
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗାଁରେ ଉନ୍ନୟନମୂଳକ କାମ ହେଉନାହିଁ। ଫଳରେ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏ ସମ୍ପର୍କରେ ପଚାରିବା ପାଇଁ ଆଜି ଗାଁ ଲୋକେ ବିଡିଓଙ୍କ ପାଖକୁ ଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ସେମାନଙ୍କୁ ବିରୋଧ କରିବାରୁ ଗାଁ ଲୋକେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏପରି ବ୍ଲକ ଅଫିସ୍ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଫିସ୍ରେ ଘଟିଛି।
ଗୋଲିଆ ପଞ୍ଚାୟତରେ କିଛି ଉନ୍ନୟନମୂଳକ କାମ ହେଉନାହିଁ। ଉଦ୍ଦେଶ୍ୟମୂଳକ ଭାବେ ବିଧାୟକ କାମ କରାଇ ଦେଉନଥିବା ଅଭିଯୋଗ ନେଇ କେତେକ ଗାଁ ଲୋକେ ବ୍ଲକ ଅଫିସ୍ ଯାଇଥିଲେ। ବିଡିଓଙ୍କୁ ଦେଖାକରି ପଞ୍ଚାୟତରେ ଉନ୍ନୟନମୂଳକ କାମ କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ।
ବିଡିଓ କିଛି ଉତ୍ତର ଦେବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ଅଭିଯୋଗକାରୀଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ବିଜେଡି କର୍ମୀ ଓ ଗାଁ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା।
ଉତ୍ତ୍ୟକ୍ତ ଗାଁ ଲୋକେ ବ୍ଲକ ସଭାପତି ମଦନ ଗୋପାଳ ଦୋରାଙ୍କ ସମେତ ୪ ଜଣଙ୍କୁ ବ୍ଲକ ଅଫିସ୍ ଭିତରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏପରିକି ବ୍ଲକ ଅଫିସ୍କୁ ଢେଲା ପଥର ମାଡ଼ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ବ୍ଲକ ଅଫିସ୍ ଓ ଆଖପାଖ ଅଞ୍ଚଳରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
from Odisha Reporter https://ift.tt/2IInoxZ
No comments:
Post a Comment