ନୂଆ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ନୂଆ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ତଥା ଓପନର୍‌ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହିବା ସହ ୧୫୨ ରନ୍‌ର ଇନିଂସ୍‌ ଖେଳି ଭାରତ ବିଜୟର ଅନ୍ୟତମ ମୁଖ୍ୟ ନାୟକ ସାଜିଛନ୍ତି। ରୋହିତ ଓ ଅଧିନାୟକ ବିରାଟ୍‌ କୋହଲିଙ୍କ ବଡ଼ ଶତକ ଯୋଗୁ ଟିମ୍‌ ଇଣ୍ଡିଆ ଇଣ୍ଡିଜ୍‌ ଦଳର ୩୨୩ ରନ୍‌ର ଟାର୍ଗେଟକୁ ଅତି ସହଜରେ ହାସଲ କରି ନେଇଥିଲା।

ତେବେ ରବିବାର ମ୍ୟାଚ୍‌ରେ ରୋହିତ ଶର୍ମା ଏକ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ୱର ପ୍ରଥମ ଦିନିକିଆ ବ୍ୟାଟସ୍‌ମ୍ୟାନ୍‌ ଭାବେ ସେ ସର୍ବାଧିକ ଥର ୧୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ଏହି ତାଲିକାର ଶୀର୍ଷରେ ମହାନ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକର ଥିଲେ। ତେବେ ରୋହିତ ରବିବାର ଇନିଂସ୍‌ ପରେ ସଚିନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି।

ଦିନିକିଆ ମ୍ୟାଚରେ ରୋହିତ ଶର୍ମା ୬ ଥର ୧୫୦ରୁ ଅଧିକ ରନ୍‌ କରିଥିବା ବେଳେ ସଚିନ୍‌ ୫ ଥର ଏଭଳି କରିପାରିଥିଲେ। ସଚିନ୍‌ଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଡାଭିଡ୍‌ ୱାର୍ଣ୍ଣର ମଧ୍ୟ ସର୍ବାଧିକ ୫ ଥର ୧୫୦ରୁ ଅଧିକ ରନ୍‌ କରିପାରିଛନ୍ତି। ଏମାନଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌, ଶ୍ରୀଲଙ୍କାର ସନଥ ଜୟସୁରିୟା ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲା ସର୍ବାଧିକ ୪ଥର ଲେଖାଏ ୧୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ତେବେ ଏ ସମସ୍ତଙ୍କୁ ପଛରେ ପକାଇ ରୋହିତ ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

ସେହିଭଳି ରୋହିତ ଶର୍ମା କୌଣସି ଦିନିକିଆ ମ୍ୟାଚରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାଁରେ ରଖିଛନ୍ତି। ସେ ଶ୍ରୀଲଙ୍କା ବିରୋଧରେ ୨୬୪ ରନ୍‌ର ବ୍ୟକ୍ତିଗତ ଇନିଂସ୍‌ ଖେଳିଥିଲେ। ସେହିପରି ବିଶ୍ୱର ଏକମାତ୍ର ବ୍ୟାଟସ୍‌ମ୍ୟାନ୍‌ ଭାବେ ରୋହିତ ଶର୍ମା ଦିନିକିଆରେ ୩ ଥର ଡବଲ୍‌ ଟନ୍‌ ବା ଦ୍ୱିଶତକ ହାସଲ କରିବାର ରେକର୍ଡ କରିଛନ୍ତି।



from Odisha Reporter https://ift.tt/2PLH3zJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages