ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧ ପରେ ଦାମଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧ ପରେ ଦାମଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼

କଟକ (ଓଡ଼ିଶା ରିପୋର୍ଟର): ବାରିପଦା ପରେ ନିଆଳିରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଭିନ୍ନ ଢଙ୍ଗରେ ବିରୋଧ କରାଯାଇଛି। ସଭାମଞ୍ଚ ଆଗରେ ଅଙ୍ଗନବାଡ଼ି କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଦାମୋଦରଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ଅନୁଷ୍ଠିତ ସଭାରେ ମଞ୍ଚ ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ତେବେ ଅଣ୍ଡା ମଞ୍ଚାସୀନ କୌଣସି ଅତିଥି ଓ କର୍ମକର୍ତ୍ତାଙ୍କ ଦେହରେ ବାଜିନଥିଲା। ଅନ୍ୟପକ୍ଷରେ ଅନ୍ଧାରର ସୁଯୋଗ ନେଇ ଅଣ୍ଡା ମାଡ଼ କରିଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା କୁହାଯାଉଛି।

ଆଜି କଟକ ଜିଲ୍ଲା ନିଆଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ଓ ଭ୍ରଷ୍ଟାଚାରପୂର୍ଣ୍ଣ ଶାସନ ବିରୋଧରେ ସୂଚନା ଅଧିକାର୍‌ ଆଇନ୍‌ର ଭୂମିକା ସମ୍ପର୍କରେ ବିଶାଳ ଜନସମାବେଶ ହୋଇଥିଲା। ଏଥିରେ ଡାକ୍ତର ଦାମୋଦର ରାଉତ, କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ବରିଷ୍ଠ ସାମ୍ୱାଦିକ ରବି ଦାସ ପ୍ରମୁଖ ଯୋଗଦେଇଥିଲେ। ସଭା ପୂର୍ବରୁ ଅତିଥିମାନଙ୍କୁ ବିଶାଳ ପଟୁଆରରେ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।

ତେବେ ସଭା ଆରମ୍ଭ ହେବାର କିଛି ସମୟ ଭିତରେ ୨୦୦ରୁ ଅଧିକ ଅଙ୍ଗନବାଡ଼ି କର୍ମୀ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ଲେଖାଯାଇଥିବା ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ମଞ୍ଚ ଆଗ ଦେଇ ଶୋଭାଯାତ୍ରାରେ ଯାଇଥିଲେ। ବିକ୍ଷୋଭକାରୀମାନେ ଏହି ସଭାକୁ ବିରୋଧ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇଥିଲା।

କଣ୍ଟାପଡ଼ା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ସ୍ନେହଲତା ମିଶ୍ର କହିଛନ୍ତି-“ପିଲା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ଆମେ କାମ କରିବା ସତ୍ତ୍ୱେ ମନ୍ତ୍ରୀ ଥିଲା ବେଳେ ଡାକ୍ତର ଦାମୋଦର ରାଉତ କହିଥିଲେ “ଅଙ୍ଗନବାଡ଼ି ଘଇତା ଛାଡ଼ି”। ଯେଉଁ ବ୍ୟକ୍ତି ମାଟି ଓ ତାଙ୍କୁ ଜନ୍ମ ଦେଇଥିବା ମାଆକୁ ସମ୍ମାନ ଦେଇ ଶିଖିନି, ସେଭଳି ଲୋକ ଏମିତି ସଭା କରିବାର ଅର୍ଥ କଣ? ପୁନର୍ବାର ଆଉ କେଉଁ ମାଆଙ୍କ ମର୍ଯ୍ୟାଦାହାନି କରିବାକୁ ଦାମବାବୁ ଚାହୁଁଛନ୍ତି କି? ଭବିଷ୍ୟତରେ ଯେପରି ଆଉ କୌଣସି ମାଆ ଅସମ୍ମାନିତ ନହେବେ ସେଥିପାଇଁ ଆମେ ତାଙ୍କୁ ବିରୋଧ କରୁଛୁ। ଆମେ ହେଲୁ ନାରୀ। ଆମ ପାଖରେ ସବୁ ପ୍ରକାର କଥା ସହିବାର ସାହସ ରହିଛି। ତେଣୁ ଆମେ ହୋ-ହାଲ୍ଲା ନ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା ଜରିଆରେ ଦାମୋଦରଙ୍କୁ ବିରୋଧ କରୁଛୁ। ଆମକୁ ଏଠାକୁ କେହି ଆଣି ନାହାନ୍ତି। ବରଂ ସେ ମାଆମାନଙ୍କ ସମ୍ମାନ ହାନି କରିଥିବାରୁ ଆମେ ଏମିତି ବିରୋଧ କରୁଛୁ।”



from Odisha Reporter https://ift.tt/2O6xWYR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages