
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୦ରେ ଉତ୍ତରପ୍ରଦେଶରୁ ଆରମ୍ଭ ହୋଇ ଦେଶର ଏକ ବୃହତ ମୋବାଇଲ୍ ୱାଲେଟ୍ରେ ପରିଣତ ହୋଇଥିବା କମ୍ପାନୀ ପେଟିଏମ୍ ଏବେ ଜାପାନ୍ରେ ବଜାର ସୃଷ୍ଟି କରିଛି। ସଫ୍ଟବ୍ୟାଙ୍କ କର୍ପୋରେଶନ ଏବଂ ୟାହୁ ଜାପାନ କର୍ପୋରେଶନ ସହ ହାତ ମିଳାଇ ପେଟିଏମ୍ ସେଠାରେ ବାର୍କୋଡ୍ଭିତ୍ତିକ ପେମେଣ୍ଟ୍ ବ୍ୟବସ୍ଥା ଆରମ୍ଭ କରିଛି। ଏହାର ନାମ ରଖିଛି ‘ପେପେ’।
ରିପୋର୍ଟ ଅନୁସାରେ ଜାପାନ୍ରେ ଦୈନିକ ପ୍ରାୟ ୮୦% ନଗଦ କାରବାର ହେଉଛି। ନଗଦ କାରବାରକୁ ହ୍ରାସ କରି ଲୋକଙ୍କୁ ଡିଜିଟାଲ୍ ପେମେଣ୍ଟ୍ ମୁହାଁ କରିବ ବୋଲି କମ୍ପାନୀ ଏଠାରେ ଏଭଳି ବ୍ୟବସ୍ଥା ଆରମ୍ଭ କରିଛି ବୋଲି ପ୍ରକାଶ କରିଛି।
ଅକ୍ଟୋବର ପ୍ରଥମ ସପ୍ତାହରେ କମ୍ପାନୀ ଏହି ସ୍ମାର୍ଟଫୋନ୍ ଭିତ୍ତିକ ପେମେଣ୍ଟ୍ ବ୍ୟବସ୍ଥା ଆରମ୍ଭ କରିଛି। ଏହା ଦ୍ୱାରା ଜାପାନ୍ରେ ବର୍ତ୍ତମାନ ଚାଲିଥିବା “Yahoo! Wallet”କୁ ପେଟିଏମ୍ ହଟାଇଦେବ ବୋଲି ଅନୁମାନ କରାଯାଉଛି।
ଏ ସମ୍ପର୍କରେ ‘ପେପେ’ର ସିଇଓ ତଥା ନିର୍ଦ୍ଦେଶକ ଇଚ୍ରିଓ ନାକାୟାମ କହିଛନ୍ତି ପେଟିଏମ୍ର ଏହି ପେମେଣ୍ଟ୍ ବ୍ୟବସ୍ଥା ଜାପାନ୍ରେ ଲେସ୍କ୍ୟାଶ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
from Odisha Reporter https://ift.tt/2NZzync
No comments:
Post a Comment