ସ୍ତ୍ରୀକୁ ଧୋକା ଦିଅନ୍ତିନି ଏହି ରାଶିର ପୁରୁଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ସ୍ତ୍ରୀକୁ ଧୋକା ଦିଅନ୍ତିନି ଏହି ରାଶିର ପୁରୁଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହ ଏପରି ଏକ ପବିତ୍ର ବନ୍ଧନ ଯାହା ଦୁଇଟି ଅଜଣା ମଣିଷକୁ ଗୋଟିଏ ସୂତାରେ ବାନ୍ଧିଥାଏ I ହେଲେ ଭଲ ପାଇବା ଓ ଜୀବନସାଥୀଙ୍କୁ ନେଇ ଲୋକଙ୍କ ମାନସିକତା ସବୁବେଳେ ଭିନ୍ନ ଭିନ୍ନ ରହିଥାଏ। ଦୁଇଜଣ ଯାକ ସବୁବେଳେ ଚାହିଁଥାନ୍ତି ଯେ, ତାଙ୍କ ଜୀବନ ସାଥି ସବୁଠାରୁ ଅଧିକ ତାଙ୍କୁ ହିଁ ଭଲପାଉ। କିନ୍ତୁ ବେଳେ ବେଳେ ଏଥିରେ ବ୍ୟତିକ୍ରମ ଦେଖାଦିଏ। ପରକୀୟା ପ୍ରୀତି ପବିତ୍ର ଦାମ୍ପତ୍ୟ ସମ୍ପର୍କକୁ ନଷ୍ଟ କରିଦିଏ।

ତା ହେଲେ ଆସନ୍ତୁ ଜାଣିବା, ୧୨ଟି ରାଶି ମଧ୍ୟରୁ କେଉଁ ରାଶିର ବ୍ୟକ୍ତି ନିଜ ପତ୍ନୀଙ୍କୁ ଧୋକା ଦିଅନ୍ତି ନାହିଁ। ଆଜ୍ଞା ହଁ, ଏମିତି ୫ଟି ରାଶି ଅଛି, ଯେଉଁ ରାଶିର ଲୋକେ ନିଜ ସମ୍ପର୍କ ପ୍ରତି ବେଶ୍‌ ଜତ୍ନବାନ୍‌ ଥାଆନ୍ତି। ଏହି ରାଶି ଥିବା ପୁଅମାନେ ସ୍ତ୍ରୀକୁ ଜୀବନଠୁ ଅଧିକ ଭଲପାଇଥାନ୍ତି I

ଵୃଷରାଶି : ଏହି ରାଶିର ପୁଅମାନେ ଟିକେ ରାଗି, କିନ୍ତୁ ନିଜ ସ୍ତ୍ରୀକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ଏବଂ ଉପହାର ଦେବାକୁ ଭଲପାଇଥାନ୍ତି I

କର୍କଟ ରାଶି:  ଏହି ରାଶିର ପୁଅମାନେ ସ୍ଵଭାଵରେ ଟିକେ ଅଧିକ ରାଗି କିନ୍ତୁ ନିଜ ଜୀବନସାଥୀର ଅନେକ ଯତ୍ନ ନେଇଥାନ୍ତିI ଏମାନେ କେବେ ହେଲେ ନିଜ ଜୀବନସାଥୀକୁ ଧୋକା ଦିଅନ୍ତି ନାହିଁ।

ତୁଳାରାଶି: ଏହି ରାଶିର ପୁଅମାନେ ବହୁତ ରୋମାଣ୍ଟିକ । ଏମାନେ ନୀଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି। ତାଙ୍କୁ ଖୁସି କରିବା ଲାଗି ନାନା ଉପାୟ କରନ୍ତି। ଜୀବନର ଯେ, କୌଣସି ପରିସ୍ଥିତିରେ ବି ଏମାନେ ଜୀବନସାଥୀର ସାଥ ଦେବାକୁ ପଛାନ୍ତି ନାହିଁI

ସିଂହ ରାଶି: ଏହି ରାଶିର ପୁଅମାନଙ୍କ ବ୍ୟକ୍ତିତ୍ୱ ଟିକେ ନିଆରା। ଝିଅମାନେ ଏମାନଙ୍କ ସ୍ୱାଭାବ ପ୍ରତି ଆକର୍ଷିତ ହେଇଥାନ୍ତି I ଏମାନେ ସଚ୍ଚା ଜୀବନସାଥୀ ହୋଇଥାନ୍ତି ଓ ଅନ୍ୟ ମହିଳାଙ୍କୁ ଆଡ଼ ଆଖିରେ ବି ଚାହାଁନ୍ତି ନାହିଁ।

କୁମ୍ଭ ରାଶି:  ଏହି ରାଶିର ପୁଅମାନେ ନିଜ ଜୀବନସାଥୀ ପ୍ରତି ଅଧିକ ବିଶ୍ୱାସି ହୋଇଥାନ୍ତି। ଦୁନିଆର ସବୁ ନିଜ ସ୍ତ୍ରୀକୁ ସମସ୍ତ ଖୁସି ଦେବା ପାଇଁ ବହୁତ ଚେଷ୍ଟା କରନ୍ତିI ଏମାନେ ନିଜ ସ୍ତ୍ରୀର ସମସ୍ତ ସ୍ୱପ୍ନ ପୂରା କରିବାରେ ବିଶ୍ୱାସ ରଖନ୍ତି।



from Odisha Reporter https://ift.tt/2ydQiC9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages