ଏପରି ମେକ୍‌ଅପ୍‌ ନେଲେ, ଅଧିକ ଆକର୍ଷଣୀୟ ଦେଖାଯିବେ ଶ୍ୟାମଳୀ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଏପରି ମେକ୍‌ଅପ୍‌ ନେଲେ, ଅଧିକ ଆକର୍ଷଣୀୟ ଦେଖାଯିବେ ଶ୍ୟାମଳୀ ଝିଅ

makeup

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ପରିବର୍ତ୍ତନଶୀଳ ଯୁଗରେ ସୌନ୍ଦର୍ଯ୍ୟର ମାନଦଣ୍ଡ ବି ବଦଳି ଯାଇଛି। ଏବେ କେବଳ ଗୌର ବର୍ଣ୍ଣକୁ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଉ ନାହିଁ, ବରଂ ଶ୍ୟାମଳ ରଙ୍ଗକୁ ମଧ୍ୟ ଅଧିକ ଆକର୍ଷଣୀୟ ଓ ଲାବଣ୍ୟମୟ କୁହାଯାଉଛି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଯେଉଁ କେତେଜଣ ଅଭିନେତ୍ରୀ ନିଜ ଆକର୍ଷଣୀୟ ସୌନ୍ଦର୍ଯ୍ୟ ଯୋଗୁ ହଇଚଇ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ୟାମଳୀ। ରଙ୍ଗ ପାଇଁ ସେମାନଙ୍କ ସୌନ୍ଦର୍ଯ୍ୟ ହ୍ରାସ ପାଇ ଯାଇନାହିଁ।
ତେଣୁ ଆପଣ ରଙ୍ଗ ଯଦି ଶ୍ୟାମଳ, ତେବେ ବ୍ୟସ୍ତ ହେବାର କିଛି ନାହିଁ। ଏହି ରଙ୍ଗକୁ ମେକ୍‌ଅପ୍‌ ପରସ୍ତରେ ଲୁଚାନ୍ତୁ ନାହିଁ। କାରଣ ଶ୍ୟାମଳ ରଙ୍ଗର ଏକ ସ୍ୱାତନ୍ତ୍ର୍ୟ ରହିଛି। ପ୍ରସାଧନ ଦ୍ୱାରା ନିଜ ରଙ୍ଗକୁ ନ ଲୁଚାଇ ଯଦି ଏହାକୁ ଅଧିକ ଔଜଲ୍ୟ ଦେବା ପାଇଁ କୁଶଳ ମେକ୍‌ଅପ୍‌ କରାଯାଏ, ତେବେ ଶ୍ୟାମଳୀମାନେ ଯେକୌଣସି ଗୋରୀ ମହିଳାଙ୍କଠାରୁ ମଧ୍ୟ ଅଧିକ ଆକର୍ଷଣୀୟ ଲାଗିବେ।
ଏଥିପାଇଁ ପ୍ରଥମେ ନିଜ ମନରୁ ହୀନମନ୍ୟତାକୁ ଦୂରେଇ ଦିଅନ୍ତୁ ଓ ନିଜ ସୌନ୍ଦର୍ଯ୍ୟକୁ ନେଇ ମନ ଭିତରେ ଆତ୍ମବିଶ୍ୱାସ ରଖନ୍ତୁ।makeup2ଶ୍ୟାମଳୀ ଝିଅ ବା ମହିଳାମାନେ ମେକ୍‌ଅପ୍‌ ନେବା ସମୟରେ କିଛିଟା ସତର୍କତା ଅବଲମ୍ୱନ କରନ୍ତୁ। ଏଥିପାଇଁ ଯେଉଁ ପ୍ରସାଧନ ସାମଗ୍ରୀଗୁଡ଼ିକ ବ୍ୟବହାର କରିବାକୁ ଯାଉଛନ୍ତି, ତାହା ପ୍ରଥମେ ନିଜ ତ୍ୱଚା ସହ ମେଳ ଖାଇବା ଜରୁରୀ।

