିଆନ୍‌। ଅଗଷ୍ଟ ୧୫ ତାରିଖରେ ଶିବ କୁମାର ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶିବ ନିଜ ପିଲାଦିନର ସାଙ୍ଗ ସି. ଭେନେଲାଙ୍କ ସମ୍ପର୍କରେ ଆସିଥିଲେ। ବହୁତ ଦିନ ପରେ ବନ୍ଧୁ ମିଳିଥିବାରୁ ଦୁହେଁ ଢେର ସମୟ ଖୁସିଗପ କରୁଥିଲେ। ଏପରିକି ପ୍ରତିଦିନ କଥା ମଧ୍ୟ ହେଉଥିଲେ ବୋଲି ତାଙ୍କ ସ୍ତ୍ରୀ ଜାଣିବାକୁ ପାଇଲେ।

ଏହି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା। ଶିବଙ୍କ ସ୍ତ୍ରୀ ପ୍ରତିଦିନ ତାଙ୍କ ହ୍ୱାଟସ୍‌ଆପ୍‌ରେ କଣ କଥା ହେଉଛନ୍ତି, ଏହା ଜାଣିବାକୁ ଝଗଡ଼ା କରନ୍ତି। ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଦିନକୁ ଦିନ ବଢ଼ିବାକୁ ଲାଗେ।

ନିତିଦିନର ଏହି ଝଗଡ଼ାରେ ଅତିଷ୍ଠ ହୋଇ ଶିବ ଘରର ସିଲିଂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ।

ଶିବଙ୍କ ଆତ୍ମହତ୍ୟାର ଖବର ଶୁଣିବା ପରେ ଭେନେଲା ଘରେ କେହି ନ ଥିବା ସମୟରେ ଟକ୍ସିକ୍‌ ମେଡିସିନ୍‌ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ର ସୂଚନା ଅନୁସାରେ ଘଟଣାର ତଦନ୍ତ ଚାଲୁଛି ଏବଂ ଶିବ ଏବଂ ତାଙ୍କ ପିଲାଦିନର ସାଙ୍ଗ ଭେନିଲାଙ୍କ ଆତ୍ମହତ୍ୟା ପରେ ଥାନାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି।



from Odisha Reporter https://ift.tt/2DKKOUK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages