
ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ବିଦ୍ୟୁତ୍ ଆଘାତରେ ଜଣେ ଚାଷୀ ପ୍ରାଣ ହରାଇ ଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ନିରଞ୍ଜନ ପ୍ରଧାନ।
ନିରଞ୍ଜନ ସକାଳେ ବିଲକୁ ଯାଉଥିବା ବେଳେ ତଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ନିରଞ୍ଜନଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ପାଇଁ ଲୋକେ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି। ବିଭାଗୀୟ ଅବହେଳାରୁ ନିରଞ୍ଜନଙ୍କ ମୃତ୍ୟୁ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2Sl5Axt
No comments:
Post a Comment