ସାଧାରଣତଃ ଗୋରା ରଙ୍ଗରେ ମେକ୍‌ଅପ୍‌ ପାଇଁ ବ୍ୟବହୃତ ହାଲ୍‌କା ଫାଉଣ୍ଡେସନ୍‌ ଶ୍ୟାମଳ ରଙ୍ଗରେ ବ୍ୟବହାର ହେବା ଅନୁଚିତ୍‌। ମେକ୍‌ଅପ୍‌ ବେସ୍‌ର ରଙ୍ଗ ଧଳା ବା ଗୋଲାପୀ ନ ହେଲେ ଭଲ।
ଶ୍ୟାମଳୀ ମହିଳା ପ୍ରଥମେ କ୍ଲିନଜିଂ ମିଲ୍କରେ ନିଜ ମୁହଁ ଓ ବେକକୁ ଭଲ ଭାବେ ପରିଷ୍କାର କରନ୍ତୁ। ତ୍ୱଚା ଶୁଷ୍କ ହୋଇଥିଲେ, ସେଥିରେ ମଧ୍ୟ କ୍ଲିନଜିଂ ମିଲ୍କ ଲଗାନ୍ତୁ। ଚେହେରାରେ ଦାଗ ଥିଲେ, ସତର୍କତାର ସହ ଇରେଜିଷ୍ଟିକ୍‌ ଲଗାନ୍ତୁ। ଏହା ପରେ ନିଜ ତ୍ୱଚାର ରଙ୍ଗଠାରୁ ଅଧିକ ଗାଢ଼ ରଙ୍ଗର ଫାଉଣ୍ଡେସନ୍‌ ଲଗାନ୍ତୁ। କିନ୍ତୁ ଧଳା ବା ଗୋଲାପୀ ରଙ୍ଗର ଫାଉଣ୍ଡେସନ ଲଗାନ୍ତୁ ନାହିଁ। ମୁହଁ, ବେକ ଏବଂ କାନରେ ମଧ୍ୟ ଫାଉଣ୍ଡେସନ୍‌ ଲଗାନ୍ତୁ।
ଯଦି ଆଖିତଳ କଳା ପଡ଼ିଥାଏ,ତେବେ ଗାଢ଼ ଫାଉଣ୍ଡେସନ୍‌ ଲଗାନ୍ତୁ। ଫାଉଣ୍ଡେସନ୍‌ ସ୍ଥାନରେ ପେନକେକ୍ ମଧ୍ୟ ବ୍ୟବହାର କରିପାରିବେ। ଏହା ତ୍ୱଚାରେ ଏଭଳି ମିଶିଯାଏ ଯେ ମୁହଁରେ କିଛି ଲଗାଇବା ଆବଶ୍ୟକ ପଡ଼େ ନାହିଁ। ମୁହଁକୁ ହାଲ୍‌କା ଓଦା କରି ପେନକେକ୍‌ ରଗଡ଼ି ପୂରା ଚେହେରାରେ ଏକ୍‌ସାର୍‌ କରିଦିଅନ୍ତୁ। ଯଦି ଫାଉଣ୍ଡେସନ୍‌ ଲଗାଉଥା’ନ୍ତି,ତେବେ ତା ଉପରେ ପାଉଡର ଲଗାନ୍ତୁ ଓ ଅତିରିକ୍ତ ପାଉଡର୍‌କୁ ପପ୍‌ ବା ତୁଳାରେ ଝାଡ଼ି ଦିଅନ୍ତୁ। କିନ୍ତୁ ଯଦି ପେନକେକ୍‌ ଲଗାଉ ଥା’ନ୍ତି,ତେବେ ତା’ ଉପରେ ପାଉଡର୍‌ ଲଗାନ୍ତୁ।
ପାଉଡର୍‌ ଲଗାଇବା ପରେ ବ୍ଲସର୍‌ ଲଗାନ୍ତୁ। ବ୍ଲସର୍ ପାଉଡର୍‌ ତଥା କ୍ରିମ୍‌ ଦୁଇ ପ୍ରକାରର ମିଳୁଛି। ପାଉଡର୍‌ ବ୍ଲସର୍‌ ଫେସ୍‌ ପାଉଡର୍‌ ପରେ ଓ କ୍ରିମ୍‌ ବ୍ଲସର୍‌ କଂପେଣ୍ଟ ପୂର୍ବରୁ ଲଗାନ୍ତୁ। ପାଉଁଶିଆ, ଗାଢ଼ ଗୋଲାପୀ, ଗାଜର ରଙ୍ଗର ବ୍ଲସର୍‌ ଶ୍ୟାମଳ ତ୍ୱଚାକୁ ଖୁବ୍‌ ମାନେ।  କିନ୍ତୁ ଅଧିକ ବୟସର ମହିଳା ଗାଢ଼ ବ୍ଲସର୍‌ ଲଗାଇବା ଅନୁଚିତ।
ଅଧିକାଂଶ ମହିଳାଙ୍କ ଧାରଣା, ସେମାନେ ଆଇଲାଇନର୍‌ ମସ୍କରା ଆଦି ଲଗାଇଲେ ଅଧିକ କଳା ଲାଗିବ, ଏହା ଏକ ଭ୍ରମ ଧାରଣା। ପ୍ରଥମେ ଆଇବ୍ରୋକୁ ପେନ୍‌ସିଲ୍‌ ଦ୍ୱାରା ଆକାର ଦିଅନ୍ତୁ। ବ୍ରାଉନ୍‌ ରଙ୍ଗର ପେନସିଲ୍‌ ହେଲେ ଭଲ। ପରେ ପପ୍‌ରେ ଆଇସାଡୋ ଲଗାନ୍ତୁ।
ନୀଳ, ମେରୁନ୍‌, ପାଉଁଶିଆ ଆଦି ଆଇସାଡୋ ଶ୍ୟାମଳ ତ୍ୱଚାରେ ଭଲ ଲାଗିବ। ଓଠରେ ଲିପଷ୍ଟିକ୍‌ ଲଗାନ୍ତୁ। ଶ୍ୟାମଳ ବା ଶାବନା ରଙ୍ଗରେ ବ୍ରାଉନ୍‌ ଓ ମେରୁନ୍‌ ରଙ୍ଗର ଲିପ୍‌ଷ୍ଟିକ୍‌ ଭଲ ଲାଗେ। ପ୍ରଥମେ ଲିପ୍‌ବ୍ରସରେ ଆଉଟ୍‌ଲାଇନ୍‌ ଟାଣି ତାପରେ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଲିପଷ୍ଟିକ୍‌ ଉପରେ ଉଜ୍ଜ୍ୱଳତା ଆଣିବା ପାଇଁ ଲିପଷ୍ଟିକ୍‌ ସେଡ୍‌ରେ ଲିପଗ୍ଲସ୍‌ ଲଗାନ୍ତୁ। ଏହାପରେ ମୁହଁକୁ ମାନିବା ପରି ବିନ୍ଦି ଲଗାନ୍ତୁ।

ଯଦି ଅନୁଭବ କରୁଥାନ୍ତି ଯେ ମେକ୍‌ ଅପ୍‌ ଅଧିକ ଗାଢ଼ ହୋଇଯାଇଛି,ତେବେ ଟିସୁପେପର୍‌ ଲଗାଇ ଏହାକୁ ହାଲ୍‌କା କରନ୍ତୁ।



from Odisha Reporter https://ift.tt/2O518Va

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages