ଅମିତାଭ୍‌ଙ୍କ ଫିଲ୍ମର ସ୍କ୍ରିପ୍ଟ୍‌ କିଏ ଫାଇନାଲ୍‌ କରନ୍ତି ଜାଣିଛନ୍ତି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ଅମିତାଭ୍‌ଙ୍କ ଫିଲ୍ମର ସ୍କ୍ରିପ୍ଟ୍‌ କିଏ ଫାଇନାଲ୍‌ କରନ୍ତି ଜାଣିଛନ୍ତି 

ମୁମ୍ବାଇ:  ସମସ୍ତେ ଜାଣନ୍ତି ଫିଲ୍ମ କଳାକାରମାନେ ବିଶେଷ କରି ବଲିଉଡ୍ କଳାକାରମାନେ ନିଜ ଇଚ୍ଛା ମୁତାବକ ଫିଲ୍ମ ସାଇନ୍‌ କରନ୍ତି।  ସେମାନଙ୍କୁ ସ୍କ୍ରିପ୍ଟ୍‌ ପସନ୍ଦ ଆସିଲେ ସେମାନେ ଫିଲ୍ମ କରନ୍ତି ନଚେତ୍‌ କରନ୍ତିନି। ଏପରିକି କିଛି କଳାକର ଏପରି ନିଷ୍ପତ୍ତି ନେବାରେ ଏତେ ଚୁଜି ଯେ ବର୍ଷକୁ ହାତ ଗଣତି ଫିଲ୍ମ ପାଇଁ ହଁ ଭରନ୍ତି। ଆଉ କିଛି କଳାକାର ଅଛନ୍ତି ଯେଉଁମାନେ ନିଜେ ସ୍କ୍ରିପ୍ଟ୍‌ ଦେଖିବା ସହ ନିଜ ପରିବାର ଲୋକ କିମ୍ବା ନିଜ ବନ୍ଧୁଙ୍କୁ ଦେଖାଇ ସେମାନଙ୍କ ପରାମର୍ଶରେ ଫିଲ୍ମ ସାଇନ୍‌ କରନ୍ତି।

ଏଥିରୁ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ ବି ବାଦ୍‌ ପଡ଼ି ନାହାନ୍ତି। ସମସ୍ତେ ଭାବୁଥିବେ ସେ ଏତେ ବଡ଼ କଳାକାର ସେ କେଉଁ ଫିଲ୍ମରେ କାମ କରିବେ ନ କରିବେ ସେ ନିଜେ ହିଁ ନିଷ୍ପତ୍ତି ନେଉଥିବେ।  ପ୍ରକୃତରେ ସେମିତି କିଛି ବି ନୁହେଁ। ତାଙ୍କ ପାଇଁ ସଠିକ୍‌ ସ୍କ୍ରିପ୍ଟ୍‌ ଚୟନ କରିବାରେ ତାଙ୍କୁ ସାହାଯ୍ୟ କରନ୍ତି ତାଙ୍କ ଝିଅ ଶ୍ୱେତା ବଚ୍ଚନ। ଗତ ବୁଧବାର ଶ୍ୱେତାଙ୍କ ଲେଖକୀୟ ପଦାର୍ପଣ ତଥା ପ୍ରଥମ ଉପନ୍ୟାସ ‘ପାରାଡାଇଜ୍‌ ଟାୱର୍ସ’ର ଲଞ୍ଚ ଅବସରରେ ନିଜେ ଅମିତାଭ୍‌ ଏକଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ଅମିତାଭ୍‌ ଏହି ଅବସରରେ କହିଛନ୍ତି, ‘ସେ ପରିବାରର ସବୁଠୁ ଭଲ କଳାକାର। ସେ ପ୍ରତ୍ୟେକ ଜିନିଷକୁ  ଖୁବ୍‌ ଭଲଭାବେ ବୁଝନ୍ତି। ଘର, ସହର, ଦେଶ କିମ୍ବା ଦୁନିଆରେ ହେଉଥିବା ଅନେକ ଘଟଣା ଗୁଡ଼ିକ ବିଷୟରେ ମୁଁ ତାଙ୍କ ରାୟ ନେଇଥାଏ।  ତାଙ୍କ ପାଖରେ ନିଜସ୍ୱ ବିଚାର ଥାଏ।  ଅନେକ ସମୟରେ ମୁଁ ଅଭିନୟ କରିଥିବା କିମ୍ବା ସେ ଦେଖିଥିବା ଅନେକ ଫିଲ୍ମ ବିଷୟରେ ତାଙ୍କ ସହ ଚର୍ଚ୍ଚାକରେ।ସେଥିରୁ ଲକ୍ଷ୍ୟ କରିଛି ସେ ପ୍ରାୟ ଯାହା କୁହନ୍ତି ଠିକ୍‌ ହିଁ କୁହନ୍ତି। ଯେତେବେଳେ ସେ କୁହନ୍ତି ଫିଲ୍ମ ଭଲ ହେବ, ସେତେବେଳେ ଫିଲ୍ମ ଭଲ ପ୍ରଦର୍ଶନ ହୋଇଥାଏ। ଆଉ ଯେତେବେଳେ ସେ କୁହନ୍ତି ଫିଲ୍ମ ଭଲ ପ୍ରଦର୍ଶନ କରିବ ନାହିଁ। ଫିଲ୍ମ ଭଲ ପ୍ରଦର୍ଶନ କରିନଥାଏ।  ଅନେକ ସମୟରେ ମୁଁ ତାଙ୍କ ସହ ଫିଲ୍ମର କାହାଣୀ ବିଷୟରେ ବି ଆଲୋଚନା କରିଥାଏ।  ଆଉ ମୋର ବେଳେବେଳେ ଏହି କଥାର ଅବଶୋଷ ରହିଯାଇଥାଏ ଯେ, ପୂର୍ବରୁ କାହିଁକି ଏମିତି କଲି ନାହିଁ। ବର୍ତ୍ତମାନ ସେ ମୋତେ ଏହି ସବୁ କ୍ଷେତ୍ରରେ ଖୁବ୍‌ ସାହାଯ୍ୟ କରୁଛନ୍ତି।’



from Odisha Reporter https://ift.tt/2QJvbyg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages